ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନ୍ଦେଇ ଅଞ୍ଚଳରେ ମାଓ ପୋଷ୍ଟର 

ରାଇଘର ୨୧/୯ (ମ ନି ସ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଓ ଖିଲୋଲୀ ପଂଚାୟତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି କିଛି ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା l ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ୧୮ ତମ ସ୍ଥାପନା ଦିବସକୁ ଆଡମ୍ବର ସହ ପାଳନ କରିବାକୁ ଆହ୍ୱାନ କରିଛନ୍ତି |  କୁନ୍ଦେଇ ପଂଚାୟତର କିଛି ସ୍ଥାନରେ ଏବଂ ଖିଲୋଲୀ ଓ ଖୁଡୁକୁ ଅଂଚଳର କିଛି ସ୍ଥାନରେ ଆଜି ସକାଳୁ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଥିଲା l ଏହି ପୋଷ୍ଟର ରେ ଚଳିତ ମାସ ୨୧ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ୧୮ ତମ ସ୍ଥାପନା ଦିବସ ପାଳନ କରିବାକୁ ଆହ୍ୱାନ କରିଛନ୍ତି | ମାଓ ସଙ୍ଗଠନର ମୁଖ୍ୟ ସନ୍ଥାପକ ଚାରୁ ମଜୁମଦାର ଓ କହ୍ନାଇ ଚାଟାର୍ଜିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ କାମନା କରିବା ସହ ସଂଗଠନକୁ ମଜଭୁତ କରିବା ପାଇଁ ଉକ୍ତ ପୋଷ୍ଟରରେ ଉଲ୍ଲେଖ କରାଯାଇଛି | ଏଥିସହିତ ଏହି ପୋଷ୍ଟର ମାଧ୍ୟମରେ ଜମି, ଜଳ ଓ ଜଙ୍ଗଲ କୁ ଗୁରୁତ୍ୱ ଦେବା ସହିତ ଭାରତୀୟ କାମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ର ରକ୍ଷା କରିବା ସହିତ ପି.ଏଲ.ଜି.ଏ ରେ ଯୋଗ ହେବାକୁ ଆହ୍ୱାନ କରିଛନ୍ତି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ରେଳରୋକ ଆନ୍ଦୋଳନ ପାଇଁ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ପ୍ରସ୍ତୁତି ବୈଠକ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କବିତା ଗୋ ତୁମେ

Sunil Chandra Nayak

ଖଡିଆଳ ବିଶ୍ବକର୍ମା ଟ୍ରଷ୍ଟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!