ମୟୂରଭଞ୍ଜ:- ୨୨/୦୯/୨୨;(ମସିହା) ରାଉରକେଲା ସ୍ଥିତ ହୋଟେଲ ବୃନ୍ଦାବନର କନଫେରେନ୍ସ ହଲ୍ ରେ ମାନ୍ୟବର ସାଂସଦ, ବିଧାୟକ ଏବଂ ଆଦିବାସୀ ସମାଜ ର ମାନ୍ୟଗଣ୍ୟ ବ୍ୟକ୍ତି’ଙ୍କ ଉପସ୍ଥିତିରେ ଦେଶର ପ୍ରଥମ ରେଡିଓ ଆଦ୍ୟାଶା ନାମକ ଏକ ଷ୍ଟ୍ରିମିଂ ଓ୍ବେବସାଇଟ ଆପ୍ ଲୋକାର୍ପଣ ହୋଇଯାଇଛି।
ଦେଶର ପ୍ରଥମ ଆଦିବାସୀ ସଂଗୀତ ଭିତ୍ତିକ ଷ୍ଟ୍ରିମିଂ ଆପ୍ ରେଡିଓ ଆଦ୍ୟାଶ୍ୟା’ ର ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଏବଂ ମୁଖ୍ୟ ବକ୍ତା ଭାବେ ଆଦିବାସୀ ଭାଷା ଓ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ରୁଦ୍ର ମାଝୀ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ବଣେଇ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା, ହରିଜନ ଓ ଆଦିବାସୀ ବିକାଶ ଟ୍ରଷ୍ଟ ର ସାଧାରଣ ସଂପାଦକ ଡଃ. ଉଇଲିୟମ ହେନେଜ୍ ଏବଂ ବୀରମିତ୍ରପୁର ବିଧାୟକ ଶ୍ରୀଯୁକ୍ତ ଶଙ୍କର ଓରାମ , ରାଉରକେଲା ସ୍ବତନ୍ତ୍ର ଜେଲ୍ ଅଧିକ୍ଷକ ଶ୍ରୀଯୁକ୍ତ ଜୀବନ ସିଂ ମୁଣ୍ଡା, ବିଶିଷ୍ଠ ସମାଜସେବୀ ବାଦଲ ବାରିକ ପ୍ରମୁଖ’ଙ୍କ ଉପସ୍ଥିତିରେ ବିଧିବୋଦ୍ଧ ଭାବେ ରେଡିଓ ଆଦ୍ୟାଶା ଷ୍ଟ୍ରିଂମିଂ ଆପ୍ ର ଲୋକାର୍ପଣ ହୋଇଯାଇଛି।
ରେଡିଓ ଆଦ୍ୟାଶ୍ୟା ର ପରିଚାଳନା ନିର୍ଦ୍ଧେଶକ ଶ୍ରୀମତୀ ରଶ୍ମିତା ରାଉତ ଏହି ଆଦିବାସୀ ସଂଗୀତ ଭିତ୍ତିକ ଓ୍ବେବସାଇଟ୍ ଆପ୍ ର ଲୋକାର୍ପଣ ଉତ୍ସବରେ ଏହି ଓ୍ବେବସାଇଟ୍ ଆପ୍ ର ନିର୍ମାଣ ର ଉଦ୍ଧେଶ୍ୟ ଏବଂ ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ। ଆଦିବାସୀ ମାନଙ୍କ ଭାଷା, ସଂସ୍କୃତି, ପରମ୍ପରା ଧିରେ ଲୋପ ପାଇବାକୁ ବସୁଥିବା ଫଳରେ ସଂଯୁକ୍ତ ରାଷ୍ଟ୍ର ସଂଘ ପକ୍ଷରୁ ଆଦିବାସୀଙ୍କ ସୂରକ୍ଷା ଓ ସଂରକ୍ଷଣ ପାଇଁ ବିଶ୍ବ ଆଦିବାସୀ ଦିବସ ତଥା ବିଶ୍ବ ଆଦିବାସୀ ଅଧିକାର ଦିବସ ପରି ସଚେତନ ଧର୍ମି ଦିବସ ସାରା ବିଶ୍ବରେ ପ୍ରତ୍ୟକ ବର୍ଷ ପାଳନ କରାଯାଉଛି। ଏହି ରେଡିଓ ଆଦ୍ୟାଶା ଓ୍ବେବସାଇଟ ଆପ ରେ ମଧ୍ୟ ଆଦିବାସୀ ମାନଙ୍କ ହୋ’, ମୁଣ୍ଡାରୀ, ସାନ୍ତାଳୀ, ନାଗପୁରୀ ଓ କୁଡୁମୀ ପରି ବିଭିନ୍ନ ଆଦିବାସୀ ଭାଷା ର ଲୋକଗୀତ ଏବଂ ଆଧୁନୀକ ଗୀତ ସଂଗୀତ ଏହି ରେଡିଓ ଓ୍ବେବସାଇଟ୍ ଆପ୍ ରେ ଉପଲବ୍ଧ ରହିବା ସହିବ ଲାଇଭ୍ ଷ୍ଟ୍ରିମିଂ ର ସୁବିଧା ରହିବ। ସମୟାନୁକ୍ରମେ ଲୋପ ପାଇଯାଉଥିବା ବିଭିନ୍ନ ଲୋକପ୍ରିୟ ଗୀତ ସଂଗୀତ ଏହି ଆପରେ ଉପଲବ୍ଧ ରହିବ। ଯାହା କି ଆଦିବାସୀ ସଂସ୍କୃତୀ କୁ ରକ୍ଷା କରାଯିବା ଦିଗରେ ଆଉ ଏକ ଉତ୍ତମ ପଦକ୍ଷେପ।
ପରିଚାଳନା ନିର୍ଦ୍ଧେଶକ ଶ୍ରୀମତୀ ରଶ୍ମିତା ରାଉତ ମହାଶୟା’ଙ୍କ ଏହି ପ୍ରୟାସ ଏବଂ ପଦକ୍ଷେପକୁ ସମସ୍ତ ଅତିଥିଗଣ ଭୂୟସୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଥିଲେ ଏବଂ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ବିଶ୍ବ ତଥା ଭାରତ ବର୍ଷରେ ବସବାସ କରୁଥିବା ଆଦିବାସୀ’ଙ୍କ ସମସ୍ୟା ଏବଂ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ସ୍ଥାନୀୟ ଲିଳାବତୀ ମହାବିଦ୍ୟାଳୟ ର +୨’ ଛାତ୍ରୀ ଅର୍ପିତା ବେହେରା’ଙ୍କୁ ସାହିତ୍ୟ କ୍ଷେତ୍ରରେ ଉପଲବ୍ଧି ପାଇଁ ଏବଂ ମୟୁରଭଞ୍ଜ ଜିଲ୍ଲା ପ୍ରତିନିଧି, ରାଇରଙ୍ଗପୁର ସାମ୍ବାଦିକ ବସନ୍ତ କୁମାର ସାଣ୍ଡିଲ’ଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରା ଯାଇଥିଲା। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାକୁଡ ଏବଂ ଶ୍ରୀମତୀ ବିନତୀ ମାଝୀ ମଞ୍ଚ ପରିଚାଳନା କରିଥିଲେ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

