ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଡାବୁଗାଁ, ୨୨/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଘୋଡାଖୁଣ୍ଟା ପଞ୍ଚାୟତ ସଦର ମହକୁମା ଠାରେ ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଘୋଡାଖୁଣ୍ଟା ବିଦ୍ୟାଳୟ ପରିସରକୁ ସଫା କରାଯାଇଥିଲା | ପରେ ଘୋଡାଖୁଣ୍ଟା ପଞ୍ଚାୟତ ପରିସର ଓ ଘୋଡାଖୁଣ୍ଟା ର ମୁଖ୍ୟ ରାସ୍ତା କଡ ଡ୍ରେନ ସଫା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ପ୍ଲାଷ୍ଟିକ ବ୍ୟବହାର ରୋକିବା, ପାଇଖାନା ବ୍ୟବହାର କରିବା ନିଜ ସହ ନିଜ ପରିବେଶ କୁ ସ୍ୱଚ୍ଛତା ରଖିବା ନେଇ ଏକ ରାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ଜିଲା ପରିଷଦ ସଭ୍ଯ ଜୋନ-୧ ଧନସିଂ ଭତ୍ରା, ରିସର୍ଚ୍ଚ କୋଡ଼ିନେଟର ମାନସ ମୁଖାର୍ଜୀ, ଘୋଡାଖୁଣ୍ଟା ସରପଞ୍ଚ ଲୀଳା ଦେଇ ମାଝି, ଘୋଡାଖୁଣ୍ଟା ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ସିଡିପିଓ ଗୀତାଞ୍ଜଳି ମହାରଣା, ଘୋଡାଖୁଣ୍ଟା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ , ମାଷ୍ଟର ଟ୍ରେନର ଧନିରାମ ହରିଜନ, ଅଙ୍ଗନୱାଡି କର୍ମୀ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଶ୍ରୀମତୀ କବିତା ସାହୁ  ଙ୍କ କବିତା ତ୍ରିରଙ୍ଗା ଉଡୁଛି

Sunil Chandra Nayak

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ବନମହୋତ୍ସବ ସପ୍ତାହ ପାଳନ

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସାଧବ ବୋହୂ

Sunil Chandra Nayak

Leave a Comment

error: Content is protected !!