ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ କଙ୍କଡାହାଡ ଛକରେ ଗୋରୁ ବୋଝେଇ ଗାଡି ଜବତ , ୨୦ ଗୋରୁ ଉଦ୍ଧାର , ଗୋଟିଏ ମୃତ , ଗାଡି ଛାଡି ଡ୍ରାଇଭର ଫେରାର

 ଢେଙ୍କାନାଳ (ମ. ନି.ସ.)୨୧ .୦୯.୨୨_ ସଦରଥାନା ଅନ୍ତର୍ଗତ କଙ୍କଡାହାଡ ଛକ ନିକଟରେ ଆଜି ସକାଳୁ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି।ଗୋରୁ ଗୁଡିକୁ ଚାଲାଣ ପାଇଁ ନେଉଥିବା ବେଳେ ଖବରପାଇ କଙ୍କଡାହାଡ ଛକ ନିକଟରେ ମାଡିବସିଲେ ଗ୍ରାମବାସୀ ଓ ବଜରଙ୍ଗ କ୍ଲବ ସଦସ୍ୟ।ଗୋରୁ ଗାଡିଟିକୁ ସୁରକ୍ଷା ଦେଇ ସ୍କର୍ପିଓ ଓ ବୋଲେରୋରେ ଯାଉଥିବା ୧୫ରୁ ଅଧିକ ଲୋକ ବନ୍ଧୁକ ଦେଖାଇ ଗାଡି ଛାଡି ଦେବାକୁ ସ୍ଥାନୀୟ ଲୋକଙ୍କୁ ଭୟଭୀତ ମଧ୍ୟ କରାଇଥିଲେ।ବହୁ ପ୍ରଚେଷ୍ଟା ପରେ ଶତାଧିକ ଲୋକ ଏକାଠି ହୋଇ ଯିବାରୁ ଗାଡି ଛାଡି ପଳାଇଥିଲେ ଗୋରୁ ବେପାରୀ।ଗୋରୁ ଗାଡିର ଡ୍ରାଇଭର ମଧ୍ୟ ଘଟଣାସ୍ଥଳରୁ ଚମ୍ପଟ ମାରିଛି।ଅମାନୁଷିକ ଭାବରେ ଟାଟାଏସିରେ ୨୦ଟି ଗୋରୁ ଚାଲାଣ ହେଉଥିବାରୁ ଚପାଚପିରେ ଗୋଟିଏ ଗାଇର ମୃତ୍ୟୁ ହୋଇଛି।ଅନେକ ଗୋରୁ ଗାଇ କ୍ଷତାକ୍ତ ହୋଇଛନ୍ତି। ତେବେ ଗାଇ ଗୁଡିକୁ ଉଦ୍ଧାର ପରେ ଚିକିତ୍ସା କରି ବଜରଙ୍ଗ କ୍ଲବର ସଦସ୍ୟ ମାନେ ସୁରକ୍ଷିତ ଭାବେ ଛାଡି ଦେଇଛନ୍ତି। ଖବରପାଇ ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଗୋରୁ ଚାଲାଣ ହେଉଥିବା ବେଳେ ପୋଲିସର କାର୍ଯାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନବାଚୀ।ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ଅଞ୍ଚଳ ବାସୀ ଓ ବଜରଙ୍ଗ କ୍ଲବ ସଦସ୍ୟ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ରିପୋର୍ଟ

Related posts

ଖଡ଼ିଆଳ ଅଞ୍ଚଳରେ ଘୁର୍ଣ୍ଣିଝଡ଼ ପ୍ରଭାବ, ଗଛ ଭାଙ୍ଗି ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାଜ୍ୟ ରେ ଶ୍ରେଷ୍ଠ ସଭାପତି ଭାବେ ସମ୍ବର୍ଦ୍ଧିତ

ନୂଆପଡ଼ା ଜିଲ୍ଲାରେ ଅନୁଷ୍ଠିତ ଉପନିର୍ବାଚନରେ ଗଣତି ଶେଷ 

Leave a Comment

error: Content is protected !!