ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଢ଼ାରଜା ଦଶରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋକସରା,୨୮/୯- (ମ ନି ସ୍) କଳାହାଣ୍ଡି ଜିଲ୍ଲାର ଶେଷ ଦଶରା ଭାବେ ବିଦିତ ପ୍ରଭୁ ବୁଢ଼ାରଜାଙ୍କ ବାର୍ଷିକ ଦଶରା ଆସନ୍ତା ଅକ୍ଟୋବର ୧୫ ତାରିଖରେ ପାଳନ ହେବ । ବୁଢ଼ାରଜା ଦଶରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବା ବେଳେ କେମିତି ଶାନ୍ତି ଶୃଙ୍ଖଳା ସହ ଯାତ୍ରା ପାଳନ ହେବ ଏନେଇ ଆଜି ଏକ ପ୍ରସ୍ତୁତି ବୈଠକ ବୁଢ଼ାରଜା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂଜା କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରିଙ୍କ ସଭାପତିତ୍ୱରେ କୋକସରା ବ୍ଲକର ପ୍ରଶାସନିକ ଅଧିକାରୀ ଜନ ପ୍ରତିନିଧି ସମେତ ବୁଢ଼ାରଜା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ଦଶରା ଯାତ୍ରାକୁ କେମିତି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ ସେନେଇ ଆଲୋଚନା କରିଥିଲେ। ମୁଖ୍ୟତଃ ଲୋକଙ୍କ ଭିଡ଼ ଓ ଗାଡି ମୋଟର ଯୋଗୁଁ ହେଉଥିବା ଟ୍ରାଫିକ ସମସ୍ୟା ନେଇ ଓ ରାତିରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦେବାକୁ ଆଲୋଚନା ହୋଇଛି। ଏହି ବୈଠକରେ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଉପଦେଷ୍ଟା ଋତୁରାଜ ମାଝୀ, ଯୀତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ତ୍ରିନାଥ ପ୍ରସନ୍ନ ରାୟ, ତିଲୋତ୍ତମା ନାଏକ, ସମ୍ପାଦକ ନକୁଳ ବାଣୁଆ, ସହ ସମ୍ପାଦକ ସନ୍ତୋଷ ମାଝୀ, ସଦସ୍ୟ ଭାସ୍କର ରାଓ, କେଶବ ବେନୁପାଣି, ସୁରେଶ ସାହୁ, ନିତ୍ୟାନନ୍ଦ ଧଙ୍ଗଡା ମାଝୀ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବାହୁଡ଼ା ବେଳ ହେଲା

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁଳସୀ ତୁଳସୀ ବାସେ

Sunil Chandra Nayak

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!