ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ୍ ଧକ୍କା ରେ ବାଛୁରୀ ଗୁରୁତର, ଉଧାର କଲେ ମୁସଲମାନ ଯୁବକ

ପାପଡାହାଣ୍ଡି 25/09, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦରମହକୁମା ଚାରିଛକଠାରେ ଗୋଟିଏ ବାଛୁରୀ କୁ ଟ୍ରକ ଧକ୍କା ଦେଇ ଆହତ ହେବା ପରେ ତାକୁ ଏକ ମୁସଲମାନ ଯୁବକ ଉଦ୍ଧାର କରି ସ୍ଵାସ୍ତ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିବା ଦେଖିବାକୁ ମିଳିଛି | ଶନିବାର ରାତିରେ ଜାତୀୟ ରାଜପଥ ୨୬ ରେ ଏକ ୧୨ ଚକିଆ ଟ୍ରକ କଳାହାଣ୍ଡି ରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ରାସ୍ତା ଉପରେ ସୋଇଥିବା ବାଛୁରୀ ର ଦୁଇଟି ଗୋଡ଼ ଉପରେ ଟ୍ରକ୍ ର ଚକ ଚଢ଼ିଯାଇଥିଲା। ଯାହାଫଳରେ ବାଛୁରୀ ର ଗୋଡ଼ ଦୁଇଟା ରେ ଵହୁତ ରକ୍ତସ୍ରାବ ହେବା ସହ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲା। ଏଭଳି ହୃଦୟ ବିଦାରକ ଘଟଣାକୁ ସ୍ଥାନୀୟ ଲୋକେ ଓ ଯାତାୟାତ କରୁଥିବା ପଥଚାରୀ ଦେଖଣାହାରି ସାଜିଥିଲେ। ପାପଡାହାଣ୍ଡି ର ରିୟାଜ ଖାନ୍ ନାମକ ମୁସଲମାନ ଯୁବକ ଏ ଘଟଣା କୁ ଦେଖି ନିଜର ମାନବିକତା ଦେଖେଇ ବାଛୁରୀ ର ଗୋଡ଼ କଟି ପ୍ରଚୁର ରକ୍ତସ୍ରାବ ହେଉଥିବା ଅବସ୍ଥା ଦେଖି କପଡ଼ା ସହାୟତାରେ ଗୋଡ଼ କୁ ଵାନ୍ଦିଥିଲେ। ବାଛୁରୀ ର ମୁଣ୍ଡ ରେ ପାଣି ପକାଇଵା ସହିତ ପାଣି ପିଆଇଥିଲେ। ଉକ୍ତ ବାଛୁରୀ ଗୁରୁତର ଅବସ୍ଥାରେ ରହିଥିବାରୁ ପାପଡାହାଣ୍ଡି ପଶୁ ଡାକ୍ତର କୁ ଡାକି ଚିକିତ୍ସା କରାଇଥିଲେ। ରିୟାନଙ୍କ ନିଜସ୍ଵ ଟଂକା ଦେଇ ଏକ ଅଟ ଭଡା କରି ପଶୁ ଡାକ୍ତର ଖାନାରେ ଅଧିକ ଚିକିତ୍ସା ନିମନ୍ତେ ନେଇଥିଲେ। ରିୟାନ୍ ଜଣେ ମୁସଲମାନ ଯୁବକ ହୋଇ ମଧ୍ୟ ବାଛୁରୀ ର ଦୁଃଖ କୁ ଵୁଝି ପାରି ନିଜର ମାନବିକତା ଦେଖେଇଥିଲେ। ରିୟାନ ଙ୍କୁ ପାପଡାହାଣ୍ଡି ଅଞ୍ଚଳ ର ଲୋକମାନେ ପ୍ରଶଂଶା କରିଛନ୍ତି। ବାଛୁରୀର ଚିକିତ୍ସା ଜାରି ରହିଛି |

ପାପଡାହାଣ୍ଡି ରୁ ସ୍ୱପଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା କବିର ଭାବନା

Sunil Chandra Nayak

ନୂଆପଡା – ବିବାହ ବରାତ ରେ ଡ୍ରାଇଭର ଓ ତାର ଭାଇ କୁ ମରଣାନ୍ତକ ଆକ୍ରମଣ

ତୁମେ ସମସ୍ୟାର କାରଣ ହୁଅ ନାହିଁ, ସମାଧାନର ପଥଟିଏ ହୁଅ

Sunil Chandra Nayak

Leave a Comment

error: Content is protected !!