ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତାଲାଗାଁ ରେ ବାଆଦୀ ଠାକୁରଙ୍କ ବାର୍ଷିକ ଦଶରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

କୋକସରା,୧୯/୧୦ ( ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ତଳାଗାଁ ଓ ଶର୍ଗିଗୁଡା ଠାରେ ପ୍ରଭୂ ବାଆଦୀ ଠାକୁରଙ୍କ ବାର୍ଷିକ ଦଶରା ରୀତିନୀତିରେ ସମ୍ପନ୍ନ ହୋଇଛି । ରବିବାର ସକାଳୁ ବଡପୋଡାଗୁଡା ଗ୍ରାମ୍ୟ ପୁଝାରୀଙ୍କ ଘରୁ ବାଆଦୀ ଠାକୁରଙ୍କ ଲାଠି ମନ୍ଦିର ଅଭିମୁଖେ ବିଜେ ହୋଇଥିଲା । ବିଭିନ୍ନ ଗ୍ରାମରୁ ନିମନ୍ତ୍ରିତ ଦେବାଦେବୀଙ୍କ ଲାଠି ଏକତ୍ରିତ ହେବାପରେ ପୂଜକ ଓ ଶତାଧିକ ଶ୍ରଦ୍ଧାଲୁଙ୍କ ଗହଣରେ ଲାଠି ଶୋଭାଯାତ୍ରାରେ ବାହାରି ମନ୍ଦିର ପାଖରେ ପହଞ୍ଚିଥିଲେ । ଏହା ପରେ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ବାଆଦି ଠାକୁରଙ୍କ ଯାତ୍ରାରେ ବିଭିନ୍ନ ଗ୍ରାମ ରୁ ଶହ ଶହ ସଂଖକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ତଳାଗାଁରେ ପୂଜକ ବଲଭଦ୍ର ପୁଝାରୀ, ଶିରା ସପୁର ସିଂ ନାଗ ନୀତିକାନ୍ତି ତୁଲାଇଥିଲେ । ପୂଜା କମିଟି ପକ୍ଷରୁ ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଧର୍ମଗଡ ବିଧାୟକ ମୋୖଷଧି ବାଗ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ନାରାୟଣ ସେନାପତି, ସୁରେଶ ସାହୁ, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ ଉପସ୍ଥିତ ରହିଥିଲେ। ରାତିରେ ଘୁମୁରା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ବିଜୟଦେଵ ସାହୁ, ପୋଡ଼ାଗୁଡା ସରପଞ୍ଚ ଯମୁନା ନାଏକ, ବିଜେପି ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ଭଜମନ ନାଏକ , ମଧୁବନ ପାତ୍ର ପ୍ରମୁଖ ଉପସ୍ଥିତ ରହି ବାଆଦି ଠାକୁରଙ୍କ ଦଶରା ଅବସରରେ ଅଞ୍ଚଳବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଘୁମୁରା ପ୍ରତିଯୋଗିତାରେ ୬ ଟି ଦଳ ଭାଗ ନେଇଥିବା ବେଳେ କଦଳୀ ମୁଣ୍ଡା, ଅନ୍ତର୍ଲା ଓ କାଶୀବାହାଲ ଦଳ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ । ପୂଜା କମିଟିର ସଭାପତି ଧର୍ମାନନ୍ଦ ନାଏକ, ସମ୍ପାଦକ ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ଧନବଲ ମାଝୀ, ସାଧାରଣ ସମ୍ପାଦକ ଭଜମନ ନାଏକ, ଲାଲସିଂ ବାଗ, ଜଗଦୀଶ ନାଏକ, ଗରୁଡ ଦଳପତି, ହରିଶ୍ଚନ୍ଦ୍ର ନାଏକ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related posts

ଆଦିବାସୀଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସଵ ପାଳିଲେ ଖଇରା ବ୍ଲକର ବିଜେପି ନେତା ଓ କର୍ମୀ 

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ତିକ୍ତ ସେ ଅନୁଭୂତି

ରୀକ୍ଷିରାମ ମେହେର ଙ୍କ କବିତା ମୁଠାଏ ସପନ 

Sunil Chandra Nayak

Leave a Comment

error: Content is protected !!