ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ଲା ଠାରେ ଏସ ଟି , ଏସ୍ ସି , ଓ ବି ସି ବୁଦ୍ଧିଜୀବି ସମ୍ବିଳନି ଓ କର୍ମକର୍ତ୍ତା ଚୟନ

ଡାଲଗୁମା -:  ଦଣ୍ଡପାଟ ଅଞ୍ଚଳ ର ପର୍ଲl ଧାନ ମଣ୍ଡି ଠାରେ  ଏସ ସି, ଏସ ଟି , ଓ ବିସି ଧର୍ମଗଡ ଶାଖା ର ବୁଦ୍ଧିଜୀବି ସମ୍ବିଳନି ଅନୁଷ୍ଠିତ ହୋଇ ଅଛି। ଦେଶରେ କ୍ରମାଗତ ଭାବରେ ବଡି ଚାଲିଥିବା ଧାର୍ମିକ ହିଂସା ,ଗୋଷ୍ଟୀ ସଂଘର୍ଷ , ଜାତିଗତ ଦଙ୍ଗା ହେତୁ ଆଜି ଭାରତ ବିଶ୍ଵ ରେ ନିନ୍ଦିତ ।ଏ ଅବସ୍ଥା ଆଗକୁ ସାଙ୍ଘାତିକ ହେବା ଅନୁମେୟ ,ଆମ ଭିତରେ ଥିବା ବିପଦକୁ ସମାଧାନ କରି ଠିଆ ହେବାକୁ ପଡିବ ବୋଲି ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରିଥିଲେ ।ଏଥିରେ ମୂଖ୍ୟ ଅଥିତି ଭାବେ ରାଷ୍ଟିୟ ଓ ବି ସି ମୋର୍ଚ୍ଚା ଉପ ସଭାପତି ଜଗଦୀଶ ଯାଦବ କଳାହାଣ୍ଡି ଓବିିସି  ମୋର୍ଚ୍ଚା ସଭପତି ଆଦିତ୍ୟ ହଂସ ଆଇନଜିବୀ ଦିଗାମ୍ବର ଦୁରିଆ ଧର୍ମଗଡ ଯୁବ ଯାଦବ ସଭାପତି ଡାକେ ଲହଜଲ ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା ,ଲକ୍ଷ୍ୟଜ୍ୟୋତି ଜାଲ , ଜଳନ୍ଧର  ନାୟକ,  ଗୁଣ ସାଗର ନାୟକ ,ଅବିନାଶ ଦୁର୍ଗା ପର୍ଲl ସରପଞ୍ଚ  ବିରିସ ଲାଲ ନାୟକ, ଚକ୍ରଧର ବେଣୁ ପାଣି ,ରତନ ନାୟକ, ଫକିର ନାୟକ ,କ୍ଷୀରସିନ୍ଦୁ ବୋଡକିଆ, କିଶୋର ପଟେଲ ପ୍ରମୁଖ ଆଲୋଚନା କରି ସଂଗଠନ କୁ ମଜଭୁତ କରିବା ପାଇଁ ଆହ୍ବାନ  ଦେଇଥିଲେ ।ପରେ ପର୍ଲl ଓ କଦଳୀ ମୁଣ୍ଡା ଗ୍ରା, ପ ର ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ଆଞ୍ଚଳିକ କମିଟି ଗଠନ କରା ଯାଇଥିଲା । ସଭାପତି ବିରିସ୍ ଲାଲ ନାୟକ ଉପ ସଭାପତି ଚିତ୍ରସେନ ଗୋପାଳ ,କେଦାର ବୋଡ଼କିଆ ସମ୍ପାଦକ ସେତୁରମ ଭକ୍ତ ,ସୁଧୀର ଗୋପାଳ ,ଗୋପୀନାଥ ଝଙ୍କାର ମନୋନୀତ ହୋଇଥିଲେ। ଡାଲଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ ।

Related posts

ପଞ୍ଚ କୁଣ୍ଡୀୟ ବିଶଶାନ୍ତି ମହାଯଜ୍ଞ ଆରମ୍ଭ

Sunil Chandra Nayak

ରାଉରକେଲା ରେ ” ଶବ୍ଦ ସୁରଭି “ର ଉନ୍ମୋଚନ

Sunil Chandra Nayak

ଦାଦନ ଶ୍ରମିକ ସମସ୍ୟା ଦୁର ପାଇଁ ଯୁବକ ଙ୍କ ପଦ ଯାତ୍ରା

Sunil Chandra Nayak

Leave a Comment

error: Content is protected !!