ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଷାକ ବଣ୍ଟନ ଉତ୍ସବ

ଡାବୁଗାଁ, ୨୪/୯ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ ଓଲମା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଥିବା ବଡ ଓଲମା ଆଶ୍ରମ ବିଦ୍ୟାଳୟ-୧ ରେ ପୋଷାକ ବଣ୍ଟନ ଉତ୍ସବ ମହା ସମାରୋହରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗଦିଶ ଭତ୍ରା ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ବଡ ଓଲମା ସରପଞ୍ଚ ବୁଦାଇ ଭତ୍ରା, ସମ୍ମାନୀତ ଅତିଥି ବଡଓଲମା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନଞ୍ଜୟ ବଡଜେନା, ଆଦର୍ଶ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା, ସଭ୍ୟ /ସଭ୍ୟା ଭୁପେନ୍ଦ୍ର ବିଶୋୟୀ, ମଇନା ଭତ୍ରା, ଗୋପାଳ ହରିଜନ, କମଳା ଭତ୍ରା, ଶିକ୍ଷାବିତ୍ ରାଜେନ୍ଦ୍ର ବିଷୋୟୀ, ସହକାରୀ ଶିକ୍ଷକ ଭୋଜରାଜ ମାଝୀ, ଜଗଦିଶ ସାହୁ, ଅବଦୁଲ ଗଫର, ସ୍ୱାସ୍ଥ୍ୟ କର୍ମୀ ଜୟନ୍ତୀ ପୁଜାରୀ, ଛାତ୍ରୀ ସହାୟିକା ସଞ୍ଜୁକ୍ତା ବେହେରା ପ୍ରମୁଖ ଉପସ୍ଥିତ ରହି ମୋଟ ଛାତ୍ର/ଛାତ୍ରୀ ୨୮୯ଜଣଙ୍କ ମଧ୍ୟରୁ ୨୬୨ ଜଣଙ୍କୁ ପୋଷାକ ବିତରଣ କରାଯାଇଥିଲା | ସରକାରଙ୍କ ଯୋଜନା ରୁ ପୋଷାକ ବିତରଣ ନେଇ ଛାତ୍ର/ଛାତ୍ରୀ ମାନଙ୍କ ମନରେ ଖୁସିର ଲହରି ଖେଳି ଯାଇ ଥିଲା ।

ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ

Related posts

ରାଉରକେଲା ବନଖଣ୍ଡ ପକ୍ଷରୁ ଚାରା ବିତରଣ କେନ୍ଦ୍ରର ଶୁଭାରମ୍ଭ

ମଧୁମାଧଵ ତୀର୍ଥ ରେ ଶ୍ରୀ ରାମ ନବମୀ ସୁବର୍ଣ୍ଣ ଜୟନ୍ତୀ ଆରମ୍ଭ

Sunil Chandra Nayak

ମୈଦଲପୁର ଗ୍ରୀନଡଟ କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ମୈଦଲପୁର ଶ୍ରୀ ଜଗନ୍ନାଥ ମନ୍ଦିର ସଫେଇ

Sunil Chandra Nayak

Leave a Comment

error: Content is protected !!