ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛତିଶଗଡ଼ରେ ବଢୁଛି _ଓଡ଼ିଶା ଚାଷୀଙ୍କ ଏମ ଏସ୍ ପି ବୃଦ୍ଧି କରିବାରେ ସରକାରଙ୍କ ଚରମ ଅବହେଳା

ନବରଙ୍ଗପୁର ୨୧/୯/(ମନିସ ) ପ୍ରଥମ ପର୍ଯ୍ୟାୟ ରେ ବୃଷ୍ଟିପାତ କମ୍ ହେଲେ ମଧ୍ୟ ପରବର୍ତୀ ସମୟରେ ଭଲ ବୃଷ୍ଟି ପାତ ଯୋଗୁଁ ପଶ୍ଚିମ ଓ ଦକ୍ଷିଣ ଓଡିଶା ରେ ଧାନ ଚାଷ ଆଶାତୀତରୁ ଅଧିକ ଭଲ ହୋଇଛି ଏବଂ ଅମଳ ମଧ୍ୟ ଅଧିକ ହେବାର ଆଶା କରାଯାଉଛି l କୃଷି ସମ୍ପର୍କିତ ଅନ୍ୟାନ୍ୟ ଦ୍ରବ୍ୟର ତଥା ମଜୁରୀ ବୃଦ୍ଧି ଯୋଗୁଁ ଉତ୍ପାଦନ ଖର୍ଚ୍ଚ ବହୁମାତ୍ରା ରେ ବଢ଼ି ଯାଇଛି l ତା ତୁଳନାରେ କେନ୍ଦ୍ର ସରକାର ଏମ୍ ଏସ୍ ପି କୁଇଣ୍ଟାଲ ପିଛା ୬୦ ଟଙ୍କା ମାତ୍ର ବୃଦ୍ଧି କରିଛନ୍ତି, ଏହା ସମୁଦ୍ରକୁ ଶଙ୍ଖେ ପରି ଦେଖିବାକୁ ମିଳୁଛି l ସର୍ବୋପରି ରାଜ୍ୟ ସରକାର ଏକର ପ୍ରତି ୧୩ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ନିଷ୍ପତି ନେଇଛନ୍ତି l ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡ଼ିଛି। ପଡୋଶୀ ଛତିଶଗଡ ରାଜ୍ୟ ପରି ଓଡିଶା ସରକାର ମଧ୍ୟ ବୋନସ ଦେବା ଉଚିତ୍ ବୋଲି ଜିଲ୍ଲା ର ଚାଷୀ ସଂଘ ବାରମ୍ବାର ଅଭିଯୋଗ ପରେ ଅଭିଯୋଗ କରିଛି। ଏଥିରେ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ସରକାର ଙ୍କୁ ପାନେ ଦେବା ପାଇଁ ପୋଡଶୀ ରାଜ୍ୟ ରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେଉଛି l ଏଣୁ ବେଳ ଥାଉ ଥାଉ ରାଜ୍ୟ ସରକାର ଚାଷୀ ର ସମସ୍ତ ଉତ୍ପାଦିତ ଧାନ ର ବୃଦ୍ଧି କରିବା ସହିତ କେନ୍ଦ୍ର ବା ରାଜ୍ୟ ସରକାର ଚାଷୀ ଙ୍କ ସ୍ଵାର୍ଥ କୁ ଦୃଷ୍ଟି ଦେବାକୁ ଦାବି ହେଉଛି l ନଚେତ୍ ଚାଷୀ ଅଭାବୀ ବିକ୍ରୀର ସମ୍ମୁଖୀନ ହେବେ l ବନ୍ୟା ହେତୁ ଉପକୂଳ ଅଞ୍ଚଳରେ ଧାନ ଚାଷ ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଛି। ଉଲ୍ଲେଖ ଯୋଗ୍ୟ ଯେ ଏ ବର୍ଷ କେନ୍ଦ୍ର ସରକାର ଗହମ ଓ ଚାଉଳ ର ଉତ୍ପାଦନ କମିବା ହେତୁ ରପ୍ତାନି ବନ୍ଦ କରିଛନ୍ତି ।