ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଫୁଲବାଣୀ ଶାଖା ତରଫରୁ ହିନ୍ଦୀ ପକ୍ଷ ପାଳିତ

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷତ୍ରୀୟ କାର୍ଯ୍ୟାଳୟ ଫୁଲବାଣୀ ପକ୍ଷରୁ ଆଜି ହିନ୍ଦୀ ପକ୍ଷ ୨୦୨୨ କାର୍ଯ୍ୟାଳୟ ପରିସରରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ସଞ୍ଜୟ କୁମାର ସାହୁ ଚିଫ ମ୍ୟାନେଜର ଆଞ୍ଚଳିକ କାର୍ଯ୍ୟାଳୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫୁଲବାଣୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶ୍ରୀ ହେମନ୍ତ କୁମାର ପ୍ରଧାନ ଆୟକର ଇନିସ୍ପେକ୍ଟର ଫୁଲବାଣୀ, ଶ୍ରୀ ପାଣୁ ଚରଣ ସାହୁ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋପରେଟିଭ ସୋସାଇଟି ଫୁଲବାଣୀ, ଶ୍ରୀ ମହେନ୍ଦ୍ର କୁମାର ପ୍ରଧାନ ଆସିଷ୍ଟାଣ୍ଟ ଇଂଜିନିୟର ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ସୁଜିତ କୁମାର ପ୍ରଧାନ ହିନ୍ଦୀ ଆଚାର୍ଯ୍ୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ହିନ୍ଦୀର ପ୍ରଚାର ଓ ପ୍ରସାର ପାଇଁ ସହାୟକ ହେଉଥିବା ବିଭିନ୍ନ ଦିଗ ବିଷୟ ରେ ଆଲୋକପାତ କରିଥିଲେ। ଦେଶ କୁ ଏକତା ସୂତ୍ରରେ ବାନ୍ଧି ରଖିବାପାଇଁ ହିନ୍ଦୀ ଭାଷା ଏକମାତ୍ର ମାଧ୍ୟମ ବୋଲି ସମସ୍ତ ବକ୍ତା ସର୍ବସମ୍ମତିକ୍ରମେ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ସତ୍ୟନାରାୟଣ ନନ୍ଦ କ୍ଷେତ୍ର ପ୍ରଚାର ସହାୟକ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷତ୍ରିୟ କାର୍ଯ୍ୟାଳୟ ଫୁଲବାଣୀ ଆୟୋଜନ କରିବା ସହ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଗଛ ରୁ ମହିଳା ଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ, ପୁଲିସ ର ତଦନ୍ତ ଜାରି 

Sunil Chandra Nayak

ଆଦର୍ଶ ଶିକ୍ଷକଙ୍କ ପରଲୋକ

Sunil Chandra Nayak

ଲଡ଼ୁଗାଁ ଆମ୍ବେଦକର ଭବନ ଠାରେ ୭୩ ତମ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!