ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜବାହର ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସାଧାରଣ ବୈଠକ ଅନୁଷ୍ଠିତ

କୋକସରା ,୨୧/୦୯ – ( ମ ନି ସ)  କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟିର ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍କୁଲ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଡ଼.କେଶବ ଲାଲ ବାଗଙ୍କୁ ଏହି ଅବସରରେ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନରେ ସ୍କୁଲ ଆଗକୁ ଅଞ୍ଚଳର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେବ ବୋଲି ମତ ପ୍ରକାଶ ପାଇଥିଲା। ସ୍କୁଲ ପରିଚାଳନା କମିଟିର ସଦସ୍ୟ ଦୁର୍ଗା ପ୍ରସାଦ ପ୍ରଧାନୀ, ମନୋଜ ନାଏକ, ତ୍ରିଭୁବନ ନାଏକ , ସନତ କୁମାର ପ୍ରଧାନୀ, ପ୍ରଦୀପ କୁମାର ଦାସ ସମେତ ସ୍କୁଲ ର ଶିକ୍ଷକ ଅମିତ କୁମାର ମହାନ୍ତି, ହେମନ୍ତ ମାଝୀ, ଶିକ୍ଷୟିତ୍ରୀ ବନିତା ରାଣୀ ଦତ୍ତ, ମଧୁସ୍ମିତା ନାଏକ, ସୀମାରାଣୀ ସିଂ, ରଶ୍ମିତା ଖମାରି ଉପସ୍ଥିତ ରହି ୫ ଟି ଅଧୀନରେ କାର୍ଯ୍ୟକାରୀ ହେଉଥିବା ସ୍କୁଲର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ପରେ ବରିଷ୍ଠ ସଦସ୍ୟ ଡ଼. କେଶବ ଲାଲ ବାଗ ନବମ ଓ ଦଶମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସ୍ୱଚ୍ଛତାକୁ ନେଇ ମାର୍ଗଦର୍ଶନ କରିଥିଲେ।

Related posts

ମାମି ପାତ୍ର ଙ୍କ ଗଳ୍ପ ମାଆର ମହନୀୟତା

Sunil Chandra Nayak

ନର୍ଲା ତିନିଗୋଟି ଜୋନରେ ବିଜେଡ଼ିର ଶଙ୍ଖନାଦ, ବିଜେପି ଧ୍ୱସ୍ତ ବିଧ୍ୱସ୍ତ, ଅଣ୍ଟା ସଲଖିଲା କଂଗ୍ରେସ

Sunil Chandra Nayak

ଜନ ମଙ୍ଗଳ ରାସୋଳ ତରଫରୁ ସ୍ୱାସ୍ଥ୍ୟ ସଚେତନ ବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!