ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡ୍ ର ହିନ୍ଦୀ ଶିକ୍ଷକ ବାସୁଦେବ ସେନାପତିଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା

ନିଜର ପୁତ୍ର ସନ୍ତାନ ନଥିବାରୁ ବଡଝୀଅ ଅଂଶିକା ମୁଖାଗ୍ନି ଦେଇ ଉଦାହରଣ ସୃଷ୍ଟି କରିଛନ୍ତି   

ରୁପ୍ରା, ୨୩/୯ (ମ ନି ସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମର ସାମ୍ବାଦିକ ଅଜୟ କୁମାର ସେନାପତିଙ୍କ ବଡଭାଇ ତଥା ରୁପ୍ରା ପଞ୍ଚାୟତର ପୂର୍ବ ସରପଞ୍ଚ ଓ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମ ସୁନ୍ଦର ସେନାପତିଙ୍କ ବଡପୁଅ ବାସୁଦେବ ସେନାପତିଙ୍କ କଟକ ବଡ ମେଡିକାଲରେ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ବାସୁଦେବ ନର୍ଲାରୋଡ୍ ସ୍ଥିତ ଜୟଦୁର୍ଗା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ ୧୫ ଦିନ ତଳେ ବାସୁଦେବଙ୍କୁ ବାନ୍ତି ହେବାରୁ ଭବାନୀପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ, ମାତ୍ର ପୁଣି ବାନ୍ତି ହେବାରୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ଡାକ୍ତରଙ୍କ ପରାମର୍ଶ ନେବାପାଇଁ ଚଳିତ ମାସ ୯ ତାରିଖ ଦିନ ବିଶାଖାପାଟଣାର ସେଭେନହିଲ୍ସ୍ ହସପିଟାଲକୁ ନିଜ ପତ୍ନୀ ମୀନା ଓ ଶଶୁର ମହେନ୍ଦ୍ର ସହ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ମାନେ ବିଭିନ୍ନ ପରୀକ୍ଷା କରି ରୋଗୀକୁ ଗୁରୁତର ବୋଲି କହି ସଙ୍ଗେ ସଙ୍ଗେ ଆଇସିୟୁରେ ଭର୍ତ୍ତି କରି ଦେଇଥିଲେ। ଚିକିତ୍ସା ବାହାନାରେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ବାସୁଦେବଙ୍କ ପତ୍ନୀ ମୀନାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେହେଁ ଉତ୍ତମ ଚିକିତ୍ସା ଯୋଗାଇ ପାରିଲେ ନାହିଁ, ଉକ୍ତ ହସପିଟାଲ କର୍ତୃପକ୍ଷ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ସୂନାଅଣ୍ଡା ଦିଆ କୁକୁଡ଼ା ଭାବରେ ବ୍ୟବହାର କରି କେବଳ ଟଙ୍କା ଅସୁଲି କରି ଚାଲିଲେ। ଫଳରେ ରୋଗୀଙ୍କ ପରିବାର ଲୋକେ ହତାଶ ହୋଇ ସେଠାରୁ ଡିସଚାର୍ଜ୍ କରେଇ କଟକ ବଡ଼ ଡାକ୍ତରଖାନାକୁ ୨୧ ତାରିଖ ଦିନ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ୨୨ ତାରିଖ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ଶବ ପୈତୃକ ଗାଁ ରୁପ୍ରାକୁ ଆଜି ସକାଳେ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ଶେଷ ଦର୍ଶନ ନିମନ୍ତେ ଅଞ୍ଚଳ ଲୋକାରଣ୍ୟ ହୋଇଥିଲା। ପରେ ଏକ ବିରାଟ ଶୋଭାଯାତ୍ରାରେ ଶବକୁ ନିଆଯାଇଥିଲା। ନିଜ ଜମିରେ ଅନ୍ତିମ ସଂସ୍କାର କରାଯାଇଥିଲା, ସ୍ୱର୍ଗତ ବାସୁଦେବଙ୍କ ଦୁଇଟି ଝିଅ ଅଂଶିକା ଓ ଆୟୁଷି ଥିବା ବେଳେ ପୁତ୍ର ସନ୍ତାନ ନଥିବାରୁ ବଡଝୀଅ ଅଂଶିକା ମୁଖାଗ୍ନି ଦେଇ ଅଞ୍ଚଳରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡଝିଅ ଅଂଶିକା କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରେ ଓ ସାନଝିଅ ଆୟୁଷି ନର୍ଲା ନବୋଦୟ ବିଦ୍ୟାଳୟରେ ଅଧ୍ୟୟନରତ ଅଛନ୍ତି। ସ୍ୱର୍ଗତ ବାସୁଦେବ ତାଙ୍କ ପଛରେ ବାପା, ମା’, ଚାରିଭାଇ ଓ ଭାଇବୋହୁ, ବଡ ଭଉଣୀ ଓ ଭିଣୋଇ, କାକା, ଖୁଡି, ପୁତୁରା ଝିଆରୀ ତଥା ଆତ୍ମୀୟ ସ୍ୱଜନଙ୍କୁ ଛାଡି ଯାଇଛନ୍ତି। ଆଜି ନର୍ଲାରୋଡ୍ ଜୟଦୁର୍ଗା ହାଇସ୍କୁଲରେ ଏକ ଶୋକସଭା ଅନୁଷ୍ଠିତ ହେବାସହ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ରବୀନ୍ଦ୍ର କୁମାର ବେହେରା ଙ୍କ ଗଳ୍ପ ମଗର ବୃତ୍ତାନ୍ତ

କୌଶଲ୍ୟା ଦୀପ ନୂଆପଡା ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ନିର୍ବାଚିତ

Sunil Chandra Nayak

ଲୁଟ ଅଭିଯୋଗ ରେ ଦୁଇ ଗିରଫ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!