ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚଳିତ ଛତରଯାତ୍ରା ପର୍ବ ରେ ପଶୁ ବଳିକୁ ନିରୁତ୍ସାହିତ ନିମନ୍ତେ ସଚେତନତା ବୈଠକ

ପଶୁବଳି କୁ ନିରୁତ୍ସାହିତ କରିବା ପାଇଁ ଗାଁ ଗାଁ ରେ ହୋର୍ଡିଁ, ଲିଫ୍ଲେଟ, ମାଇକ ଦ୍ୱାରା ସଚେତନତା ବାର୍ତ୍ତା ଦିଆଯିବ
ଧାରୁଆଅସ୍ତ୍ରଶସ୍ତ୍ର ଧରିବା ଏକ ଅପରାଧଭାବେ ଗଣାଯିବ

ଭବାନୀପାଟଣା ତା ୨୩.୯.୨୦୨୨: (ମ ନି ସ) ଗତ କାଲି ୨୨.୯.୨୦୨୨ରିଖ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଚଳିତ ଛତର ଯାତ୍ରାରେ ପଶୁବଳି କୁ ନିରୁତ୍ସାହିତ କରିବା ତଥା ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶୁମାନଙ୍କ ପ୍ରତି ନିଷ୍ଠୁରତା,ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ରାୟ, କୋମଳମତି ଶିଶୁ ମାନଙ୍କ ଉପରେ ପ୍ରଭାବ, ନିର୍ଦ୍ଦୟତା ପ୍ରତି ସମ୍ବେଦନଶୀଳ ର ହ୍ରାସକୁ ଆଖି ଆଗରେ ରଖି ପଶୁବଳି କୁ ନିରୁତ୍ସାହିତ କରିବା ଉଦ୍ଧେଶ୍ୟରେ ଉପସ୍ଥିତ ସମସ୍ତଙ୍କ ମତ ପ୍ରକାଶ ପାଇଁ ଜିଲ୍ଲାପାଳ ଆଗ୍ରହ ପ୍ରକାଶ କରିଥିଲେ । ସଭାରେ ବରିଷ୍ଠ ଆଇନଜୀବୀ ଶ୍ରୀ ଜଗନ୍ନାଥ ମୁଣ୍ଡ, ସମାଜ ସେବୀଶ୍ରୀ ଉତ୍ସବ ସାହୁ, ଓକିଲ ସଂଘ ସଭାପତି ଶ୍ରୀ ସୁବ୍ରତ ବହିଦାର ତଥା ଶ୍ରୀ ସାମନ୍ତ ଖମାରୀ ନିଜ ମତ ପ୍ରକାଶ କରି ମା ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ସମୟରେ ମାଙ୍କ ଉଦ୍ଦେଶ୍ୟରେ ପଶୁବଳି ଦେବା ଭକ୍ତ ମାନଙ୍କରେ ସଦିଚ୍ଛା,ମାନସିକ ପୂରଣ ଓ ଭକ୍ତିଭାବ କାହିଁ ବହୁ ବର୍ଷରୁ ଚଳିଆସୁଅଛି ଏବଂ ଏହା କଳାହାଣ୍ଡି ଜନମାନସର ଭାବାବେଗ ସହିତ ଜଡ଼ିତ।ପଶୁବଳି ଦ୍ଵାରା କୋମଳମତି ଶିଶୁ ଓ ସମ୍ବେଦନଶୀଳ ବ୍ୟକ୍ତି ବିଶେଷ ଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବାରୁ ପଶୁବଳି କୁ ନିରୁତ୍ସାହିତ କରିବା ନିମନ୍ତେ ଭକ୍ତ ମନରେ ଏକ ସଚେତନତା ବାର୍ତ୍ତା ଦେବା ପାଇଁ ଗାଁ ଗାଁ ରେ ହୋର୍ଡିଁ, ଲିଫ୍ଲେଟ, ମାଇକ ଦ୍ୱାରା ଘୋଷଣା କଲେ ଧୀରେ ଧୀରେ ଏହା ହ୍ରାସ ପାଇବ ବୋଲି ପ୍ରକାଶ କରିଥିଲେ ।