ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାମୀ କାରରୁ 76 କେଜି ଗଞ୍ଜେଇ ଜବତ 3ଗିରଫ 

ପାପଡାହାଣ୍ଡି,27/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ଗାଡି ଯାଞ୍ଚ ବେଳେ ଏକ ଦାମୀ କାରରୁ 76 କେଜି ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନା ମୁତାବକ ହରିୟାଣା ଅଞ୍ଚଳର ଦିନେଶ କୁମାର, ସୁନୀଲ କୁମାର ଓ ସୁନିତା ଦେବୀ ଏକ ଫରଚୁନର କାର ନମ୍ବର UP 32 EF 1160 ରେ କୋରାପୁଟ ଜିଲ୍ଲା ଲମତାପୁଟ ଅଂଚଳରୁ ଗଞ୍ଜେଇ ଧରି ଯାଉଥିବା ସମୟରେ ମଇଦଲପୁର ନିକଟ ହାଟପଦାରେ ଗାଡି ଯାଞ୍ଚ ବେଳେ ପୋଲିସ ଗଞ୍ଜେଇ ଥିବା ଜାଣି ସେମାଙ୍କୁ ଥାନା କୁ ଆଣିଥିଲା | ମାଜିଷ୍ଟ୍ରେଟ ତଥା ତହସିଲଦାର ଯୋଗେଶ୍ୱର ଭୋଇ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଇଯାଇଥିଲା | କେସ ନମ୍ବର 149/22 ରେ ମାମଲା ରୁଜୁ କରି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ପେଟ୍ରୋଲିଂଗବେଳେ ଗଞ୍ଜେଇଜବତ ପେଡଲର ଗିରଫ

Sunil Chandra Nayak

କୋକସରା ଆବାସ ଯୋଜନା ଦୁର୍ନତୀ, କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଲୋକାୟୁକ୍ତ ଙ୍କ ନୋଟିସ ଜାରି

Sunil Chandra Nayak

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ଜହ୍ନରାତି

Sunil Chandra Nayak

Leave a Comment

error: Content is protected !!