ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଏଇ ମୋହରି ଗାଆଁ

  ଏଇ ମୋହରି ଗାଆଁ

 

      ଅପର୍ତ୍ତି ସେଠୀ

       (ରମ୍ୟ ରଚନା)
ଏଇ ମୋହରି ଗାଆଁ,
ଛୁଇଁ ଅଛି ଯେଉଁ ପିଚୁ ରାସ୍ତାଟି,
ପିଚୁ ନାହିଁ ଗୋଡ଼ି ଦିଶୁଛି ଫୁଟି,
ଖଣ୍ଡିଆ ଖାବରା ଜାର୍‌କିନ୍‌ ବେଶୀ
   ପ୍ଲେନ୍‌ ଦିଶେ କାଁ‌ ଭାଁ‌ ….
ଏଇ ମୋହରି ଗାଆଁ ….।।
ସେଇଠୁ ଲାଗିଛି କଂକ୍ରିଟ ରୋଡ଼୍‌
ସିମେଣ୍ଟ କ‌ମ୍‌ ଲାଗିନି‌ ରଡ୍ ‌
 ଫାଟି କରିଅଛି ଆଁ….
ଏଇ ମୋହରି ଗାଆଁ……।।।।
ମୋ ଗାଆଁ ମୁଣ୍ଡ ରାସ୍ତା ଦୁଇପାଖେ‌
      ଯାହାକିଛି ଦିଶୁଅଛି,
ସ୍ଵଚ୍ଛ ଭାରତର ବାର୍ତ୍ତା ସେ ଦେଉଛି
       ସ୍ଵାଗତ ବି କରୁଅଛି,
ଗାଆଁକୁ ପଶିଲେ ନାକେ ହାତ ଦେଇ
      ପାଦ ଚିପି ଚିପି ଆ…
ଏଇ ମୋହରି ଗାଆଁ…..।।।।
ଗାଆଁ ମୁଣ୍ଡେ ‌ ବରଗଛ,
ଗଛ ପାଖେ ଅଛି ମଠ,
ସଞ୍ଜ ନ‌ଇଁଗଲେ ଖଞ୍ଜଣୀ ମାଡକୁ‌
ଚାଲେ (ପରଚର୍ଯ୍ଯା)ବ୍ରହ୍ମଜ୍ଞାନ‌ ପାଠ,
ପ୍ରସାଦ ନାଆଁରେ ସୁ‌ ସୁ‌ ଛୁଟେ
     ନିର୍ଧୂମ୍‌ ଗଞ୍ଜେଇ ଧୂଆଁ…
ଏଇ ମୋହରି ଗାଆଁ….।।।।।
     (ମୋ ଗାଆଁରେ ପୁଣି ଅଛି.)
ଗୋବର ଖାତ‌, ଗୋରୁଙ୍କ ଗୋଠ,
      ସାଇକେଲ ଚଲା ବାଟ,
ଟିବଲ‌ ପାଖେ ଗାଆଁ ମାଇପିଙ୍କ
      ଲାଗୁଅଛି‌ କଳିହାଟ।
କେବିନ୍‌ ଦୋକାନ ମିଟୁ ଖିଲିପାନ
       ମନ ନେଇ ଭାଙ୍ଗୁଅଛି,
କଣେଇ କଣେଇ ଝିଅଙ୍କୁ ସେ ଚାହିଁ
       କମେଟ‌ ସେ ମାରୁଅଛି।
ଜେରକ୍ସ,ରିଚାର୍ଯ‌ ସବୁ ବି ହେଲାଣି
       ସହରିଆ ବାସିଲାଣି,
କେତେକଙ୍କ ଘରେ ଅଙ୍କଲ ଆଣ୍ଟିର
       ଡାକ ବି ତ ଶୁଭିଲାଣି।
ବାର୍ଥ ଡେ କେକ୍‌ କଟା ବି ହେଲାଣି
       ବେଲୁନ୍ ବି ଫୁଟିଲାଣି,
ମେଲଣ ପରବେ‌ ଟାଙ୍କି‌ ଖୋଲିଲାଣି
        ଡିଜେ ପୁଣି ବାଜିଲାଣି।
ବାପ ପୁଅ ହାତ ଧରାଧରି ହୋଇ
        ମଦ ପିଇ ନାଚିଲେଣି,
ଲାଜ ସରମକୁ ପୋଡିଖାଇଲେଣି
      ଏକାକାର‌ ହୋଇଲେଣି।
ପୁଣି,ସେଇ ମ‌ଉକାରେ ସମୁଦି‌ ସହିତ
        ସମୁଦୁଣୀ‌ ମାରେ ଡିଆଁ….
ଏଇ ମୋହରି ଗାଆଁ……।।।।।
ଆମ ଗାଁ ଛକ ବଜାରେ ମାଇପେ
     ଗହଳି ଲାଗେଇଲେଣି,
ଆଧାର କାଆର୍ଡ‌ ଧରି ଜନ ସେବା
      କେନ୍ଦ୍ରକୁ ବି ଧାଇଁଲେଣି,
ଇନ୍ଦିରା ଆବାସ ଲାଞ୍ଚ ଖାଇବାକୁ
      କୁଜି ନେତା କରେ ଆଁ…
ଏଇ ମୋହରି ଗାଆଁ….।।।।
ଯେତେ ବଖାଣିଲେ‌ ସରିବନି ମୋଟେ
     ମୋ ଗାଆଁ ଗୁମର କଥା,(ଖାଲି)
ମୋ ଗାଆଁ ନୁହେଁ ସବୁରି ଗାଆଁରେ
      ଚାଲେ ଏଇଭଳି ଯାତ୍ରା,
ଯାହା ହେଉ ପଛେ ଆମ ଜନ୍ମଭୂମି
   ସିଏ ପରା ଆମ ମାଆ……
ଏଇ ମୋହରି ଗାଆଁ,
   ଏଇ ମୋହରି ଗାଆଁ…….

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା  

 

Related posts

ଲୋକସଭା ସାଂସଦଙ୍କ ପ୍ରତିନିଧି ହେଲେ ଲକ୍ଷ୍ମୀଧର ସନ୍ତୋଷରାୟ

Sunil Chandra Nayak

ସରସ୍ବତୀ ଶିଶୁମନ୍ଦିର କୁସୁମଖୁଣ୍ଟି ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ 

Sunil Chandra Nayak

ମଦନପୁର ରାମପୁର ର ଗୋଛାଡେଗେନ ଗାଁ ବଜାର  ରେ ବ୍ଲକ କଂଗ୍ରେସ ର ହାଲ୍ଲlବୋଲ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!