ସର୍ବ ସମ୍ମତିକ୍ରମେ ସଭାରେ ମାଙ୍କ ଛତର ଯାତ୍ରା ସମୟରେ ପ୍ରବଳ ଜନଗହଲିକୁ ଦୃଷ୍ଟିରେ ରଖି କୌଣସି ବ୍ୟକ୍ତି କୌଣସି ଧାରୁଆ ଅସ୍ତ୍ରଶସ୍ତ୍ର ଧରିବା ଏକ ଅପରାଧ ଭାବେ ଗଣାଯିବ ଏବଂ ସେଭଳି ସାଂସ୍କୃତିକ ଦଳରେ ଧାରୁଆ ଅସ୍ତ୍ର ଧରିବା ସଂପୂର୍ଣ୍ଣ ବାରଣ କରାଯାଇଛି। ଜେନାଖାଲ ଠାରୁ ମାଆ ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଭକ୍ତମାନଙ୍କ ଦର୍ଶନ ପାଇବାର ଅଧିକାର ରହିଛି, ଏଣୁ ପଶୁବଳି କୁ ନିରୁତ୍ସାହିତ କରିବାକୁ ସହରବାସୀଙ୍କୁ ଅନୁରୋଧ କରାଗଲା ବୋଲି ସମସ୍ତେ ମତ ପ୍ରକାଶ କଲେ । ଛତର ଯାତ୍ରା ସମୟରେ ମୁଖ୍ୟରାସ୍ତା କୁ ପରିଷ୍କାର, ପରିଚ୍ଛନ୍ନ ସହ ଆବର୍ଜନା ମୁକ୍ତ କରିବାକୁ ସମସ୍ତେ ଚେଷ୍ଟା କରିବାକୁ ନିବେଦନ କରାଗଲା।ସଚେତନତା ପାଇଁ ପୌରପରିଷଦ ଦ୍ଵାରା ମାଇକ ଘୋଷଣା, ହୋର୍ଡିଂ ଓ ଲିଫ୍ଲେଟ୍ ବଣ୍ଟନ କରାଯିବ। ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ସୁଶାନ୍ତ କୁମାର ପଟେଲ,ପୌରପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା,ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ,ତହସିଲଦାର ଶ୍ରୀ ଉପେନ୍ଦ୍ର ଲୁହା, ଡି ଆଈ ପି ଆର୍ ଓ ଶ୍ରୀ ମନୋଜ ବେହେରା, ଡି ଏସ ଡବ୍ଲୁ ଓ ଜ୍ୟୋତ୍ସ୍ନାରାଣୀ ପାତ୍ର, ଆଇ ଆଇ ସି ଟାଉନ ଥାନା ଶ୍ରୀ ପ୍ରଦୀପ ଧାରୁଆ, ଆର୍ ଆଇ ଅଫ ପୋଲିସ ଶ୍ରୀ ଏ ବିଘ୍ନେଶ୍ୱର ରାଓ ,ଶ୍ରୀ ଅଶୋକ ନେଗୀ,ଶ୍ରୀ ଶଶି ଚୌଧୁରୀ,ଶ୍ରୀ ଅଭୟ ନାୟକ, ଜିଲ୍ଲାପାଳ ଙ୍କ ବିଚାର ଶାଖା ର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହାତ ଠାରି ଡାକେ ମୋ ଗାଁ ମାଟି

Sunil Chandra Nayak

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ବଞ୍ଚିବାକୁ ହେବ

Sunil Chandra Nayak

ଖଡ଼ିଆଳ ଅଞ୍ଚଳରେ ଘୁର୍ଣ୍ଣିଝଡ଼ ପ୍ରଭାବ, ଗଛ ଭାଙ୍ଗି ଜାତୀୟ ରାଜପଥ ଅବରୋଧ

Leave a Comment

error: Content is protected !!