ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଣିରେ ବୁଡ଼ି ବୃଦ୍ଧ ମୃତ

ମ.ରାମପୁର,୨୫/୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ପଣ୍ଡକାମାଲ ଗ୍ରାମ ପଂଚାୟତର ଫପ୍ସି ଗ୍ରାମରେ ଆଜି ଜଣେ ବୃଦ୍ଧଙ୍କର ପାଣିରେ ବୁଡ଼ି ମୃତ୍ୟୁ ହେଇଥିବା ଖବର ଜଣାଯାଇଛି । ସୂଚନା ମୁତାବକ,ଉକ୍ତ ଗ୍ରାମର ବୈକୁଣ୍ଠ ଭୋଇ(୫୫) ଆଜି ସକାଳେ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିବାବେଳେ ସେ ଆଉ ଘରକୁ ଫେରିନଥିଲେ । ପରେ ବହୁତ ଖୋଜାଖୋଜି ପରେ ତାଙ୍କରି ଶବ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଥିଲା । ପରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଛନ୍ତି l ଶବକୁ ଆଜି ମ.ରାମପୁର ଡ଼ାକ୍ତରଖାନାରେ ରଖାଯାଇ ଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ୍ଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି ।

ମ.ରମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ନନ୍ଦାହାଣ୍ଡି ବ୍ଲକ ପରିସର ରେ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ ପତାକା କୁ ଅପମାନ

Sunil Chandra Nayak

ଆଇଟିଡ଼ିଏ ଯୋଗାଉଛି ପ୍ରୋତ୍ସାହନ – ୫୦ ଏକର ଜମିରେ ମକା ଚାଷ କରି ରୋଜଗାରକ୍ଷମ ହେଉଛନ୍ତି ଜାମଦା ଚାଷୀ

Sunil Chandra Nayak

ଲଗାଣ ବର୍ଷା ର ମାଡ଼ ସହି ନପାରି ଭାଙ୍ଗିଲା ମାଟି ଘର, ବେସାହାରା ବିଧବା ମା ଓ ଝିଅ

Sunil Chandra Nayak

Leave a Comment

error: Content is protected !!