ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଜି ଖାଇ ୧୧ଜଣ ଝାଡା ବାନ୍ତି ଆକ୍ରାନ୍ତ :ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

ତେନ୍ତୁଳିଖୁଣ୍ଟି -୨୭/୦୯/୨୨ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ତେନ୍ତୁଳିଖୁଣ୍ଟି ସଦର ଗ୍ରାମ ପଞ୍ଚାୟତ ର ମଧୁ ଗୁଳୁମୀ ଗ୍ରାମର ୧୧ଜଣ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। ଶେଷ ଖବର ପର୍ଯ୍ୟନ୍ତ ପ୍ରାୟ ତିନି ଜଣ ହିଁ ଚିକିତ୍ସାଧୀନ ଅଛନ୍ତି ଅନ୍ୟମାନେ ସୁସ୍ଥ ହୋଇ ଘର କୁ ଫେରି ଗଲେଣି। ଗ୍ରାମ ର ଏକ ଦଶାହ ଭୋଜି ରେ ଗ୍ରାମବାସୀ ଭୋଜି ଖାଇଥିଲେ। ଉକ୍ତ ଦିନ ରାତିରେ ଶୁକ୍ରୀ ଜାନୀ (75), ସୁକଳଦେଇ ଜାଣି (35) ଉମେର ଦେଇ ଜାନୀ(25), ଗୁରୁବାରୀ ଜାନୀ(25), ମୁରଲୀ ଜାନୀ(60), ଫଗୁଣୁ ଜାନୀ(60),ଈଶ୍ୱର ଜାନୀ (6) ସୁବାସ ଜାନୀ(7) ଅସୁସ୍ଥ ହେବା ସହ ଝାଡା ଓ ବାନ୍ତି ଆରମ୍ଭ ହୋଇଥିଲା। ରାତିରେ ହିଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା। ତା ପରଦିନ ସକାଳେ ପୁଣି ଦଶମୀ ଜାନୀ(45 ),ସଫେଇ ଜାନୀ(35),ଏବଂ ସବାଇ ଜାନୀ(25) ଝାଡ଼ା ବାନ୍ତି ଆକ୍ରାନ୍ତ ହୋଇ ଡାକ୍ତର ଖାନା ରେ ଭର୍ତ୍ତି ହୋଇଥିଲେ। ଖାଦ୍ୟ ପ୍ରଦୂଷିତ ହୋଇଥିବାରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ସ୍ୱାସ୍ଥ୍ୟ ପ୍ରତି କୌଣସି ବିପଦ ନାହିଁ,ସ୍ଵସ୍ଥ ହୋଇଗଲେଣି କାଲି ସମସ୍ତେ ଘରକୁ ଫେରିଯିବେ ବୟସ ଅଧିକ ଥିବା ରୁ ଅନୁଧ୍ୟାନ ପାଇଁ ରଖା ଯାଇଛି।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଶିକ୍ଷକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ

Sunil Chandra Nayak

ରତିନାରାୟଣ ରାଉତ  ଙ୍କ କବିତା ଦୁହିତା

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଜ୍ୟୋତ୍ସ୍ନା

Sunil Chandra Nayak

Leave a Comment

error: Content is protected !!