ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ସାମୂହିକ ତିଳ ତର୍ପଣ

ଭବାନୀପାଟଣା -: (ମ ନି ସ)  ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ପବିତ୍ର ମହାଳୟା ଅବସରରେ ସ୍ଥାନୀୟ ଭାଗିରଥି ପାର୍କ ସନ୍ନିକଟ ନାଳା ରେ ସାମୂହିକ ତିଳ ତର୍ପଣ କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି। ବ୍ରାହ୍ମଣ ସମାଜ କଳାହାଣ୍ଡିର ସଭାପତି ଜଗନ୍ନାଥ ମୁଣ୍ଡ ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ରଙ୍କ ତତ୍ୱାବଧାନ ରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ ବ୍ରାହ୍ମଣ ସଦସ୍ୟ ମାନେ ଯୋଗ ଦେଇ ନିଜ ନିଜ ପିତୃପୁରୁଷଙ୍କ ସମେତ ସମସ୍ତ ନିଃସନ୍ତାନ ଦିବଂଗତ ଆତ୍ମା, ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନ ଓ ମହାପୁରୁଷ ମାନଙ୍କ ଉଦ୍ଦେଶ୍ୟରେ ସାମୂହିକ ତିଳ ତର୍ପଣ କରି ସମସ୍ତ ଦିବଂଗତ ଆତ୍ମାର ମୋକ୍ଷ ପ୍ରାପ୍ତି କାମନା କରିଥିଲେ। ଯେଉଁ ମହାନ ଆତ୍ମା ମାନଙ୍କ ଅଶୀର୍ବାଦରେ ଆଜି ଆମେ ନିଜର ପରିଚୟ ସୃଷ୍ଟି କରି ପାରିଛେ ସେହି ଦିବଙ୍ଗତ ଆତ୍ମା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସମାଜରେ ଭାଇଚାରା, ଏକତା ସୃଷ୍ଟି ନିମନ୍ତେ ବ୍ରାହ୍ମଣ ସମାଜ ପକ୍ଷରୁ ଏହି ସାମୂହିକ ତିଳ ତର୍ପଣ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ପଣ୍ଡିତ ମଙ୍ଗଳୁ ମିଶ୍ରଙ୍କ ଦ୍ଵାରା ଏହି ସାମୂହିକ ତିଳ ତର୍ପଣ ସମ୍ପାଦିତ ହୋଇଥିଲା। ବ୍ରାହ୍ମଣ ସମାଜ କଳାହାଣ୍ଡିର ଉପସଭାପତି ଗଜେନ୍ଦ୍ର ପାଢ଼ୀ, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ କ୍ଷୀରୋଦ ନେଗୀ, ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ସମେତ ଭୋଳନାଥ ମିଶ୍ର, ଆଦିତ୍ୟ ମିଶ୍ର, ମନୋଜ ମୁଣ୍ଡ, ରାଜ କିଶୋର ଦାଶ, ଶରତ ଦାଶ, କେଦାରନାଥ ପଣ୍ଡା ପ୍ରମୁଖ ସାମୂହିକ ତିଳ ତର୍ପଣ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା କୃଷକ ଦିବସ

ଚିଲିଗୁଡା ହାଇସ୍କୁଲରେ ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ମାଁ ଦୁଆରସନି ପୀଠ ରେ ଦଶହରା ଯାତ୍ରା: ୨ ତାରିଖ ରେ ଡଙ୍ଗର ଚଘା,୩ ରେ ଛତର ଯାତ୍ରା 

Sunil Chandra Nayak

Leave a Comment

error: Content is protected !!