ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରଜାପତି ଶିଶୁ ସାହିତ୍ୟ ଉତ୍ସବ ପାଳିତ

କଟକ : ପରଜାପତି ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ସ୍ବାମୀ ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ ପରିସରରେ ଶିଶୁ ସାହିତ୍ୟ ଉତ୍ସବ ୨୦୨୨ ପାଳନ କରାଯାଇଛି । ଏହି ଅବସରରେ ପ୍ରଥମ ଅଧିବେଶନରେ କବିତା ପାଠ କରାଯାଇଥିଲା । ଶିଶୁ ସାହିତ୍ୟିକା, କବି ଏବଂ କବୟିତ୍ରୀମାନେ ନିଜସ୍ୱ ଶୈଳୀରେ କବିତା ଆବୃତ୍ତି କରିଥିଲେ।ଏହା ଦର୍ଶକ ଏବଂ ଶିଶୁ ମାନଙ୍କୁ ବିମୋହିତ କରିଥିଲା ।ଦ୍ଵିତୀୟ ଏବଂ ମୁଖ୍ୟ ଅଧିବେଶନରେ ଡ଼କ୍ଟର ମହେଶ୍ୱର ମହାନ୍ତି ( କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ)ଉଦ୍ଘାଟକ, ମାନ୍ୟବର ମାନବିକ ଅଧିକାର ସଦସ୍ୟ ଶ୍ରୀଯୁକ୍ତ ଅସୀମ ଅମିତାଭ ଦାସ ମୁଖ୍ୟ ଅତିଥି , ମୁଖ୍ୟବକ୍ତା ଡ଼କ୍ଟର ବିଦ୍ୟୁତ୍ ପ୍ରଭା ମିଶ୍ର ଆଧ୍ୟାତ୍ମିକ ପ୍ରବକ୍ତା , ଡ଼କ୍ଟର ଯଶୋବନ୍ତ ସାମଲ ବିଶିଷ୍ଟ ଅତିଥି , ପଣ୍ଡିତ ନୀଳକଣ୍ଠ ରାଉତ ସମ୍ମାନିତ ଅତିଥି, କାନାଡାର ପ୍ରକାଶିକା ଡ଼କ୍ଟର ସୁନନ୍ଦା ମିଶ୍ର ପଣ୍ଡା ସମ୍ମାନିତ ଅତିଥି , ଆମେରିକାର ଡ଼କ୍ଟର ତନ୍ମୟ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।ଶ୍ରୀଯୁକ୍ତ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଉକ୍ତ ଅଧିବେଶନରେ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଶିଶୁ ସାହିତ୍ୟ ପଠନ ଏବଂ ଲିଖନ ଉପରେ ଗୁରୁତ୍ବ ଦେଇଥିଲେ । ଶିଶୁ ସାହିତ୍ୟିକ ମାନେ ଓଡ଼ିଆ ଭାଷାର ପ୍ରଥମ ଜାଗ୍ରତ ପ୍ରହରୀ ବୋଲି ମତବ୍ୟକ୍ତ କରିଥିଲେ । ଡ଼କ୍ଟର ମହେଶ୍ୱର ମହାନ୍ତି ଶିଶୁ ସାହିତ୍ୟିକ ମାନେ ଶିଶୁ ମନସ୍କ ହୋଇ ସାହିତ୍ୟର ସର୍ଜନା କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଶିଶୁ ସାହିତ୍ୟ ଆଧ୍ୟାତ୍ମିକ ଚେତନା ଭିତରେ ଲିପିବଦ୍ଧ ଏବଂ ଆଧ୍ୟାତ୍ମିକ ସ୍ଵରରେ ପଠନ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁ ସାହିତ୍ୟର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ବିଷୟରେ ଆଲୋଚନା କରାଯାଇଥିଲା । ସମ୍ମାନିତ ଅତିଥି ଯାନ୍ତ୍ରିକ ଯୁଗରେ ଶିଶୁ ସାହିତ୍ୟ ମାଧ୍ୟମରେ ଓଡ଼ିଆ ଭାଷା , ଭାବ ଏବଂ ସଂସ୍କୃତି ସମ୍ପ୍ରସାରିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ଶିଶୁ ମାନଙ୍କ ପ୍ରତି ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ ରହିଛି ବୋଲି ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନ ଆଶ୍ରମର ଅନ୍ତେବାସୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କବିତା ଆବୃତ୍ତି, ଚିତ୍ରାଙ୍କନ, ବକ୍ତୃତା , ରଚନା ଲିଖନ ପ୍ରତିଯୋଗିତାରେ ଶ୍ରେଷ୍ଟବିବେଚିତ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବଣ୍ଟନ କରିଥିଲେ । ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପୃଷ୍ଟିଙ୍କୁ “ପରଜାପତି ସମ୍ମାନ 2022 “ପ୍ରଦାନ କରାଯାଇଥିଲା । ନମିତା ମହାନ୍ତି, ଅରୁଣ କୁମାର ଅଗ୍ରୱାଲ, ଜନ ରଞ୍ଜନ ପ୍ରଧାନ, ଅପର୍ତ୍ତି ଚରଣ ସେଠୀ, ବବିତା ଦାସ ମହାପାତ୍ର, ଡଃ ସହଦେବ ବେହେରା, ନଳିନୀ ପ୍ରଭା ନାୟକ, ସୁକାନ୍ତି ମହାନ୍ତି, ତୋଫାନ କୁମାର ଜେନା, ଡ଼କ୍ଟର ବିଜୟ କୁମାର ଦାସ, ମୋନାଲିସା ସିଂହ, ରୋଜାଲିନ ବେହେରା, ପଦ୍ମାବତୀ ବାରିକ, ଅଜୟ କୁମାର ମିଶ୍ର, ପୋତାଶ୍ରୀୟା ବଢାଇ, ଅର୍ଚ୍ଚନା ପାତ୍ର, ମମତା ମହାନ୍ତି, ଶିବଶଙ୍କର ଦାସ, କଳ୍ପନା ରାଜ ଶିଶୁ କବିତା ପାଠ କରିଥିଲେ । ଶିଶୁ କବିତା ପାଠ କରିଥିବା କବି , କବୟିତ୍ରୀ ମାନଙ୍କୁ ଆନୁଷ୍ଠାନିକ ଭାବେ ପରଜାପତି ସାହିତ୍ୟ ପ୍ରତିଭା ସମ୍ମାନ ଅତିଥିମାନେ ପ୍ରଦାନ କରିଥିଲେ । ଶିଶୁ ମାନଙ୍କର ସେବାରେ ନିୟୋଜିତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଆନୁଷ୍ଠାନିକ ଭାବେ ପରଜାପତି ସେବା ଗୌରବ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଯୋଜକ ଭରତ ମିଶ୍ର, ବିରେନ୍ଦ୍ର କୁମାର ଜେନା , ନୃସିଂହନନ୍ଦ ମହାପାତ୍ର , ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ରାଜୀବ ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଡଃ. ସଂଗ୍ରାମ କେଶରୀ ସାମନ୍ତରାୟ କବିତା ସଂଯୋଜନା ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related posts

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ କାର୍ଯ୍ୟଭାର ଗ୍ରହଣ

Sunil Chandra Nayak

କାଜାକିସ୍ଥାନର କାଜାକ୍ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

କ୍ରୁତ୍ରିମ ଜଙ୍ଗଲକୁ କାଟି ସଫା ପରିବେଶ ସ୍ରୁଷ୍ଟି କଲେ ସମସ୍ତ କର୍ମଚାରୀ ବ୍ରୁନ୍ଦ

Sunil Chandra Nayak

Leave a Comment

error: Content is protected !!