ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ ଗଳ୍ପ ଶବ

 ଶିଶୁ ଗଳ୍ପ

               ଶବ

                                  ନିରୁପମା ପାଣି

ସକାଳୁ ଗାଆଁ ରେ ଆଜି ଜଣେ ବୟସ୍କ ଲୋକଙ୍କର ମୃତ୍ୟୁ ହୋଇଯାଇଥିବାରୁ ମୁନାକୁ ତା ଜେଜେମା କହିଛନ୍ତି ପଦାକୁ ନ ଯିବାକୁ !! ମୁନା ପଚାରିଲା ଜେଜେମାଆ ପଦାକୁ ଗଲେ କ ଣ ହବ ଯେ ! ଜେଜେମା କହିଲେ ଛୁଆଁତା ହେବୁ ଗାଧୋଇବାକୁ ପଡିବ ! ମୁନା କହିଲା କାହିଁକି ଗଧେଇବି କି ଛୁଆଁତା !! ଜେଜେମା ଚିଡିଯାଇ କହିଲେ ମୁର୍ଦାର ଛୁଆଁତା ! ମୁନା ପୁଣି ପଚାରିଲା ମୁର୍ଦାର କଣ ! ଜେଜେମା କହିଲେ ମରି ଗଲା ପରେ ଶରୀରକୁ ମୁର୍ଦାର ବା ଶବ କୁହାଯାଏ ! ତାକୁ କେହି ଛୁଇଁ ବା ମନା ଛୁଇଁଲେ ମୁଣ୍ଡ ବୁଡେଇ ଗାଧେଇବାକୁ ପଡେ !! ମୁନା ତ ଛାଡିବା ପିଲା ନୁହେଁ ପୁଣି ପଚାରିଲା ,ମଣିଷ ମଲା ପରେ କାହିଁକି ଶବ ହୁଏ ଆଉ କେହି ଶବ ହୁଅନ୍ତିନି ! ଜେଜେମା କହିଲେ ସେମିତି ନାହିଁ ସବୁ ଜିବ ଜୀବନ ଥିବାଯାଏ ଜିବିତ ଆଉ ମରିଗଲା ପରେ ମୃତ ବା ଶବ ପାଲଟି ଯାଆନ୍ତି !! ମୁନା କହିଲା ତେବେ ଛେଳି କୁକୁଡା ମାଛ କଣ ମଲାପରେ ଶବ ହୁଅନ୍ତିନି କି!! ଜେଜେମା କହିଲେ ହଁ ସମସ୍ତେ ମଲା ପରେ ଶବ ହେଇଥାଆନ୍ତି ! ମୁନା କହିଲା ଯଦି ସମସ୍ତେ ଶବ ତେବେ ମଣିଷର ଶବ ଛୁଇଁଲେ ଛୁଆଁତା କାହିଁକି ହୁଅନ୍ତି ମଣିଷ ଛେଳି କୁକୁଡା ଶବକୁ ଖାଇବି ଛୁଆଁତା ହେଉନି !! ଯାହାର ଉତ୍ତର ଜେଜେମାଆଙ୍କ ପାଖରେ ନଥିଲା ସେ କ ଣ ମୁନାକୁ ଦେବେ !! ତେଣୁ ସେ ଚୁପ୍ ରହି ମୁନାକୁ ଚାହୁଁ ଥିଲେ ଆଜିଠୁ ପିଲାବକଟେ କେତେ ବୁଦ୍ଧିଆ ସତେ !!

           ଚାନ୍ଦବାଲି ,  ବିନତରା , ଭଦ୍ରକ୍

Related posts

ସାହିତ୍ୟ ଅଗଣା

Sunil Chandra Nayak

ବିଜୟ ଉତ୍ସବ ପାଲନ କଲେ ଭାଜପା କର୍ମକର୍ତ୍ତା

Sunil Chandra Nayak

ଡ୍ରେନେଜ ବ୍ୟବସ୍ଥା ନାହିଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

Leave a Comment

error: Content is protected !!