ଚନ୍ଦାହାଣ୍ଡି ୨୦/୯(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ପଂଚାୟତ ଅଧିନ ଲାଙ୍ଗପଡା ଗ୍ରାମ ରେ ଗୋମତୀ ସୁନା ନାମ୍ନୀ ଜଣେ ଅସହାୟ ବିଧବା ମହିଳା ଗୃହ ଅଭାବ ଯୋଗୁଁ, ବିପଦ ସଂକୁଳ ଅବସ୍ଥା ରେ ପୁରୁଣା କାଳିଆ ଭଙ୍ଗା ଘରେ ଜୀବନ ବିତାଉଥିବା ନେଇ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଗୃହ ଖଣ୍ଡିକ ପାଇଁ ଗୋମତୀ ବାରମ୍ବାର ପଲ୍ଲୀ ସଭା ଏବଂ ଗ୍ରାମ ସଭା ରେ ଆବେଦନ କରି ଆସୁଥିଲେ ମଧ୍ୟ ଗୋମତୀ ର କଥା କେହି ଶୁଣି ନାହାନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟୀ ଦେଇ ପଦକ୍ଷେପ ନେବାପାଇଁ ଅନୁରୋଧ କରିଛନ୍ତି।ସୁଚନା ଅନୁସାରେ ଲାଙ୍ଗପଡା ଗ୍ରାମ ର ଗୋମତୀ ସୁନା (୬୦) ଜଣେ ଅସହାୟ ଗରୀବ ଶ୍ରେଣୀ ର ବିଧବା ମହିଳା ହୋଇ ଥିବା ସହ ତାଙ୍କର ଜମିବାଡି କିଛି ନାହି । ଦିନ ଥିଲା ତାଙ୍କ ସ୍ୱାମୀ ସୁଦ୍ରନ ସୁନା ଙ୍କ ସହ କୁଲି ମଜୁରୀ କରି ହସ ଖୁସୀ ରେ ଜୀବନ ବିତାଉ ଥିଲେ । ତାଙ୍କ କୋଳ କୁ ଗୋଟିଏ ପରେ ଗୋଟିଏ ୭ ଟି କନ୍ୟା ସନ୍ତାନ ଆଶିଥିଲେ । ତାଙ୍କ କୋଳ ରେ ପୁଅ ନଥାଇ କି ମଧ୍ୟ ସେମାନେ ଭାଙ୍ଗି ନପଡି ଝିଅ ମାନଙ୍କୁ ପୁଅ ର ସ୍ନେହ ଦେଇ ଲାଳନ ପାଳନ କରି ଥିଲେ । ଘର ର ଆର୍ଥିକ ଅବସ୍ଥା ଭଲ ନ ଥିବା ରୁ ଝିଅ ମାନଙ୍କୁ ପାଠ ସାଠ ପଢାଇ ଭଲ ମଣିଷ କରି ନ ପାରି ୩ ଟି ଝିଅ କୁ ବିବାହ ଦେଇ ଥିଲେ । ଗତ ୨୨ ବର୍ଷ ତଳେ ସ୍ୱାମୀ ସୁଦ୍ରନ ସମସ୍ତ ଙ୍କୁ ଛାଡି ଆରପାରି କୁ ଚାଲି ଯିବା ରୁ ଘରେ ଥିବା ୪ ଜଣ ଝିଅ ଙ୍କ ସମସ୍ତ ଦାୟିତ୍ୱ ପଡିଥିଲା । ବର୍ତ୍ତମାନ ୩ ଜଣ ଝିଅ ବିବାହ ଯୋଗ୍ୟ ହୋଇ ଥିବା ବେଳେ ହାରମନୀ ସୁନା ନାମ୍ନୀ ନାବାଳିକା ଝିଅ ଗାଁ ସ୍କୁଲ ରେ ପାଠ ପଢୁଛି । ରହିବା ପାଇଁ ଘର ଖଣ୍ଡେ ଘର ନ ଥିବା ରୁ ବିପଦ ସଂକୁଳ ଅବସ୍ଥା ରେ ପୁରୁଣା କାଳିଆ ବଖୁରା ଟିଏ ଭଙ୍ଗା ଘରେ ଜୀବନ ବିତାଉଛନ୍ତି ୫ ପ୍ରାଣୀ । ଗୋମତୀ ଙ୍କ ଭଙ୍ଗା ଘରେ ଦିନ ରେ ସୂର୍ଯ୍ୟ ଦେଖା ଯାଉ ଥିବା ବେଳେ ରାତି ରେ ଚନ୍ଦ୍ର ଦେଖା ଯାଉ ଥିବା ଦେଖିବାକୁ ମିଳୁଛି । ଲଗାଣ ବର୍ଷା ହେଲେ ରାତି ସାରା ଅନିଦ୍ରା ରହି ମାଁ ଏବଂ ଝିଅ ମାନେ ଘରେ ପଶୁଥିବା ବର୍ଷାପାଣି କୁ ବାହାର କରୁ ଥିବା ଗୋମତୀ ପ୍ରକାଶ କରିଛନ୍ତି । ଆବାସ ଗୃହ ଖଣ୍ଡେ ପାଇଁ ବାରମ୍ବାର ପଂଚାୟତ ଠାରୁ ବ୍ଲକ ପ୍ରର୍ଯ୍ୟନ୍ତ ଗୁହାରୀ କଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନଥିବା ସେ ପ୍ରକାଶ କରିଛନ୍ତି । ସରକାରୀ ସାହାର୍ଯ୍ୟ କହିଲେ ଗୋମତୀ ଙ୍କୁ ବିଧବା ଭତ୍ତା ଏବଂ ଜଣେ ତାଙ୍କର ଭିନ୍ନକ୍ଷମ ଝିଅ କୁ ଭିନ୍ନକ୍ଷମ ଭତ୍ତା । ପିଡିଏସ୍ ଚାଉଳ ପରିବାର ସଦସ୍ୟ ପିଛା ୫ କେ ଜି ଦେବା ଜାଗାରେ ତାଙ୍କ ପରିବା ର କୁ ଦିଆ ଯାଉଛି ୨୦ କେଜି ଚାଉଳ । ଏଥି ପାଇଁ ବ୍ଲକ କାର୍ଯ୍ୟଳୟ କୁ ସେ ବାରମ୍ବାର ଦୌଡି ଥିଲେ ମଧ୍ୟ କିଛି ଲାଭ ମିଳିନଥିବା ସେ ପ୍ରକାଶ କରିଛନ୍ତି । ଏ ସମ୍ପର୍କ ରେ ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝି ଙ୍କୁ ପଚାରିବା ରୁ ଜମାଦାରପଡା ପି ଇ ଓ ଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଧେଶ ଦେଇ ରିପୋର୍ଟ ଦେବା ପରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ ପ୍ରକାଶ କରିଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