ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଘିଆଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସୁରକ୍ଷିତ , ଶ୍ରେଣୀଗୃହ ମରାମତି ନେଇ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

ମୟୂରଭଞ୍ଜ – ୨୩/୦୯/୨୨(ମସିହା) ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକ ସନ୍ନିକଟ ୧୯୫୬ ମସିହାରେ ସ୍ଥାପିତ ହୋଇଥିବା ବାଘିଆଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ଗୁଡିକ ମରାମତି ଅଭାବରୁ ଅସୁରକ୍ଷିତ ହୋଇପଡିଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୫୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସମେତ ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି ।ଅଫିସ କାର୍ଯ୍ୟାଳୟ ସମେତ ସମସ୍ତ ଶ୍ରେଣୀଗୃହ ଗୁଡିକରେ ବର୍ଷାପାଣି ପିଲାମାନଙ୍କ ମୁଣ୍ଡରେ ପଡୁଛି ।ଛାତ ସିଲିଂ ଫଡାଫଡା ଖସି ପଡୁଛି ।ନିକଟରେ ଜଣେ ଶିକ୍ଷୟତ୍ରୀଙ୍କ ମଥାରେ ସିଲିଂ ଛାତ ମଥାରେ ଖସି ପଡ଼ିବାରୁ ସେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ।ଛୋଟ ଛୋଟ ପିଲାମାନଙ୍କ ସମେତ ଶିକ୍ଷକ/ଶିକ୍ଷୟତ୍ରୀ ଶ୍ରେଣୀ ଗୃହକୁ ପଶିବାକୁ ଭୟ କରୁଛନ୍ତି । ବାରଣ୍ଡାରେ ପଢ଼ାଉଛନ୍ତି ।ଏହାକୁ ନେଇ ସେମାନେ ଓ ଅଭିଭାବକ ବୃନ୍ଦ ବ୍ଳକ ପ୍ରଶାସନକୁ ଜଣାଇଛନ୍ତି । ପ୍ରଶାସନ କିଛି ପଦକ୍ଷେପ ନ ନେବାରୁ ଗ୍ରାମବାସୀ , ଅଭିଭାବକ, ଛାତ୍ର ଛାତ୍ରୀ ସ୍କୁଲ ସମ୍ମୁଖ ମୁଖ୍ୟ ରାସ୍ତାରେ ପ୍ରବଳ ବର୍ଷା ସତ୍ବେ ଛତା ଧରି ରାସ୍ତାରେ ବହି ଧରି ପଢୁଥିଲେ ।ରାସ୍ତାରେ ଦିର୍ଘ ୪ ଘଣ୍ଟା ଧରି ବସିଥିଲେ।ବିଇଓ , ତହସିଲ ପ୍ରଶାସନ ଓ ବ୍ଳକ ପ୍ରଶାସନ, ପୋଲିସ ପ୍ରଶାସନ ଗ୍ରାମବାସୀ ଓ ଶିକ୍ଷାନୁଷ୍ଠାନ ପ୍ରଧାନ ଶିକ୍ଷଯତ୍ରୀ ଦେଲହମଣି ମାଝୀଙ୍କ ଆଲୋଚନା କରିଥିଲେ । ଆସନ୍ତା ସୋମବାର ଦିନ ଆଉଥରେ ବିଧିବଦ୍ଧ ଆଲୋଚନା କରାଯିବ ପାଇଁ ନିଷ୍ପତ୍ତି ନେବାପରେ ରାସ୍ତା ଅବରୋଧରୁ ଗ୍ରାମବାସୀ ଓହରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

 

Related posts

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା

Sunil Chandra Nayak

ମୋଟେର ବସ ଷ୍ଟାଣ୍ଡ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

Sunil Chandra Nayak

ବୁଡିପଦର ସ୍କୁଲରେ ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!