ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘୁମୁରା ନୃତ୍ୟ ଦ୍ୱାରା ପୋଷଣ ସଚେତନତା କାର୍ଯ୍ୟକ୍ରମ

ଜୁନାଗଡ଼ ,୨୪/୯(ମ ନି ସ)  କଳାହାଣ୍ଡି ଜିଲ୍ଲା ର ଧର୍ମଗଡ଼, ଜୁନାଗଡ଼, ଓ ଗୋଳମୁଣ୍ଡା ବ୍ଲକ୍ରର ୨୨ ଗୋଟି ପଞ୍ଚାୟତର ୩୦ ଗୋଟି ଗ୍ରାମରେ ପୋଷଣ ମାସ ଅବସରରେ ଘୁମୁରା ନୃତ୍ୟ ମାଧ୍ୟମରେ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଘର ବାଡ଼ି ବଗିଚାରେ ମିଳୁଥିବା, ଫଳ ପନିପରିବା,ଶାଗ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ଉପରେ ପ୍ରାଧାନ୍ୟ ଦିଆଯାଇଥିଲା।ଜିଲ୍ଲାରେ ଜଳବାୟୁରେ ସ୍ଥିରତା ଆଣିବା ପାଇଁ ପାରମ୍ପରିକ ଜଳଉଚ୍ଛ   ର ମରାମତି,ବର୍ଷାଜଳ ସଂରକ୍ଷଣ ,ଵୃକ୍ଷ ରୋପଣ, ଓ ଯୋଜନା ଅନୁଯାୟୀ ଚାଷ କରିବା ଉପରେ ଆଲୋକପାତ କରାଯାଇଥିଲା। ଏହିସବୁ ବାର୍ତା ସହ ଚାଷ କାର୍ଯ୍ୟ ପରେ ଜମିରେ ନିଆଁ ନ ଲଗାଇ ଜମିର ଉର୍ବରତା ଉପରେ ଏହାକୁ ବ୍ୟବହାର କରିବା ପାଇଁ ଘୁମୁରା ନୃତ୍ୟ ଗୀତ ମାଧ୍ୟମରେ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରିଲାଏନ୍ସ ଫାଉଣ୍ଡେସନ ସହାୟତା କରିବାସହ,କର୍ତ୍ତବ୍ୟ ସଂସ୍ଥା ଛୋରିଆଗଡ଼, ଓ ଦପ୍ତା ଭବାନୀପାଟଣା ସହଯୋଗ କରିଥିଲେ।ରିଲାଏନ୍ସ ର ଦେବେନ୍ଦ୍ର ପଟେଲ,କାଳିଆ,ଦୁଷ୍ମନ୍ତ, କ୍ଷମାସଗାର,ତ୍ରିବିକ୍ରମ,ନିରାକାର,କର୍ତ୍ତବ୍ୟ ର ଅଶୋକ ପଟ୍ଟନାୟକ,ପ୍ରମୁଖ ସହଯୋଗ କରିଥିବାବେଳେ ,ମା ଲଙ୍କେଶ୍ୱରୀ ଘୁମୁରା ଗ୍ରୁପ୍ ର ଗାୟକ ମାର୍କଣ୍ଡ ନାଏକ ଓ ତାଙ୍କ ଦଳ ଏହା  ପରିବେଷଣ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ପରଖିଲେ କାୟାକଲ୍ପ ଟିମ ସଦସ୍ୟ

Sunil Chandra Nayak

ଗୋଟିଏ ଜୁଇରେ ଦମ୍ପତି 

Sunil Chandra Nayak

ବାହାଦୁରପଦର ହାଇସ୍କୁଲ ରେ ମୁଁ ବି ଜିତିବି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!