ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକ ଓଡିଶା ଡ୍ରାଇଭର ମହାସଂଘର ବୈଠକ

ଥୁଆମୂଳ ରାମପୁର:୨୬/୦୯- (ମନିସ):- ଓଡିଶା ଡ୍ରାଇଭର ମହାସଙ୍ଘ ଥୁଆମୂଳ ରାମପୁର ବ୍ଳକ ଶାଖା ପକ୍ଷରୁ ଡାକକୋଟା ଭାରତ ପଡିଆ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡ୍ରାଇଭର ମହାସଙ୍ଘ ସଭାପତି ଶ୍ରୀ ମଦନମୋହନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ଯ ଅତିଥି ଭାବରେ ଥୁଆମୂଳ ରାମପୁର ଥାନା ଏସ୍ଆଇ ଶ୍ରୀ ରାସବିହାରୀ ସାହା ଯୋଗ ଦେଇଥିଲେ। ଡ୍ରାଇଭର ମହାସଂଘ କୋଷାଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିଲେ। ସରକାର ଯାନବାହାନ ଚାଳକଙ୍କ ପାଇଁ ନୀତିନିୟମ ଲାଗୁ କରିଛନ୍ତି ସେହି ନୀତିନିୟମ ଅନୁସାରେ ଗାଡି ଚଳାଇ ପାରିବେ। ଯାନବାହାନ ଚଳାଇବାରେ ଡ୍ରାଇଭର ନିୟମ ଉଲ୍ଲଙ୍ଘନ କରି ମାନବ ସମାଜକୁ ଚାଳକ ମାନଙ୍କ ଅସାବଧାନତା ଯୋଗୁଁ ଅନେକ ଦୁଃଖ କଷ୍ଟ ସହ କ୍ଷତି ଗ୍ରସ୍ତ କରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡିଶା ଡ୍ରାଇଭର ମହାସଂଘ ଥୁଆମୂଳ ରାମପୁର ବ୍ଳକ ଶାଖା ପକ୍ଷରୁ ଏକ ବୈଠକ ଆୟୋଜନ କରିଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ଡାକକୋଟା ଗ୍ରାମର ଭାରତ ପଡିଆ ଠାରେ ଡ୍ରାଇଭର ସଙ୍ଘ ପକ୍ଷରୁ ବୈଠକ ହୋଇଥିଲା। ଓଡିଶା ଡ୍ରାଇଭର ମହାସଂଘ ବୈଠକ କରେ ମୁଖ୍ୟ ଅତିଥି ଏସ ଆଇଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଓଡିଶା ଡ୍ରାଇଭର ମହାସଂଘ ଥୁଆମୂଳ ରାମପୁର ବ୍ଲକ ଶାଖା ଡ୍ରାଇଭର ମହାସଂଘର ଶ୍ରୀ ମଦନ ମୋହନ ନାଏକ, ଉପ ସଭାପତି ଶ୍ରୀ ସୁଦାମ୍ବର ଗୌଡ଼, ସମ୍ପାଦକ ଶ୍ରୀ ଚକ୍ରଧର ମାଝୀ ଶ୍ରୀ ଉପ ସମ୍ପାଦକ ଶ୍ରୀ ଅଶୋକ ସାହୁ, କୋଷାଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିବାବେଳେ ଥୁଆମୂଳ ରାମପୁର ବ୍ଲକର ଅନେକ ଗ୍ରାମର କୋଣ ଅନୁକୋଣ ରୁ ଡ୍ରାଇଭର ପ୍ରାୟ ୩୦୦ ଜଣ ଉପସ୍ଥିତ ରହିଥିଲେ। ଏହି ବୈଠକରେ ଯିଏ ଗାଡି ଚଳାଉଛନ୍ତି ସିଏ ଚାଳକ ନୁହଁନ୍ତି ଯାହାପାଖରେ ଲାଇସେନ୍ସ ଅଛି ତାହାକୁ ହିଁ ଗାଡି ଚାଳକ ବୋଲି କୁହାଯାଏ. କିନ୍ତୁ ଯିଏ ଵି ଆଜିକାଲି ଡ୍ରାଇଭର ବୋଲି ଆମ ଡ୍ରାଇଭର ମହାସଂଘ କୁ ଅସମ୍ମାନ ସହ ଆମ ସମାଜରେ ହାନି କରୁଛନ୍ତି ଏବଂ ଗାଡି ଚାଳକ ମାନେ ପ୍ରାୟ ନିଶା ସେବନ କରି ଚଳାଇବା ଯୋଗୁଁ ଆମ ସମାଜରେ ବହୁତ କ୍ଷତି ଘଟୁଛି ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ନିଶା ସେବନ ବର୍ଜନ କରିବା ଓ ଗାଡିଚଳାଇବା, ବିନା ଲାଇସେନ୍ସ ରେ ଗାଡି ଚଳାଇବା ପାଇଁ ନିଷେଧ ବୋଲି ନିର୍ଦ୍ଦେଶ ଦେଇଛନ୍ତି ତାହା ସହ ଗାଡି ଚଳାଇବା, ସଙ୍ଘ କେମିତି ଆଗକୁ ସୁଦୃଢ ଭାବରେ ଚାଲିବା, ଆମେ ପ୍ରତ୍ୟେକ ସମୟରେ ସାବଧାନ ରେ ରହି ଚାଳିବା, ଏବଂ ରାସ୍ତା ଯେଉଁଠି ୟୁଟି, ଏଲ, ବିଭିନ୍ନ ପ୍ରକାର ସ୍ଥାନକୁ ସଂପ୍ରସାରଣ କରି ଅନ୍ୟ କିଛି ହେଉ ରାସ୍ତା ତିଆରି କରିବାକୁ ହେଲେ ରାସ୍ତା ଓସାର କରିବା ଭଲ ହେବ ସରକାର ଙ୍କୁ ଏନେଇ ଅଭିଯୋଗ କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପିଅନଙ୍କ ହାତରେ ବିଇଓ ଅଫିସର ଭାଗ୍ୟ !

Sunil Chandra Nayak

ସଙ୍ଗୀତ ତରଙ୍ଗ ପକ୍ଷରୁ ‘ଓଡ଼ିଶା ମୋ ଓଡ଼ିଶା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ “୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ, ବହୁବିଧ ପ୍ରକଳ୍ପ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!