ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ ସଂଘର ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ଆଦିବାସୀ ସଂଘ ପକ୍ଷରୁ ନୂଆଖାଇ ଭେଟ ରବିବାର ଅନୁଷ୍ଠିତ ହୋଇଥିଲା। ପ୍ରଥମେ କର୍ଲାମୁଣ୍ଡା ବସ୍ତି ଧରଣୀ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ବିରାଟ ଶୋଭାଯାତ୍ରା ରେ ସଭା ମଣ୍ଡପକୁ ଆସିଥିଲେ। ଅୟୋଜିତ ସଭାରେ ବ୍ଲକ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ମୁଖ୍ୟ ବକ୍ତା ଅଧ୍ୟାପକ ଡକ୍ଟର କୌତୁକ ପନ୍ଦର, ବ୍ଲକ ଆଦିବାସୀ ସଂଘ ସମ୍ପାଦକ ଗୋବିନ୍ଦ ଭୋଇ, ଶବର ସମାଜ ବ୍ଲକ ସଭାପତି ନରେନ୍ଦ୍ର ଶବର, ମିର୍ଧା ସମାଜ ବ୍ଲକ ସଭାପତି ସୟମ୍ବର ମିର୍ଧା, ବ୍ଲକ ଆଦିସ୍କନ୍ଦ ସଂଘ ସମ୍ପାଦକ ନୂଆଧର ଭୋଇ, ଗଣ୍ଡ ସମାଜ ସଂଘ ସଭାପତି ପରଧିଆ ଧରୁଆ, ସମ୍ପାଦକ ସହଦେଵ ଧରୁଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପବିତ୍ର ଭୋଇ, ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ଆଦିସ୍କନ୍ଦ ସମାଜ ନୂନପୁର ପଞ୍ଚାୟତ ସଭାପତି ରାଜୁ ମାଝୀ, ପ୍ରମୁଖ ଯୋଗ ଦେଇ ଆଦିବାସୀ ମାନଙ୍କ ହକ ଓ ଅଧିକାର ର ଲଢେଇ କିଭଳି ଆଗାମୀ ଦିନରେ ହେବ, ବ୍ଲକ ଓ ଜିଲ୍ଲା ରୁ କିଭଳି ନକଲି ଅଣ ଆଦିବାସୀ ମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇ ପାରିବ ଓ ନିଶା ନିବାରଣ ଉପରେ ଆଲୋଚନା କରିଥିଲେ ।ଶିକ୍ଷା କ୍ଷେତ୍ରରେ ସଫଳତା ପାଇଥିବା ଜିତୁ ଜାନୀ, ପୂଜା ଭୋଇ, ସୀମା ଭୋଇଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ କର୍ଲାମୁଣ୍ଡା ବ୍ଲକର ପ୍ରଥମ ଆଦିବାସୀ ଯୁବକ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ରବୀନ୍ଦ୍ର ଭୋଇଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲ। ଏଥିରେ ବବୃବାହନ ଭୋଇ ଓ ମିଡ଼ିଆ ଇନଚାର୍ଜ ନନ୍ଦି କିଶୋର ଭୋଇ ସଭା ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦୟା ମାଝୀ, ଭୀମସେନ ଭୋଇ, ପ୍ରଦୀପ ମାଝୀ, କର୍ଣ ଭୋଇ, ହେମାର ଭୋଇ, ପପୁ ଭୋଇ, ରିଙ୍କୁ ଭୋଇ, ମହେନ୍ଦ୍ର ପ୍ରଧାନୀ, ସ୍ୱାଗତ ଭୋଇ, ସଂକୀର୍ତ୍ତନ ଭୋଇ, ଜଗନ୍ନାଥ ଭୋଇ, ବାଦଳୁ ଜାନୀ,ଜଳନ୍ଧର ଭୋଇ, ସୀମାଞ୍ଚଳ ମାଝୀ, ସମ୍ପଦ ଜାନୀ, ଭୀମ ସେନ ମଝି, ଜୟଦେବ ଯାନୀ, ଟିକେଚନ୍ଦ୍ର ଜାନୀ, ଯୁଧିଷ୍ଠିର ଜାନୀ, ହରିଶ୍ଚନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ l

 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଉରକେଲା କଳାକାର ଆସୋସିଏସନର ପ୍ରଥମ ବାର୍ଷିକୋତ୍ସବ

Sunil Chandra Nayak

ନୂଆପଡ଼ା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

Sunil Chandra Nayak

ସମବାୟ ସମିତିର ଡାଇରେକ୍ଟରଙ୍କ ପ୍ରଥମ ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!