ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଠନ କଲା ବିଜୁ ଛାତ୍ର ଜନତା ଦଳ

ଭବାନୀପାଟଣା -/   ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲେ ସୁଦ୍ଧା ସରଗରମ ହୋଇଛି କ୍ୟାମ୍ପସ ରାଜନୀତି । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ କ୍ୟାମ୍ପସ କମିଟି ଗଠନ କରିବାକୁ ଘୋଷଣା କରିଥିଲା ବିଜୁ ଛାତ୍ର ଜନତା ଦଳ । ତେଣୁ ବିଭିନ୍ନ କଲେଜ ସହ ବିଶ୍ବବିଦ୍ୟାଳୟରେ ଉଷ୍ମତା ପରିଲକ୍ଷିତ ହେଉଛି । ଏହି କ୍ରମରେ ଆଜି କଳାହାଣ୍ଡି ବିଶ୍ବ ବିଦ୍ୟାଳୟରେ କ୍ୟାମ୍ପସ କମିଟି ଗଠନ କରିଛି ଛାତ୍ର ବିଜେଡ଼ି । ଛାତ୍ର ବିଜେଡିର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ୨୬ ଜଣିଆ କ୍ୟାମ୍ପସ କମିଟିକୁ ଆଜି ଘୋଷଣା କରିଛନ୍ତି। ଏହି କମିଟିର ଆବାହକ ଭାବେ ହିରେନ୍ଦ୍ର ସାହୁ, ସହ ଆବାହକ ଭାବେ ଗୀତାଞ୍ଜଳି ହିଆଲ ଓ ପ୍ରାଚୁର୍ଯ୍ୟ ଭୋଇ, ଖେଳ ପ୍ରତିନିଧି ଭାବେ ସରିତା ଠାକୁର, ପ୍ରଜ୍ଞା ପରୀମିତା କୁମାର,ଲିଙ୍ଗରାଜ ଛତ୍ରିଆ ଓ ସୁନୀତା ସାହୁ, ସାଂସ୍କୃତିକ ପ୍ରତିନିଧି ଭାବେ ଭୋଲେଶ୍ୱରି ଦାସ, ମୋନାଲିସା ଦୀପ, ଜେଳି ବେହେରା ଓ କେଶବ ଚନ୍ଦ୍ର ନାଏକ, ସାମାଜିକ କାର୍ଯ୍ୟକଳାପ ପ୍ରତିନିଧି ଭାବେ ମୋନାଲିସା ସାହୁ, ଚାନ୍ଦନା ମେହେର,ଜ୍ୟୋତି ରଞ୍ଜନ ବେହେରା ଓ ତେଜରାଜ୍ ବେହେରା, ହେଲ୍ପ ଡେସ୍କ ପ୍ରତିନିଧି ଭାବେ ଅନ୍ୱେଷା ପଣ୍ଡା, ରୁଦ୍ର ନାରାୟଣ ମଣ୍ଡଳୀ,ଚିନ୍ମୟ ରାଉତ ଓ ସଚିନ ବେମାଲ, ହଷ୍ଟେଲ ଆବାହକ ଭାବେ ସ୍ମୃତି ଲିପ୍ସା ସାମଲ ଓ ହଂଶରାଜ୍ ବେହେରା, ଡେ ସ୍କୋଲାର ପ୍ରତିନିଧି ଭାବେ ମିତାଲି ନାୟକ ଓ ରାକେଶ ସାହୁ, ସାମାଜିକ ଗଣମାଧ୍ୟମରେ ଭାରତୀ ନାୟକ, କରିଶ୍ମା ସାହୁ ଓ ମହେଶ ବାଗଙ୍କୁ ନିଯୁକ୍ତି ଦିଆଯାଇଛି । ଏହି କମିଟି ବିଶ୍ବବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ପ୍ରଚେଷ୍ଟା କରିବା ସହ ନେତୃତ୍ବ ସୃଷ୍ଟି କରିବାରେ ସହାୟକ ହେବବୋଲି ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି । ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ସଙ୍କର ମିଶ୍ର, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ, ରାଜ୍ୟ ଉପସଭାପତି ଅଭିଷେକ ମହାପାତ୍ର, ରାଜ୍ୟ ସମ୍ପାଦକ ଆଶିଷ ମହାପାତ୍ର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ବବି ଜୈନ୍ ଙ୍କ କବିତା ମୁଁ କବି

Sunil Chandra Nayak

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

ଲୁଟ ଅଭିଯୋଗ ରେ ଦୁଇ ଗିରଫ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!