ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫାଇନାନ୍ସ ଦେବା ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ, କୋକସରା ଥାନାରେ ଯୁବକ ଅଟକ

କୋକସରା,୨୩/୯-( ମ ନି ସ)  ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇ ଫାଇନାନ୍ସ କରେଇଦେବା ଲୋଭ ଦେଖାଇ ନିରୀହ ଲୋକଙ୍କ ଠାରୁ ଲୁଟ କରିଛି ଲକ୍ଷାଧିକ ଟଙ୍କା । କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଚଳାଇଥିଲା ନେଟୱାର୍କ। ଦୀର୍ଘ ମାସ ଧରି ଲୋକଙ୍କୁ ଭୁଆଁ ବୁଲାଇବା ପରେ ଯୋଜନାବଦ୍ଧ ଭାବେ ମାଷ୍ଟର ମାଇଣ୍ଡ ଯୁବକକୁ ଧରି ପୋଲିସର ଜିମା ଦେଇଛନ୍ତି ଠକେଇର ଶିକାର ହୋଇଥିବା ଲୋକେ। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଘମାରି ଗ୍ରାମର ଦେବେନ୍ଦ୍ର କୁମାର ପାଢି (୩୪) ନାମକ ଯୁବକ ଜଣକ ନିଜକୁ ୟସ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବୋଳି ପରିଚୟ ଦେବାସହ କୋକସରା ବ୍ଲକ ଅଞ୍ଚଳର ସ୍ଥାନୀୟ କିଛି ଯୁବକ ଓ ଜଣେ ମହିଳାଙ୍କୁ ଏଜେଣ୍ଟ କରି କଳାହାଣ୍ଡି ଜିଲ୍ଲାର କୋକସରା, ଜୟପାଟଣା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ନିଜକୁ ଯଶ ବ୍ୟାଙ୍କ ର ଅଧିକାରୀ ଦର୍ଶାଇ ଜଣ ପିଛା ୨ ଲକ୍ଷ ଲୋନ କରେଇଦବା କହି ପ୍ରତି ଜମାକାରୀଙ୍କ ଠାରୁ ଜଣ ପିଛା ୧୦୦୦/୧୫୦୦ ଟଙ୍କା, ବ୍ୟାଙ୍କ ଆକାଉଣ୍ଟ, କାଗଜପତ୍ର ଓ ଇନ୍ସୁରାନ୍ସ ବାବଦରେ ପ୍ରାୟ ଲକ୍ଷାଧିକ ଟଙ୍କା ଏଜେଣ୍ଟଙ୍କ ଜରିଆରେ ଆଦାୟ କରିଥିଲା । ପରବର୍ତ୍ତୀ ସମୟରେ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଯଶ ବ୍ୟାଙ୍କର ଆକାଉଣ୍ଟ ଓ ଏଟିଏମ କାର୍ଡ ମଧ୍ୟ ଦେଇଥିଲେ। କିନ୍ତୁ ମାସ ପରେ ମାସ ଗଡ଼ିବା ପରେ ଆଉ ଧରାଛୁଆ ଦେଲେନାହିଁ କି ଫୋନ କଲେ ଆଜି ହେବ କାଲି ହେବ କହି ଦିନ ଗଡାଇ ଚାଲିଲେ। ପରେ ଜମାକାରୀ ମାନେ ଠକାମୀର ଶିକାର ହୋଇଥିବା ଜାଣିପାରି ସମସ୍ତେ ଏଜେଣ୍ଟଙ୍କୁ ମାଡି ବସିବାରୁ ଗୁରୁବାର ଏଜେଣ୍ଟ ଓ ଜମାକାରୀ ମାନେ ଯୋଜନାବଦ୍ଧ କରି ପୁଣି ୨ ଲକ୍ଷ ଟଙ୍କା ଜମାକାରୀଙ୍କ ଠାରୁ ନେବାକୁ ଫୋନ କରି ଡାକିବା ପରେ ମାଷ୍ଟର ମାଇଣ୍ଡ ଯୁବକ ଜଣକ ଜୁନାଗଡ଼ରୁ ଓଡ଼ି ୦୨ ବି ଏସ ୬୩୭୪ ନମ୍ବର ର ଏକ ଏର୍ଟିଗା କାର୍ ରେ କାଉଡୋଳା ଛକକୁ ଆସିଥିଲେ । ପରେ କୌଣସି ସୂତ୍ରରୁ ଖବର ପାଇ ଫେରାର ମାରିବାକୁ ଦୃତ ଗତିରେ କାଉଡୋଳା ରୁ ଜୁନାଗଡ଼ ପଟେ ଆସୁଥିବା ବେଳେ ଏନେଇ କୋକସରା ଥାନାକୁ ଫୋନରେ ଜଣାଇବା ପରେ କୋକସରା ପୋଲିସ ଟିମ ତ୍ୱରିତ ପଦକ୍ଷେପ ନେଇ କୋକସରା ଠାରେ କାରକୁ ଅଟକ ରଖିବା ସହ କାରରେ ଥିବା ମାଷ୍ଟର ମାଇଣ୍ଡ ଦେବେନ୍ଦ୍ର ପାଢି କୁ ଥାନାକୁ ଆଣି ଅଟକ ରଖିଛି। ପରେ ଠକାମୀର ଶିକାର ହୋଇଥିବା ଜମାକାରୀ ମାନେ କୋକସରା ଥାନାରେ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ କେଶ ନମ୍ବର ୨୩୨/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି।

Related posts

ଯୁବ ରେଡକ୍ରସ ପ୍ରବେଶକାଳୀନ ସଭା

Sunil Chandra Nayak

ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ଜଗନ ମୋହନ ଲାଲାଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ୱାଇଏମଏଫଆଇ ଓ ‘ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସ୍ମୃତିରେ ସ୍ମୃତିରେ’ କାର୍ଯ୍ୟକ୍ରମ 21ରେ 

Leave a Comment

error: Content is protected !!