ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ

ଢେଙ୍କାନାଳ (ମ. ନି.ସ.) ୨୭/୦୯ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତ ଭବନ ଠାରେ ଜିଲ୍ଲା ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଭୂମିକା ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲା ସଂଯୋଜକ ନାଟ୍ୟକାର ମଧୁସୂଦନ ସେଣ୍ଢ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ରେ ଭୂମିକା ସମେତ ଢେଙ୍କାନାଳ ର କଳାପରିଷଦ , ଅଲଟର ନେଟିଭ ରିଦିମ ଥିଏଟର ର ସଦସ୍ୟଙ୍କ ସହ ଜିଲ୍ଲା ର ବହୁ ନାଟ୍ୟକାର , ନିର୍ଦେଶକ ଓ ନାଟ୍ୟ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ । ଆଲୋଚନା ର ବିଷୟ ଥିଲା ‘ ଅଙ୍ଗେ ନିଭା କଥା – ମଞ୍ଚ ନାଟକ ର ଅତୀତ _ବର୍ତ୍ତମାନ ଓ ଭବିଷ୍ୟତ ‘ । କଳାପରିଷଦ ର ପ୍ରତିଷ୍ଠାତା ସଭାପତି , ତଥା ନାଟ୍ୟସଙ୍ଘ ର ଉପଦେଷ୍ଟା ଦିଲ୍ଲୀଶ୍ୱର ମହାରଣା ମୁଖ୍ୟଅତିଥି ରୂପେ ଯୋଗ ଦେଇ କହିଲେ ଯେ ମଞ୍ଚ ରେ ଚରିତ୍ର କୁ ଅନୁଭବ କରିପାରିଲେ ନାଟକ ଦର୍ଶକ ଙ୍କ ନିକଟରେ ପହଞ୍ଚି ପାରିବ । ସମ୍ପ୍ରତି ପରିବେଷଣ କରାଯାଉଥିବା ମଞ୍ଚ ନାଟକ ଗୁଡିକର ର ମାନ ଆଦୌ କମି ନାହିଁ ବରଂ ପ୍ରତ୍ୟେକ ନାଟକ ସମାଜକୁ କିଛି ନା କିଛି ବାର୍ତ୍ତା ଦଉଛି । ସମ୍ମାନିତ ଅତିଥି ନାଟ୍ୟକାର ଦିନେଶ ଦାସ ଙ୍କ ଭାଷାରେ ନାଟକ ଜୀବନ ଜିଇଁବା ଶିଖାଇଥାଏ । ମଣିଷ ଟିଏ ତିଆରି ହେବା ପାଇଁ ନାଟକ ମହୌଷଧି ପରି କାର୍ଯ୍ୟ କରେ। ହାସ୍ୟ ଅଭିନେତା ଇନ୍ଦ୍ରମଣି ବେହେରା , ଶତ୍ରୁଘ୍ନ ମାଟି , ଅଭିନେତା ଅଭିନେତା ଇଂ ଅଶୋକ ଦାସ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସଭାପତି ବାଳକୃଷ୍ଣ ନାୟକ , ନାଟ୍ୟ ନିର୍ଦ୍ଦେଶକ ଗୋବର୍ଦ୍ଧନ ବାରିକ , ମନୋଜ କୁମାର ସାହୁ , ଜଗଦୀଶ ତ୍ରିପାଠୀ , ସଙ୍ଗୀତ ନିର୍ଦେଶକ ଦିଲ୍ଲୀପ ରାଉତ, ଭୂମିକାର ଯୁଗ୍ମ ସମ୍ପାଦକ ବିମଳ ପରିଡା , ପଦ୍ମଚରଣ ମୁଦୁଲି ,ଚନ୍ଦ୍ରମଣି ଲେଙ୍କା , ମଣ୍ଟୁ ପ୍ରଧାନ ଙ୍କ ସମେତ ଜିଲ୍ଲା ର ବହୁ କଳାକାର ନିଜର ମଞ୍ଚ ନାଟକ ର ଅନୁଭୁତି ଉପରେ ଆଲୋଚନା କରିଥିଲେ । ପ୍ରତିଷ୍ଠାତା ସମ୍ପାଦକ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଶ୍ରୀରାମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ପାଦକ ହାଡିବନ୍ଧୁ ମହାନ୍ତି, ଇନ୍ଦ୍ରଜିତ ପଟ୍ଟନାୟକ , ଗୋପାଳ ଚନ୍ଦ୍ର ନାଥ , ମନୋଜ ରାଉଳ,ସୁନୀଲ ସାହୁ ,ପଙ୍କଜ ଛୋଟରାୟ , ସୌଭାଗ୍ୟ ନନ୍ଦ , ଅଥୟ ନାୟକ , ସମରେନ୍ଦ୍ର ନାୟକ , ଅମିତ ନାୟକ,ପରେଶ ଖୁଣ୍ଟିଆ, ବଳରାମ ବାରିକ , ଇଂ ହିମାଦ୍ରି ଦାସ , ଗଣେଷ ମହାକୁଡ଼ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଳାହାଣ୍ଡି ବ୍ରାହ୍ମଣ ସମାଜ ଜୁନାଗଡ ଶାଖା ଗଠିତ, ସଂଗଠକ ମହଲରେ ଅସନ୍ତୋଷ 

Sunil Chandra Nayak

ବେହେରା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଶୁଭାରମ୍ଭ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରୂମୁକ୍ ଝୁମା 

Sunil Chandra Nayak

Leave a Comment

error: Content is protected !!