ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇଟିଡ଼ିଏ ଯୋଗାଉଛି ପ୍ରୋତ୍ସାହନ – ୫୦ ଏକର ଜମିରେ ମକା ଚାଷ କରି ରୋଜଗାରକ୍ଷମ ହେଉଛନ୍ତି ଜାମଦା ଚାଷୀ

ମୟୂରଭଞ୍ଜ;୨୩/୦୯/୨୦୨୨(ମସିହା) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଇଟିଡ଼ିଏ ତରଫରୁ ଜାମଦା ବ୍ଲକର ଗୁଡ଼ତା,କୁଲେଇବିରା,ଭାଗାବେଡ଼ା ଗାଁ ର ମୋଟ ୬୦ ଜଣ ଚାଷୀଙ୍କୁ ମକା ବିହନ ସହ ଜୈବିକ ଖତ,ଜିଆ ଖତ ତଥା କୀଟନାଶକ ଔଷଧ ପ୍ରଦାନ କରାଯାଇଥିଲା |ବର୍ତ୍ତମାନ ଏହି ୩ଟି ଗାଁ ର ୬୦ ଜଣ ଚାଷୀ ମୋଟ ୫୦ ଏକର ଜମିରେ ମକା ଚାଷ କରି ମକା ଫଳାଇ ସାପ୍ତାହିକ ହାଟ,ଦୈନିକ ମାର୍କେଟ ରାଇରଙ୍ଗପୁର,ଜାମଦା,ତାଳଗାଁ,ହରିଲାବେଡ଼ା,ନାଗଡ଼ା,ବହଳଦା ଆଦି ସ୍ଥାନରେ ଏକ କେ.ଜିକୁ ୨୦ଟ,୩୦ଟ,୪୦ଟ ଲେଖାଏଁ ମକା ବିକ୍ରି କରି ରୋଜଗାରକ୍ଷମ ହୋଇପାରୁଥିବା ଗୁଡ଼ୁତା ଗ୍ରାମର ଦମୟନ୍ତୀ ହେମ୍ବ୍ରମ କୁଲେଇବିରା ଗାଁ ର ନାଗୀ ମାର୍ଣ୍ଡି,ଭାଗାବେଡ଼ା ଗାଁ ର ମାଳତୀ ଆଲଡ଼ା ଗଣମାଧ୍ୟମକୁ ଜଣାଇଛନ୍ତି | ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଶଙ୍କର ଜାତୀୟ ମକା ଚାଷ କରାଯାଇଛି । ଫାଙ୍କା ଜାଗାରେ ଆଧୁନିକ ପ୍ରଣାଳୀକୁ ପାଥେୟ କରି ଧାଡ଼ିରେ ଏହି ଚାଷ କରାଯାଇଛି ।କେବଳ ପୁରୁଷ ମାନେ ନୁହଁନ୍ତି ଝିଅ ଓ ମହିଳା ମାନେ ବି ଏଠାରେ ମକାଚାଷ କରୁଛନ୍ତି ।ଗୋଖାଦ୍ୟ , କୁକୁଡା ଖାଦ୍ୟ ଆଦି ପ୍ରସ୍ତୁତି ବେଳେ ମକା, ବିଶେଷ ଭାବେ ଦରକାର ହୋଇଥାଏ । ଆମ ରାଜ୍ୟରେ ମକାର ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଇବାରେ ଲାଗଛି । ଅନେକ ଲୋକ କଞ୍ଚା ମକା ପୋଡି ଖାଇବାକୁ ଭଲ ପାଆନ୍ତି ।ଆଉ କିଛି ଲୋକ ସିଝାଇ ମଧ୍ୟ ଖାଇଥାନ୍ତି | ଯାହା ଫଳରେ କଞ୍ଚା ମକାର ଚାହିଦା ମଧ୍ୟ ବଢିବାରେ ଲାଗିଛି। ସହରାଞ୍ଚଳରେ,ସାପ୍ତାହିକ ହାଟରେ ଏହା ବହୁଳ ଭାବେ ବିକ୍ରି ହେଉଛି । ଯାହାଫଳର ଚାଷୀ ବେଶ ଲାଭବାନ ହେଉଥିବା ପ୍ରକାଶ କରିଛନ୍ତି । ଅନ୍ଯପେଟେ ନିଜର ବୁଦ୍ଧି ଖଟାଇ ସ୍ବାବଲମ୍ବି ହେବାସହିତ,ଗୁଡୁତା,କୁଲେଇବେରା,ଭାଗାବେଡ଼ା ଗାଁ ର ଉଭୟ ମହିଳା ପୁରୁଷମାନେ ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରି ପାରିଛନ୍ତି |ଏହି ମକା ଚାଷ କରି ଉଭୟ ମହିଳା ଓ ପୁରୁଷ ଚାଷୀ ସୁନା ଫଳାଇପାରିଥିବାରୁ ରାଇରଙ୍ଗପୁର ଆଇଟିଡ଼ିଏ ର ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସିଂହ,ପ୍ରୋଗ୍ରାମ ମ୍ୟାନେଜର ସ୍ବର୍ଣ୍ଣପ୍ରଭା ରଥ,ବିଷୟ ବସ୍ତୁ ବିଶେଷଜ୍ଞ ରବିନ୍ଦ୍ରନାଥ ଗିରି,ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ଦାଶ ଏବଂ ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ୬୦ ଜଣ ଚାଷୀଙ୍କୁ ଅପ୍ରମିତ ସାଧୁବାଦ ଜ୍ଞାପନ କରିଛନ୍ତି |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବାଡ଼ି ଉପାଖ୍ୟାନ

Sunil Chandra Nayak

ଦଳ ବିରୋଧୀ ପାଇଁ ଇଂ ରାମଚନ୍ଦ୍ର ହାଁସଦା ଙ୍କ ବିଦା ନେଇ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀଙ୍କ ଘୋଷଣା

Sunil Chandra Nayak

କବିତା – ହଜିଲା ବସନ୍ତ ରୂପ

Sunil Chandra Nayak

Leave a Comment

error: Content is protected !!