Uncategorizedପ୍ରେମଶିଳା ବେହେରା ଙ୍କ କବିତା ହେ ଭଗବାନ by Sunil Chandra NayakSeptember 24, 20220226 Share1 ହେ ଭଗବାନ ହେ ଭଗବାନ କାହିଁକି ହେଲୁ ତୁ ନିଷ୍ଠୁର କେଉଁ ଯୁଗେ କରିଥିଲି କେଉଁ ପାପ ମୁହିଁ ଭୋଗୁଅଛି ଦଣ୍ଡ ହେ ଅପାର । ଶୁଣୁ ନାହଁ କିମ୍ପାଇଁ ମୋର ଡାକ ଡାକି ଡାକି ଥକିଗଲି ମୁହିଁ ଶୁଣ ଥରେ ଆହେ ପଦ୍ମମୁଖ । କାନ୍ଦି କାନ୍ଦି ସରିଗଲା ଲୁହ ଆଉ କନ୍ଦାଅନି ପ୍ରଭୁ ମନେ ମୋର ଜାଗୁଅଛି ଅସରନ୍ତି କୋହ। ଦୋଷ ଯଦି କରିଅଛି କିଛି ଜଣାଇ ଦିଅହେ ପ୍ରଭୁ ଅଣ ଦେଖା କରନାହିଁ ଆହେ ନନ୍ଦବତ୍ସୀ । ସହିବାକୁ ଶକ୍ତି ନାହିଁ ମୋର ଚାହ ଯଦି ପରୀକ୍ଷା ମୋହର ଶକ୍ତି ଦିଅ ଆହେ ପ୍ରଭୁ ଶ୍ରୀକଳା ଠାକୁର । ତୁମର ସେ ଚରଣ ଯୁଗଳ ଧୋଇ ଦିଏ ଆଖି ଲୁହେ ମନ ମୋର କରି ଦିଅ ସଦା ହେ ନିର୍ମଳ । ପ୍ରେମଶିଳା ବେହେରା ଭବାନୀପାଟଣା କଳାହାଣ୍ଡି