ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ୍ୟୁନିସିପାଲ ମହାବିଦ୍ୟାଳୟ ରେ ଜାତୀୟ ସେବା କାର୍ଯ୍ୟକ୍ରମ

ତ୍ୟାଗ ଭାବନା ସହ କାର୍ଯ୍ୟ କଲେ ତାହା ସେବା ହୋଇଥାଏ 

ରାଉରକେଲା/ ତ୍ୟାଗ ଭାବନା ସହ କାର୍ଯ୍ୟ କଲେ ତାହା ସେବା ହୋଇଥାଏ । ଏହା ଦ୍ୱାରା ସମାଜର ସାମୂହିକ ଉନ୍ନତି ସମ୍ଭବ ହୋଇଥାଏ ବୋଲି ଜାତୀୟ ସେବା କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିପିୟୁଟିର କୁଳପତି ପ୍ରଫେସର ଡଃ ଚିତ୍ତରଞ୍ଜନ ତ୍ରିପାଠୀ ଯୋଗଦେଇ କହିଥିଲେ । ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟ ଏନଏସଏସ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ଯ ରେ କହିଲେ ଯେ ସେବା କଲେ ଆତ୍ମବିଶ୍ବାସ ବଢେ। ଆଉ ଆତ୍ମବିଶ୍ବାସ ହେଉଛି ଜୀବନର ସୁଖ ଓ ଶାନ୍ତି ର ଚାବିକାଠି। ଏହାସହ ସେ ଛାତ୍ର ଛାତ୍ରୀ ଙ୍କୁ ନିଃସ୍ଵାର୍ଥପର ଭାବେ ସେବା କରିବାକୁ ପରାମର୍ଶ ଦେବା ସହ ଜାତୀୟ ସେବାର ଚାରି ସୂତ୍ର ଉପରେ ଗୁରୁତ୍ବାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ତଥା କାର୍ଯ୍ୟକ୍ରମର ସଂଯୋଜକ ଡଃ ସନାତନ ପ୍ରଧାନ ସେବା ର ତିନି ପ୍ରକାର ଋପ ବର୍ଣ୍ଣନା କରିବା ସହ ସେବା ମାଧ୍ୟମରେ ବିଦ୍ୟାର୍ଥୀମାନ ଙ୍କ ବ୍ୟକ୍ତିତ୍ବ ବିକାଶ ଘଟାଇବାରେ ଏଭଳି କାର୍ଯ୍ୟକ୍ରମର ମୁଳଲକ୍ଷ୍ୟ ବୋଲି କହିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡଃ ଅଜୟ କୁମାର ମିଶ୍ର ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଅଧ୍ୟାପିକା ଡଃ ଦିବ୍ୟକାନ୍ତି ବିଲୁଙ୍ଗ ମଂଚ ସଂଯୋଜନା ସହ ଚଳିତ ବର୍ଷର ଜାତୀୟ ସେବା ଯୋଜନାର ବିଷୟବସ୍ତୁ ‘ମୁଁ ନୁହେଁ କିନ୍ତୁ ଆପଣ’ ସଂପର୍କରେ ସୂଚନା ଦେଇଥିଲେ ।ଛାତ୍ର ଅଜୟ କୁମାର କେରକେଟା ଜାତୀୟ ସେବା ଯୋଜନା ସଂପର୍କରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପିକା ନିତୁ ପ୍ରଧାନ ମାନପତ୍ର ପାଠ କରିଥିବା ବେଳେ ଅଧ୍ୟାପିକା ଆମି କୁଜୁର ସ୍ବାଗତ ଭାଷଣ ଦେଇଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ସାଧାରଣଜ୍ଞାନ,ଅନ୍ତାକ୍ଷରୀ ଓ ଗୃପନୃତ୍ୟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅଧ୍ୟାପକ ଆକାଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ସଂଯୁକ୍ତା ପ୍ରଧାନ, ସୃତି ରାଉତରାୟ ଓ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପିକା ଅଧ୍ୟାପକ ମାନେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଯାହାକୁ ଯିଏ

Sunil Chandra Nayak

ଜଙ୍ଗଲ ଅଧିକାର କମିଟି ମହାସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭୂସ୍ବର୍ଗ ସାଜଇ ଧରା

Leave a Comment

error: Content is protected !!