ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାୟତ୍ରୀ ସିଂହ ଙ୍କ କବିତା ପାର୍ବଣେ ନବଦୁର୍ଗା

ପାର୍ବଣେ ନବଦୁର୍ଗା

କା’ ଆଗମନେ ଏତେ ଚଳଚଂଚଳ 
କାହା ପରଶେ ଧରଣୀ ହସୁଛି ମେଘଟା ବି ଟିକେ ବରଷି କହୁଛି
ତୁମ ସ୍ୱାଗତେ ମୁଁ ଆସି ଯାଇଛି ।
ନଦୀପଠା ଆଉ ବିଲ ହୁଡା ପରେ 
କାଶତଣ୍ଡି ମୁକସାକ୍ଷୀ ହୋଇ ରହିଛି 
ପାର୍ବଣର ବେଳା ଉପନୀତ ଏ’ତ 
ଶିଶିର ଟୋପା ବି କହୁଛି ।
ପିତୃତର୍ପଣ ଗୃହବଧୁ ସାରି
ଦୁର୍ଗା ଆବାହନ କରୁଛି 
ଯା ଦେବୀ ସର୍ବ ଭୁତେଷୁ ଓଁ କାରେ 
ଚତୁର୍ଦିଗ ପ୍ରକମ୍ପିତ ହେଉଛି । 
କରୁଣାମୟୀ କରୁଣାରୁ କାଣିଚାଏ ମିଳିଗଲେ
  ଏ ଜୀବନ ହେବ ଧନ୍ୟ
 ଜଗତ କଲ୍ୟାଣ ନିମିତ୍ତ ଭୋ ମାତଃ 
  ଶ୍ରୀ ଚରଣେ ଜଣାଏ ଶ୍ରଦ୍ଧା ସୁମନ । 
ଫେଡବାରେ ଦୁଃଖ ଜଗତ ଜନନୀ
କରୁଣ କଣ୍ଠରେ ଡାକେ 
ମୋ ଜ୍ଞାନ୍ତି ପରିଜନ ସର୍ବସୁଖେ ଥାନ୍ତୁ 
 ସଦା ଥାଅ ତାଙ୍କ ପାଖେ ।

ଗାୟତ୍ରୀ ସିଂହ

ଆଠମଲ୍ଲିକ , ଅନୁଗୁଳ

Related posts

ପ୍ରତିବାଦ ଦିବସ ରେ ଦାବୀ ପତ୍ର ପ୍ରଦାନ

Sunil Chandra Nayak

ଭିଜିଲାନ୍ସ ହାତରେ ଧରାପଡିଲେ ଗୁଣୁପୁର ଶିକ୍ଷା ଅଧିକାରୀ

Sunil Chandra Nayak

ଲଘୁଚାପଜନିତ ବର୍ଷା ଯୋଗୁଁ ଘର ଭୁଶୁଡିବା ଫଳରେ ବାସଶୂନ୍ୟ ଦୁଇ ପରିବାର 

Sunil Chandra Nayak

Leave a Comment

error: Content is protected !!