ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁସୁମପୁର ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ , ୨୬୮ ଜଣ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ 

ରାଇଘର( ମ ନି ସ)୨୩:୦୯:୨୨-  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗଞ୍ଜାପାରା ପଞ୍ଚାୟତ ସ୍ଥିତ କୁସୁମପୁର ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ସ୍କୂଲ କତୃପକ୍ଷଙ୍କ ମିଳିତରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା l ବିଦ୍ୟାଳୟର ମୋଟ ୨୬୮ ଜଣ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିବା ଜଣାପଡିଛି l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ହର୍ଷ ମହାପାତ୍ର, ପରିଚାଳନା କମିଟି ସଭାପତି ମଲୁ ଗଣ୍ଡ,ଦଶରୁ ଗଣ୍ଡ ଉପ ସଭାପତି ଜୟା ବତି ଗଣ୍ଡ ସହ ବିଦ୍ୟାଳୟର କତୃପକ୍ଷ ରଞ୍ଜନ କୁମାର୍ ନାୟକ,ଜିତେନ୍ଦ୍ର ରାଉତ,ସନ୍ତୁଳା ବାଈ ଗଣ୍ଡ,କମଳ ଲୋଚନ ଗଣ୍ଡ,ଊର୍ମିଳା ଗଣ୍ଡ,ଶ୍ରୀ ରାମ ନାୟକ୍ ରଜନୀ କାନ୍ତ ନାୟକ ପ୍ରମୁଖ ଶିକ୍ଷକ,ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରିୟ ବିଜ୍ଞାନ ମେଳା କୁ ମନୋନୀତ

Sunil Chandra Nayak

ସଡକ ସୁରକ୍ଷା କୁ ନେଇ ଆମପାଣି ଠାରେ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଅଷ୍ଟଶମ୍ଭୁ ମନ୍ଦିର ପରିସର ରେ “ଯୁବଶକ୍ତି “ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!