ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣ କବି ଟିଏ ମୁହିଁ

ସକାଳର ଜଣାଣ

 

କବି ଟିଏ ମୁହିଁ

 ବିଜୟ କୁମାର ଜେନା

କବି ଟିଏ ମୁହିଁ କବିତା ଲେଖୁଛି
     ତୋ ଚକା ଆଖି କୁ ଚାହିଁ
ଶବଦ ଦେଉଛ ଭାବବି ଦେଉଛ
    ଲେଖିବାରେ ହେଳା ନାହିଁ।
ଯେଉଁ ଦିନ ପ୍ରଭୁ ନ ଲେଖି ପାରୁଛି
       ଭଲ ନ ଲାଗୁଛି କିଛି ୍       
ଦୁଇ ହାତ ଯୋଡ଼ି ଲୁହ ଛଳେ ଛଳେ
     କଲମ କୁ ରଖେ ପୋଛି।
ହଠାତ୍ କେମିତି ହୃଦୟ ଭିତରେ
      ଶୁଣି ପାରେ ତୁମ ସ୍ଵର
ତୁମରି ଆଶିଷେ ଦୁଇ ପଦ ଲେଖି
      ଶୁଦ୍ଧ କରଇ ଶରୀର।
ତୁମ ରୂପ ଗାନ କରିବାକୁ ନାଥ
      ଧରାଇଛ ଯେ କଲମ
ଏଇ ଜନମ ମୋ ବିତି ଯାଉ ଥାଇ
      ଶବ୍ଦ ରେ ହେ ଦାରୁବ୍ରହ୍ମ।
  ଅବସର ପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି ରଣପୁର ନୟାଗଡ଼

Related posts

ବିଦ୍ୟାଳୟରେ ବିଦାୟ କାଳୀନ ସଭା ଅନୁଷ୍ଠିତ

Sunil Chandra Nayak

ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ର ବିକ୍ଷୋବ ପ୍ରଦର୍ଶନ

Sunil Chandra Nayak

ରାସୋଳ ପୋଲିସ୍ ଓ ଅବକାରୀ ବିଭାଗ ର ଚଢ଼ାଉ ପରେ ବିପୁଳ ପରିମାଣ ର ମଦ ଓ ସାମଗ୍ରୀ ଜବତ

Sunil Chandra Nayak

Leave a Comment

error: Content is protected !!