ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୟୁଥ୍ ଚେଂଜ ମେକର ଆୱାର୍ଡ଼ ପାଇଲେ ଯୁବ ଡ଼ାକ୍ତର ଲୋକନାଥ ସାହୁ

ମ.ରାମପୁର:୨୬/୯(ମସୀହା): ଚଳିତ ବର୍ଷ ଓଡ଼ିଶାର ଜଣେ ମାତ୍ର ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ଡ଼ାକ୍ତର ଭାବରେ ଯୁବ ଡ଼ାକ୍ତର ଲୋକନାଥ ସାହୁଙ୍କୁ ମିଳିଛି ସମ୍ମାନ ଜନକ ୟୁଥ୍ ଚେଂଜ ମେକର ଆୱାର୍ଡ଼ ୨୦୨୨ । କଳାହାଣ୍ଡି ତଥା କନ୍ଧମାଳ ଜିଲ୍ଲା ଅଂଚଳର ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଇଲାକାରେ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବା ସହିତ ଆନ୍ତରିକତା ର ସହିତ ନିଜର ଏହି ସେବା ଜାରି ରଖିଥିବା କାରଣରୁ ବିଇଙ୍ଗ ଏବଂ ବିକମିଙ୍ଗ ଅନୁଷ୍ଠାନ ଇମା ( ଇଣ୍ଡଆନ ମେଡ଼ିକାଲ ଆସୋସିଏସନ୍‌) ତଥା ଜୁନିଅର ଡ଼କ୍ଟର୍ସର୍ ନେଟୱାର୍କ ତରଫରୁ ଚଳିତ ବର୍ଷ ଓଡ଼ିଶାର ଶ୍ରେଷ୍ଠ ଚିକିତ୍ସକ(ପଶ୍ଚିମ ଓଡ଼ିଶାରୁ ପ୍ରଥମ) ଭାବରେ ଏହି ସମ୍ମାନ ପାଇ ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଡ଼ାକ୍ତର ସାହୁ ରାଜ୍ୟସଭା ସଦସ୍ୟ ସୁଲତା ଦେଓ, ମୋ କଲେଜର ଅଧ୍ୟକ୍ଷ ତଥା ବିଧାନସଭା ସଦସ୍ୟ ଆକାଶ ଦାସ ନାୟକ,ପୂର୍ବତନ ରାଜ୍ୟସଭା ସାଂସଦ ପ୍ରଭାସ ସିଂ, ଡ଼ିଏମଇଟିର ଉପାଧ୍ୟକ୍ଷ ଡ଼ଃ ବ୍ରଜ ଦାସଙ୍କ ପାଖରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଡ଼ାକ୍ତର ଶ୍ରୀ ସାହୁଙ୍କ ନିଜ ଘର ମ.ରାମପୁର ବ୍ଲକର ପଣ୍ଡକାମାଲ ପଂଚାୟତ ତୁଜୁଙ୍ଗରେ ହେଇଥିବା ବେଳେ ସେ ବର୍ତ୍ତମାନ ମଦନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ତ୍ତବ୍ୟ ରତ ଅଛନ୍ତି l 

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ତୀର୍ଯ୍ୟକ

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା ପାର୍ବଣେ ନବଦୁର୍ଗା

Sunil Chandra Nayak

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘର ଧାରଣା

Sunil Chandra Nayak

Leave a Comment

error: Content is protected !!