ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ  ବିଧାୟକ ହେଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ନବରଙ୍ଗପୁର,୨୩/୯(ମ ନି ସ) ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ହେଲେ ନବରଙ୍ଗପୁର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଏ ନେଇ ଆଜି ଘୋଷଣା ହୋଇଛି। ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ସାନଭାଇ ତଥା ଝରିଗାଁ ବିଧାୟକ ପ୍ରକାଶ ମାଝୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ନିଜ ନିଜ ଆଡୁ ଜୋର୍ ଜାର୍ ଲବି କରିଥିଲେ। ବିଧାୟକ ରନ୍ଧାରୀ ପୂର୍ବରୁ ନବରଙ୍ଗପୁର ବିଧାୟକ ଥିବାବେଳେ ସେ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଥିଲେ। ବର୍ତମାନ ସେ ଜିଲ୍ଲାର ଏକ ମାତ୍ର କଂଗ୍ରେସ୍ ବିଧାୟକ ଥିବା ଭୂଜବଳ ମାଝୀ ଙ୍କୁ ପରାସ୍ତ କରି ଜିଲ୍ଲା ରେ ଚର୍ଚ୍ଚା କୁ ଆସିଥିଲେ। ଡ଼ାବୁଗାଁ ରୁ ବିଜୟ ହେଲେ ମନ୍ତ୍ରୀ ହେବେ ବୋଲି ତାଙ୍କ ନିକଟତମ ପ୍ରତିନିଧି ସେତେବେଳେ ଆଲୋଚନା କରୁଥିଲେ।ତାଙ୍କୁ ମନ୍ତ୍ରୀ ନ ଦେଇ ତାଙ୍କ ସାନ ଭଉଣୀ ତଥା କୋଟପାଡ଼ ବିଧାୟୀକା ପଦ୍ମିନୀ ଦିଆଁନ ଙ୍କୁ ମନ୍ତ୍ରୀ ଦେଇ ଶାନ୍ତ କରିଥିଲେ । ବିଧାୟକ ରନ୍ଧାରୀ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲା ପରେ ତାଙ୍କ ସାନଭଉଣୀ ତଥା କୋଟପାଡ଼ ବିଧାୟିକା ମଧ୍ୟ ଶାନ୍ତ ହୋଇଥିବା ନିକଟତମ ପ୍ରତିନିଧି ଠାରୁ ପ୍ରକାଶ। ପୂର୍ବରୁ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ଥିଲେ ।ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ଏହି ପଦବୀ ଖାଲି ପଡିଥିଲା।ଆଜି ବିଧାୟକ ରନ୍ଧାରୀ ଜିଲ୍ଲା ଯୋଜନା ବର୍ଡ ଅଧ୍ୟକ୍ଷ ହେଲା ପରେ ଏହାର ପୂର୍ଣ୍ଣଚେଦ ପଡିଲା। ଦଳ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ କୋଷାଗୁମୁଡା ଅଧ୍ୟକ୍ଷ ଉପାଧ୍ୟକ୍ଷ ଡାବୁଗାଁ ବ୍ଲକ୍ ଅଧ୍ୟକ୍ଷ ଉପାଧ୍ୟକ୍ଷ, ପାପଡାହାଣ୍ଡି ବ୍ଲକ୍ ଅଧ୍ୟକ୍ଷା ଉପାଧ୍ୟକ୍ଷ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

ନବରଙ୍ଗପୂର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ବରଷଘରିଆ ବିଦ୍ୟାଳୟ ପୁନର୍ବାର ଖୋଲିବା ଦାବି 

Sunil Chandra Nayak

ଭାରତରେ ୮ ବର୍ଷରେ ୨୦ ହଜାର ବର୍ଗ କିମି ଜଙ୍ଗଲ ବଢ଼ିଛି: ନରେନ୍ଦ୍ର ମୋଦୀ

ଏବେ ଗାଡି ଇନସ୍ୟୁରାନ୍ସ ମହଙ୍ଗା..

Leave a Comment

error: Content is protected !!