ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଟାରୀଆନ ଆଲେକଜାଣ୍ଡାର ଡିସୌଜା ଙ୍କୁ ଶିକ୍ଷାବିତ୍ ସମ୍ମାନ

ରାଉରକେଲା/ ରୋଟାରୀ ଇଣ୍ଡିଆ ସାକ୍ଷରତା ମିଶନ ରେ ନ୍ୟାସନାଲ ବିଲଡର ଆୱର୍ଡ ଦେବାର ବ୍ୟବସ୍ଥା ଅଛି । ଏଥିପାଇଁ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଶିକ୍ଷାବିତ ରୋଟାରୀଆନ ଆଲେକଜାଣ୍ଡାର ଡିସୌଜା ଙ୍କୁ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଥିଲା । ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଡିସୌଜା ଙ୍କୁ ସମ୍ମାନିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଶ୍ରୀ ଡିସୌଜାଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଯୋଗୁଁ ୨୦୧୪ ରେ ଆନ୍ତର୍ଜାତିକ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ ଆଣ୍ଡ ମ୍ୟାନେଜମେଣ୍ଟ, ନୂଆଦିଲ୍ଲୀ ତରଫରୁ ଶ୍ରେଷ୍ଠ ଶିକ୍ଷାବିତ ସମ୍ମାନ ଓ ରାଷ୍ଟ୍ରୀୟ ବିଦ୍ୟା ଗୌରବ ସ୍ବର୍ଣ୍ଣ ପଦକ ପ୍ରାପ୍ତ ଭଳି ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ଆନାବେଲ ଡିସୌଜା, ପୁତୁଲ ରାହୁଲ,ସୁଚିସ୍ମିତା ବିଶ୍ବାସ, ବୀଣାପାଣି,ସଞ୍ଜୟ ମହାନ୍ତି, ସସ୍ମିତା ପ୍ରହରାଜ,ଡଃ ସମିତା ସାମଲ,ସଂଜିତ ଛୋଟରାୟ,ପିଉ ଗୁହା,ମଞ୍ଜୁ ମେହେର, ଅଞ୍ଜନା ମୈତ୍ର,ପୁନମ କାପୁର,କାବେରୀ ବାନାର୍ଜୀ, ଅର୍ଚ୍ଚନା ମହାନ୍ତି, ଲଳିତା ମୁଦୁଲି, ବିଜୟ, ଡଃ ସରିତା ମଲ୍ଲ, ଅର୍ଘ୍ଯ ଗୁହା,ଗୀତିକା କାପୁର, କୁଲଜିତ ସିନ୍ଧୁ,ପ୍ରୀତି କୌର,ରାଜେନ୍ଦ୍ର ପ୍ରସାଦ, ପି କେ ପତି ପ୍ରମୁଖ ରୋଟାରୀଆନ ମାନେ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଗିଗିନା ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସୂଧାମୟୀ କୁମାରଙ୍କ ପ୍ରଥମ ପଦକ୍ଷେପ

Sunil Chandra Nayak

ଶିକ୍ଷା,ଶିକ୍ଷକ ଓ ସମାଜର ମୂଲ୍ୟବୋଧ ଆଲୋଚନା ଚକ୍ର

Sunil Chandra Nayak

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!