ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ବେସରକାରୀ ଗାଡ଼ି ଚାଳାଚଳ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିକଲେ ଦଳପଡା ଗ୍ରାମପଞ୍ଚାୟତ ବାସୀ

 ଫୁଲବାଣୀ -:/  କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦଳପଡା ଗ୍ରାମପଞ୍ଚାୟତ ଅଧିନସ୍ଥ ଝାମ୍ପି, ଲାମ୍ବାବାଡ଼ି,ରଙ୍ଗମାଟିଆ ,କାଳିପଦର ଗ୍ରାମବାସୀ ପ୍ରତ୍ୟେକ ଦିନ ସରକାରୀ, ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା,ମାଲି ମକଦ୍ଦମା କାମରେ ସଦର ମହକୁମା ଫୁଲବାଣୀ ଆସିଥାନ୍ତି। ଏହି ଅଞ୍ଚଳ କୁ ସରକାରୀ କିମ୍ବା ବେସରକାରୀ ଯାନବାହନ ଯାତାୟତ କରୁନଥିବା ରୁ ଅଞ୍ଚଳ ର ନିରୀହ ଗରିବ ଲୋକ ଅଞ୍ଚଳବାସୀ ଅଟୋରିକ୍ସା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ବହୁ ଖର୍ଚ୍ଚାନ୍ତ ରେ ପଢୁଛନ୍ତି। ଫୁଲବାଣୀ ରୁ ଦଳପଡା ଦେଇ ଚକାପାଦ କୁ ଯାତାୟତ ପାଇଁ ଏକ ରାସ୍ତା ରହିଛି। ଏହି ରାସ୍ତା ଦେଇ ସରକାରୀ କିମ୍ବା ବେସରକାରୀ ବସ ଚଳାଚଳ କରୁ ନାହିଁ ।ଏହି ରାସ୍ତା ଦେଇ ବସ ଚାଳାଚଳ କଲେ ଅଞ୍ଚଳ ବାସୀ ଙ୍କର ସୁବିଧା ହେବ ବୋଲି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭେଟି ଦଳପଡା ଗ୍ରାମବାସୀ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଫୁଲବାଣୀ ରୁ ଟିକାବାଲି ଦେଇ ଚକାପାଦ କୁ ଦୂରତା ୬୫ କିମି ହେଉଥିବା ବେଳେ ଫୁଲବାଣୀ ରୁ ଖଜୁରିପଡା ଦଳପଡା ଦେଇ ଚକାପାଦ କୁ ଦୂରତା ୪୫ କିମି । ଫୁଲବାଣୀ ଦଳପଡା ଦେଇ ଚକାପାଦ କୁ ୨୦ କିମି ରାସ୍ତାକମ ହେବ । ଦଳାପଡା ଗ୍ରାମପଞ୍ଚାୟତ ର କାଳିପଦର ପର୍ଯ୍ୟନ୍ତ ପକ୍କାରାସ୍ତା ନିର୍ମାଣ କରାଯାଇଥିବା ଆଞ୍ଚଳବାସୀ ଜିଲ୍ଲାପାଳ ଙ୍କୁ ଦେଇଥିବା ଦାବିପତ୍ର ରେ ଉଲ୍ଲେଖ ରହିଛି । କାଳିପଦର ଠାରୁ ଚକାପାଦ ପର୍ଯ୍ୟନ୍ତ ଦୂରତା ୫ କିମି । ସେହି ୫ କିମି ଘାଟି ରାସ୍ତା ହୋଇଥିବାରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନାହିଁ । ଫୁଲବାଣୀ ଭାୟା ଖଜୁରିପଡା ଦଳପଡା ରୁ କାଳିପଦର ପର୍ଯ୍ୟନ୍ତ ସରକାରୀ କିମ୍ବା ବେସରକାରୀ ଗାଡ଼ି ଚଳାଚଳ କରିବା ପାଇଁ ଦଳପଡା ଅଞ୍ଚଳବାସୀ କନ୍ଧମାଳ ଜିଲ୍ଲାପାଳ ଓ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଙ୍କୁ କାର୍ଯ୍ୟାଳୟ ରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ଦଳପଡା ଗ୍ରାମପଞ୍ଚାୟତ ର ସଦାନନ୍ଦ କଁହର, ପୁରସ୍ତମ କଁହର, ନୀଳମଣି ଦିଗାଲ, ମିଲନ ବେହେରା, ମହେନ୍ଦ୍ର କଁହର,ଆକାଶ ବେହେରା,ଖାନା ବେହେରା,ସୁରେନ୍ଦ୍ର ବେହେରା,ବିଶ୍ବମ୍ବର ଯାନୀ,ଦେବେନ୍ଦ୍ର ମଲ୍ଲିକ, ଉଦୟନାଥ ବେହେରା, ପ୍ରମୁଖ ଅଞ୍ଚଳ ଲୋକ ଜିଲ୍ଲା ପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ମହାସ୍ମୀତା ଓଝା ଙ୍କ କବିତା ତୁମେ ଅଛ ବୋଲି 

Sunil Chandra Nayak

କବିତା – ନଦୀ ଓ ବଟ ବୃକ୍ଷ

Sunil Chandra Nayak

ଖୁବ୍ ଶୀଘ୍ର “ଗ୍ୟାଙ୍ଗସ୍ ଅଫ୍ ପୁରୀ” 

Sunil Chandra Nayak

Leave a Comment

error: Content is protected !!