ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟୀ ରାଜଗୁରୁଙ୍କ ଜନ୍ମଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର, ତା ୨୯.୧୦.୨୦୨୨ /: ପାଇକ ବିଦ୍ରୋହର ମହାନ୍ ବୀରତ୍ବ, ଦେଶପ୍ରେମ ଓ ସାହସର ପ୍ରତୀକ ତଥା ମୁଖ୍ୟ କଣ୍ଠଧାର ଜୟୀ ରାଜଗୁରୁଙ୍କ ଆଜି ହେଉଛି ଜନ୍ମବାର୍ଷିକୀ । ଓଡ଼ିଆ ଅସ୍ମିତା, ବୀରତ୍ଵ, ଗାରିମା ଓ ଦେଶପ୍ରେମକୁ ସଦାସର୍ବଦା ସର୍ବାଗ୍ରେ ରଖୂବା ସେହି ମହାନ୍ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ୧୭୩୯ ମସିହା ଆଜିର ଦିନରେ ପୁରୀ ଜିଲ୍ଲା ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।

ଏହି ଦିବସଟିକୁ ମନେ ପକାଇ ତାଙ୍କ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ‘ମହର୍ଷି’ର ଟିମ୍ ଅଭିନେତା ଚନ୍ଦନ କରଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ଏ.ଜି. ଛକ ଓ ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମ ଗ୍ରାମରେ ପହଞ୍ଚି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା।ସହ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଜଟ୍ଟାଧାରୀ ମିଶ୍ରଙ୍କ ସହ ଆଲୋଚନା କରିବା ସହ ଜୟୀ ରାଜଗୁରୁଙ୍କ ଜୀବନ କାହାଣୀ ଉପରେ ନୂତନ ତଥ୍ୟ ଜାଣିବାକୁ ପାଇଥିଲେ । ଜୟୀ ରାଜଗୁରୁ ହିଁ ଥିଲେ ସ୍ବାଧୀନତା ସଂଗ୍ରାମର ପ୍ରଥମ ଶହୀଦ। ଜୟୀ ରାଜଗୁରୁଙ୍କ ବଳିଦାନ ପ୍ରତିଟି ଓଡ଼ିଆଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ଅଭିନେତା ଚନ୍ଦନ କର ଓଡ଼ିଶାର ବିଭିନ୍ନ ଜାଗାରେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ବାର୍ତ୍ତା ଦେବାପାଇଁ ଯୋଜନା ରଖିଛନ୍ତି ।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମମତା ମୟୀ ମାଆ

ମୁଢୀ ଏମିତି ଏକ ଖାଦ୍ୟ ଦ୍ରବ୍ୟ ଯାହା ଆମ ଓଡିଆଙ୍କ ଘରେ ଘରେ ସମସ୍ତେ ବ୍ୟବହାର କରନ୍ତି । ଏହା ଏକ ପ୍ରାଚୀନ ଖାଦ୍ୟ ଦ୍ରବ୍ୟ

Sunil Chandra Nayak

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

Leave a Comment

error: Content is protected !!