ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଣିରେ ବୁଡ଼ି ବୃଦ୍ଧ ମୃତ

ମ.ରାମପୁର,୨୫/୯(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ପଣ୍ଡକାମାଲ ଗ୍ରାମ ପଂଚାୟତର ଫପ୍ସି ଗ୍ରାମରେ ଆଜି ଜଣେ ବୃଦ୍ଧଙ୍କର ପାଣିରେ ବୁଡ଼ି ମୃତ୍ୟୁ ହେଇଥିବା ଖବର ଜଣାଯାଇଛି । ସୂଚନା ମୁତାବକ,ଉକ୍ତ ଗ୍ରାମର ବୈକୁଣ୍ଠ ଭୋଇ(୫୫) ଆଜି ସକାଳେ ଶୌଚ ହେବା ପାଇଁ ଗାଁ ପୋଖରୀକୁ ଯାଇଥିବାବେଳେ ସେ ଆଉ ଘରକୁ ଫେରିନଥିଲେ । ପରେ ବହୁତ ଖୋଜାଖୋଜି ପରେ ତାଙ୍କରି ଶବ ପୋଖରୀରେ ଭାସୁଥିବାର ଦେଖିବାକୁ ମିଳିଥିଲା । ପରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଛନ୍ତି l ଶବକୁ ଆଜି ମ.ରାମପୁର ଡ଼ାକ୍ତରଖାନାରେ ରଖାଯାଇ ଥିବା ବେଳେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ୍ଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି ।

ମ.ରମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ବିଜେଡିର ବାଜିମାତ୍ – କଂଗ୍ରେସ ଓ ବିଜେପିକୁ ମିଳିଛି କେବଳ ଗୋଟିଏ   ଗୋଟିଏ ୱାର୍ଡ

Sunil Chandra Nayak

ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ସମସ୍ୟା ସମାଧାନ କରିବ କିଏ?

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ନିର୍ବାସିତ ମେଘ

Sunil Chandra Nayak

Leave a Comment

error: Content is protected !!