ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ କୁ ନେଇ ୟୁଟ୍ୟୁବର ଙ୍କ ନାମରେ ଥାନାରେ ଏତଲା

ଚନ୍ଦାହାଣ୍ଡି -(ମ ନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ବୋରିଗୁଡା ଗ୍ରାମର ସ୍ମିଥ କୁମାର ସାହୁ ନାମକ ଜୈନେକ ୟୁଟ୍ୟୁବର ସାମାଜିକ ଗଣ ମାଧ୍ୟମରେ ବ୍ରାହ୍ମଣ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ପାନାବେଡା ବ୍ରାହ୍ମଣ ସମାଜ ତରଫରୁ ଚନ୍ଦାହାଣ୍ଡି ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି । ପାନାବେଡା ବ୍ରାହ୍ମଣ ସମାଜ, ଚନ୍ଦାହାଣ୍ଡି ତରଫରୁ ଚନ୍ଦାହାଣ୍ଡି ଥାନାରେ ଦିଆଯାଇଥିବା ଏତଲା ରେ ସ୍ମିଥ କୁମାର ସାହୁ ତାଙ୍କର ୟୁଟ୍ୟୁବ ,ଇନଷ୍ଟାଗ୍ରାମ ଓ ଫେସବୁକ ରେ ଶଳା ବ୍ରାହ୍ମଣ କହିବା ସହ ଶଳା ବ୍ରାହ୍ମଣ ଝିଅ କୁ ଭଲ ପାଇଲି କିନ୍ତୁ ଦେଇଦେଲା ଧୋକା ବୋଲି ଏକ ଭିଡିଓ ତିଆରି କରି ସାମାଜିକ ଗଣମାଧ୍ୟମ ରେ ଅପଲୋଡ କରିଛନ୍ତି । ଉକ୍ତ ଭିଡିଓ କୁ ୧୨ ହଜାର ଜଣ ଦେଖି ଥିବା ବେଳେ ବ୍ରାହ୍ମଣ ସମାଜ ଓ ବ୍ରାହ୍ମଣ ଝିଅ ଙ୍କୁ ଆପତ୍ତିଜନକ ଆକ୍ଷେପ କରି ଅନୈତିକ ଭାବେ ଅର୍ଥ ଉପାର୍ଜନ କରି ବ୍ରାହ୍ମଣ ସମାଜ କୁ ବଦନାମ କରାଯାଇଛି ବୋଲି ଉଲ୍ଲେଖ ରହିଛି। ଏହାଦ୍ବାରା ଚନ୍ଦାହାଣ୍ଡି ଅଞ୍ଚଳର ବ୍ରାହ୍ମଣ ଝିଅ ମାନେ ଅସୁରକ୍ଷିତ ଅଛନ୍ତି । ଏହାର ଉଚିତ ତଦନ୍ତ କରିବାକୁ ଚନ୍ଦାହାଣ୍ଡି ବ୍ରାହ୍ମଣ ସମାଜ ସଭାପତି ଦୁତିବାହାନ ଖମାରୀ, ସରୋଜ ଅଗସ୍ତି, ପ୍ରଦୀପ ଅଗସ୍ତି, ଜୟଦେବ ଖମାରୀ ପ୍ରମୁଖ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କୁ ଲିଖିତ ଏତଲା ପ୍ରଦାନ କରିଛନ୍ତି । ଏନେଇ ସ୍ମିଥ ସାହୁଙ୍କୁ ପଚାରିବାରୁ ଯଦି ମୋର ଭିଡିଓ ଚନ୍ଦାହାଣ୍ଡି ବ୍ରାହ୍ମଣ ସମାଜ କୁ କଷ୍ଟ ହୋଇଛି ତାହେଲେ ମୁ କ୍ଷମା ପ୍ରାର୍ଥନା କରୁଛି ବୋଲି କହିବା ସହ ଉକ୍ତ ଭିଡିଓ କୁ ମୋର ୟୁଟ୍ୟୁବ ରୁ ରିମୁଭ କରିଦେଇଛି ବୋଲି କହିଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ନିଆଁରେ ଜଳି ଗଲେ ସ୍ତ୍ରୀ, ସ୍ୱାମୀ ଗୁରୁତର 

Sunil Chandra Nayak

ପ୍ରତିମା ଶତପଥି ଙ୍କ କବିତା ମିତ ପାଇଁ ଗୀତ

Sunil Chandra Nayak

ବାଇକ୍ ଓ ସାଇକେଲ ଧକ୍କା, ଉଭୟ ମେଡ଼ିକାଲରେ ଭର୍ତ୍ତି

Leave a Comment

error: Content is protected !!