ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାକିରୀ କରାଇ ଦେବା ନାଁରେ ଠକେଇ

ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତର ଢ଼ଙ୍କସର ଗ୍ରାମର ଦୁଇ ଜଣ ଯୁବତୀଙ୍କୁ ଚାକିରୀ କରାଇ ଦେବା ନାମରେ ଠକେଇ ଥାନାର ଦ୍ୱାରସ୍ଥ । ଖଡ଼ିଆଳ ଥାନାରେ ଏନେଇ ଗତ ତାରିଖ ୦୮.୦୩.୨୨ ରେ ଜୟନ୍ତୀ ତାଣ୍ଡି ପିତା ଭୁଜବଲ ତାଣ୍ଡି ଗ୍ରାମ ଢ଼ଙ୍କସର ଙ୍କ ଅଭିଯୋଗ ଅନୁଯାଇ ବୋଡେ଼ନ ଥାନା କରଙ୍ଗାମାଲ ଗ୍ରାମର ବେଣୁଧର ଜଗତ ନିଜକୁ ଜଣେ ନେତା ଓ ଗଣମାଧ୍ୟମ ପ୍ରତିନିଧି କହି ବିଗତ ଡେଢ଼ ବର୍ଷ ତଳେ ଅଭିଯୋଗ କାରି ଜୟନ୍ତୀ ତାଣ୍ଡି ଓ ନିଲମ ତାଣ୍ଡି ପିତା ବିନାୟକ ତାଣ୍ଡିଙ୍କ ଢଙ୍କସର ଗ୍ରାମକୁ ଆସି ସେମାନଙ୍କ ପରିବାର ଲୋକେଙ୍କ ସହିତ କଥା ହୋଇ ବିଶ୍ୱାସ ଜନ୍ମାଇ ଟୁରିଜିୟମ ବିଭାଗ ନୂଆପଡ଼ାରେ ଚାକିରୀ କରାଇ ଦେବା ନାମରେ ଦୁଇ ଜଣଙ୍କ ଠାରୁ ଚାଳିଶ ହଜାର ଟଙ୍କା ଲେଖାଏଁ ମୋଟ ଅଶି ହଜାର ଟଙ୍କା, ମାଟ୍ରିକ ଓ +୨ ସାର୍ଟିଫିକେଟ ନେଇଥିଲେ । ହେଲେ ବେଣୁଧର ଜଗତ ଚାକିରୀ ହୋଇ ଯିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ଆସୁଥିଲେ କିନ୍ତୁ ଆଜକୁ ଡେଢ଼ ବର୍ଷ ବିତିଗଲା ହେଲେ ଚାକିରୀ ହେଲା ନାହିଁ ଓ ଫୋନ କଲେ ମଧ୍ୟ ଫୋନ ଉଠାଇଲେ ନାହିଁ । ଫଳରେ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ କେଶ ନ ୯୦/୨୨ ରେ ମାମଲା ରୁଜୁ କରି ଖଡ଼ିଆଳ ପୁଲିସ ଏସ ଆଇ ଦୁର୍ଗା ପ୍ରସାଦ ସାହୁ ଅନେକ ଥର କରଙ୍ଗାମାଲ ଗ୍ରାମକୁ ତଥା ପଡୋଶୀ ରାଜ୍ୟ ମାନଙ୍କୁ ଯାଇ ଖୋଜା ଖାଜି କରିଥିଲେ କିନ୍ତୁ ବେଣୁଧର ଜଗତ ଫେରାର ମାରିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଏନେଇ ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନାଙ୍କୁ ପଚାରିବାରୁ ବିଗତ ଢେଡ ବର୍ଷ ତଳେ ବେଣୁଧର ଜଗତ ଝିଅ ମାନଙ୍କ ଠାରୁ ଚାକିରୀ କରାଇ ଦେବା ନାମରେ ଠକେଇ କରିଛନ୍ତି ଓ ବର୍ତ୍ତମାନ ସେ ଫେରାର ଅଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତିନି ରୁ ଚାରି ଜଣ ଠକେଇର ଶିକାର ହେଇ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଏହାର ସଂଖ୍ୟା ତିରିଶ ରୁ ଅଧିକ ଯୁବକ ଯୁବତୀ ଠକାମୀର ଶିକାର ହୋଇଥିବା ଅଭିଯୋଗ ହେଉଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନୟନ ଖୁରା କୁ ପ୍ରଶାସନ କହିଲା ଚିକିତ୍ସା ପାଇଁ ସବୁ ସୁବିଧା କରିବ :   କିନ୍ତୁ ସେ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ନିକଟସ୍ଥ ଧର୍ମଶାଳା ଗଛତଳେ

Sunil Chandra Nayak

ସାମ୍ବାଦିକଙ୍କୁ ଏଏସପିଙ୍କ ଦୁର୍ବ୍ୟବହାର ସହ ମାଡ଼ ମାରା ଘଟଣା, ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଜଗଜ୍ଜିବନ ସା ଙ୍କ କବିତା – ପୋଡା ଜଙ୍ଗଲ 

Sunil Chandra Nayak

Leave a Comment

error: Content is protected !!