ଚାଷୀ ବର୍ଷା ଦେଖି ଓ ଜମିର ଧାନଗଛ ଦେଖି ଯେତେ ଖୁସି ହେଲେ ମଧ୍ୟ୍ୟ ଅମଳପରେ ତାହାର ଚିନ୍ତାଧାରା ବଢିଯାଉଛି, ସେ ସଠିକ୍ ପ୍ରାପ୍ୟ ପାଇବକି ନାହିଁ ସେ ନେଇ ଆଶା ଆଶଙ୍କା ରେ ରହିଛି। ଅପରପକ୍ଷରେ ଜିଲ୍ଲା ରେ କୃଷି ବିଭାଗୀୟ ଅଧିକାରୀଙ୍କ ସଂଖ୍ୟା ଧୀରେ ଧୀରେ କମି କମି ଯାଉଛି। ଯାହାଫଳରେ ଏକାଧିକ ପଞ୍ଚାୟତ କୁ ନେଇ ଭି ଏଲ୍ ଡବ୍ଲୁ ସବୁ ବେଳେ କାର୍ଯ୍ୟ କରିବା ଅସମ୍ଭାଳ ହେଉଛି। ଚାଷୀ କୌଣସି ଅଭିଯୋଗ କୁ ନେଇ ପଞ୍ଚାୟତ ଅଫିସ କୁ ଗଲେ ସେଠାରେ ଅଧିକାରୀ ଅନ୍ୟ ଏକ ପଞ୍ଚାୟତ ରେ ରହିଛି ବୋଲି ସୂଚନା ଦେଉଛନ୍ତି। ଯାହା ଫଳରେ ଚାଷୀ ଓ ଅଫିସରଙ୍କ ମଧ୍ୟରେ ଯୋଗାଯୋଗ ସଠିକ୍ ହେଉ ନ ଥିବା ଯୋଗୁ ଚାଷୀ ନିଜ ନିଜ ନାମ ରାଜ୍ୟ ସରକାରଙ୍କ କାଳିଆ ପଞ୍ଜିକରଣ ପୋର୍ଟାଲରେ ପଞ୍ଜିକରଣ କରି ପାରୁନାହାନ୍ତି। ଆଉ ଦିନ କେଇଟା ପରେ ପଞ୍ଜିକରଣ ବନ୍ଦ ହୋଇଯିବ।ଜିଲ୍ଲା ରେ ହଜାର ହଜାର ଚାଷୀ କାଳିଆ ଓ ପି ଏମ୍ କିଷାନ ଯୋଜନାରୁ ଫାଇଦା ଉଠାଇ ପାରିବେ ନାହି ବୋଲି କୃଷି ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି। ଏ କ୍ଷେତ୍ରରେ କୃଷି ବିଭାଗୀୟ ଅଧିକାରୀ ମାନେ ଗ୍ରାମ ଗ୍ରାମ ରେ ସଚେତନ ନ କଲେ ଚାଷୀ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ କେନ୍ଦ୍ର ସରକାରଙ୍କ ପି ଏମ୍ କିଷାନ ଯୋଜନାରୁ ବାଦ୍ ପଡିବେ ବୋଲି ଅଭିଯୋଗ ହୋଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି କୃଷି ବିଭାଗୀୟ ଅଧିକାରୀ ମାନଙ୍କୁ ଗ୍ରାମ ଗ୍ରାମ ରେ ଯାଇ ସଚେତନ କରିବାକୁ ନିର୍ଦ୍ଦେଶ ଦେଲେ, ଚାଷୀ ମାନେ ସଚେତନ ହୋଇ ପଞ୍ଜିକରଣ କରିପାରନ୍ତେ ବୋଲି ଜିଲ୍ଲା ଚାଷୀ ସଂଘ ପକ୍ଷରୁ ଦାବି ହେଉଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

Sunil Chandra Nayak

ମମତା ସାହୁ ଙ୍କ କବିତା କୁଆଁର ପୁନେଇ ଜହ୍ନ

Sunil Chandra Nayak

ଚିଲିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବ ଚିନ୍ତାରେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!