ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାହିଁ ନାହିଁ ର ଗାଁ ଘୁମେର , ଶାସନ ର ଦୃଷ୍ଟି ପଡିବ କି ?

ଥୁଆମୂଳ ରାମପୁର:୨୫/୦୯- ସ୍ବାଧୀନତାର ଦୀର୍ଘ ବର୍ଷ ବିତିଗଲା ଏବେ ମଧ୍ୟ ଏମିତି ଗାଁ ରହିଅଛି ସେହି ଗାଁର ଅଧିବାସୀଙ୍କ ପାଇଁ ଗମନାଗମନ ସାତ ସପନ ପାଲଟିଛି। ଗ୍ରାମର ଲୋକଙ୍କ ପାଇଁ ଚଳପ୍ରଚଳ ପାଇଁ ସବୁଦିନିଆ ରାସ୍ତା ଖଣ୍ତେ ନାହିଁ, ଶିକ୍ଷା, ସ୍ଵାସ୍ଥ୍ୟ ଭଳି ସୁବିଧା ନକହିବା ଭଳ, ଅନ୍ଯ ପକ୍ଷରେ ସରକାରଙ୍କ ମାଳମାଳ ଯୋଜନା ତିଆରିରେ ଲୋକଙ୍କୁ ସୁବିଧା ଯୋଗାଇ ଦିଆ ଯାଉଥିବା କୁହାଯାଉଛି। ପ୍ରତ୍ୟେକ ଗାଁକୁ ଗମନାଗମନ ସୁବିଧା ଠାରୁ ଆରମ୍ଭ କରି ସବୁପ୍ରକାର ସୁବିଧା ଲୋକଙ୍କୁ ଯୋଗାଇ ଦିଆଯାଉଛି ବୋଲି ଡିଣ୍ତିମ ପିଟାଯାଉଛି। ହେଲେ ଏମିତି ଗାଁ ରହି ଅଛି ଯେଉଁ ଗ୍ରାମକୁ ଆଜି ଯାଏଁ ସବୁଦିନିଆ ରାସ୍ତା ଖଣ୍ତେ ନିର୍ମାଣ କରାଯାଇନାହିଁ ତେବେ ଅନ୍ଯାନ୍ଯ ସୁବିଧା ଅଛି କି ନାହିଁ ଏଠାରୁ ହିଁ ସହଜରେ ଜଣାପଡୁଛି। ସେହି ଭଳି ଗ୍ରାମ ରହିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ବିରିକୋଟ ଗ୍ରାମପଞ୍ଚାୟତ ର ଘୁମେର ଗ୍ରାମ। ଏହି ଗ୍ରାମରେ ଆଦିବାସୀ ଓ ଗୌଡ ସମ୍ପ୍ରଦାୟର ୨୫ ଘର ଓ ଲୋକ ସଂଖ୍ୟା ୧୦୦ ରହିଛନ୍ତି। ବହୁ ବର୍ଷରୁ ପାହାଡ ପର୍ବତ ଘେରା ଦୁର୍ଗମ ପରିବେଶ ମଧ୍ୟରେ ଘୁମେର ଗାଁ ଅଧିବାସୀ ବସବାସ କରିଆସୁଛନ୍ତି। ଏହି ଗାଁକୁ ଯିବା ପାଇଁ ସବୁଦିନିଆ ରାସ୍ତା ଖଣ୍ତେ ଆଜିଯାଏ ନିର୍ମାଣ କରା ଯାଇ ପାରିଲା ନାହିଁ ଯାହାଫଳରେ ମୋ ଆବାସ ଯୋଜନାରୁ ବଞ୍ଚିତ ରହିଯାଇଛନ୍ତି। ପାନୀୟ ଜଳ କହିଲେ ସେମାନଙ୍କ ପାଇଁ ଝରଣା ଓ ଜମିରେ ଥିବା ଖୋଳା କୂଅର ଦୁଷିତ ଜଳ ହିଁ ସାହାଭରସା, ଶିକ୍ଷା କହିଲେ ଏଠି ଶୂନ, ଆମ୍ବୁଲାନ୍ସ ଗାଡି ଅପହଞ୍ଚ ରୋଗୀଙ୍କ ଅବସ୍ଥା ଶୋଚନୀୟ ହୋଇ ଥିବାବେଳେ ଗର୍ଭବତୀ ମାଙ୍କ ଦୁଃଖ କହିବାକୁ ନାହିଁ। ଖଟିଆରେ ବୁହା ହେବା ଭଳି ଅଭାବନୀୟ ଘଟଣା ଘୁମେର ଗ୍ରାମର ଲୋକଙ୍କ ପାଇଁ ଅଭ୍ଯାସ ରେ ପରିଣତ ହୋଇଗଲାଣି। ଏଭଳି ଅନେକ ସମସ୍ୟା ଭିତରେ ଘୁମେର ଗାଁର ଅଧିବାସୀଙ୍କ ଜୀବନ ଅତିବାହିତ କରୁଛନ୍ତି। ଦୁଇଗୋଟି ସମ୍ପ୍ରଦାୟର ଗରିବ ପରିବାରର ଛୋଟଛୋଟ କୋମଳମତୀ ପୁଅଝିଅ ଙ୍କ ଭବିଷ୍ୟତ ଅନ୍ଧାର ଘେରରେ ରହିଅଛି। ଏନେଇ ସ୍ଥାନୀୟ ପ୍ରଶାସନ ଓ ଲୋକପ୍ରତିନିଧି ନିରବ ରହିବା ହିଁ ବିଶେଷ ଭାବରେ ସମ୍ବେଦନଶୀଳ ବିଷୟ ହୋଇପଡିଛି। ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧି ଙ୍କ ଦୂରଦୃଷ୍ଟି ଅପାରଗତା ଯୋଗୁଁ ଆଜି ଘୁମେର ଗାଁ ବହୁତ ପଛରେ ପଡିଥିବା ଗ୍ରାମବାସୀ ଦୁଃଖ ଭରା କଣ୍ଠରେ ପ୍ରକାଶ କରିଛନ୍ତି। ସେମାନଙ୍କ ଦୁଃଖ କେବେ ଦୂର ହେବ ସେନେଇ ଗ୍ରାମବାସୀ ଚିନ୍ତାରେ ରହିଛନ୍ତି। ତେଣୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ଜରୁରୀକାଳୀନ ଭାବରେ ଏହି ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ  କରିବା  ସମେତ ଅନ୍ୟ ଆସୁବିିିଧା ଦୂର କରିବା ପାଇଁ  ଦାବି କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଦେଶ୍ କି ବାତ୍ ଫାଉଣ୍ଡେସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କାଶତଣ୍ଡୀ ଶୋଭା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଜିଲ୍ଳାପରିଷଦ ୧୩ ଗୋଟି ଜୋନରୁ ବିଜେପି ୪ଟି ଆସନରେ ଓ ବିଜଡି ୯ଟି ଆସନ ରେ ଆଗୁଆ

Sunil Chandra Nayak

Leave a Comment

error: Content is protected !!