କୋକସରା,୨୮/୯ – (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଧନସରା ଠାରେ ସତନାମୀ ସମାଜ ପକ୍ଷରୁ ଗୁରୁ ଘାସିଦାସ ବାବାଙ୍କ ୨୬୫ତମ ଅବତରଣ ଦିବସ ଓ ସତନାମ ବାର୍ଷିକ ଦଶହରା, ଜୈତ ସ୍ତମ୍ବରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାମୁହିକ କଳଶ ଯାତ୍ରା କରାଯାଇଥିଲା, ପରେ ଜୈତ ସ୍ତମ୍ବରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଓ ମଙ୍ଗଳପନ୍ଥି ନୃତ୍ୟ, ଆଲତି କାର୍ଯ୍ୟକ୍ରମ ରହିଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ସମେତ ପଡୋସୀ ରାଜ୍ୟ ଛତିଶଗଡ ସମେତ ବିଭିନ୍ନ ସ୍ଥାନରୁ ଶହଶହ ସଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ଏହି ଅବସରରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ପରିବେଷଣ ଓ ଘୁମୁରା ପ୍ରତିଯୋଗୀତା ହୋଇଥିଲା । କ୍ରାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସତନାମୀ ସେବା ସଂଘ ସଭାପତି ପଦ୍ମଲାଲ ସତନାମୀ, କଳାହାଣ୍ଡି ସତନାମୀ ସେବା ସଂଘ କୂଳପତି ଧରମ ସାଗର, କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳୀ ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ଚିନ୍ତାମଣି ସତନାମୀ ପ୍ରମୂଖ ଯୋଗ ଦେଇଥିଲେ । ଘମୁରା ପ୍ରତିଯୋଗୀତାରେ ୯ଗୋଟି ଘୁମୁରା ଦଳ ଯୋଗଦେଇଥିଲେ । ଏଥିରେ ମା’ ଲଙ୍କେଶ୍ୱରୀ କଳା ପରିଷଦ ଅନ୍ତର୍ଲା ଘୁମରା ଦଳ ପ୍ରଥମ ପୁରସ୍କାର ପାଇଥିଲେ । ଦ୍ୱିତୀୟ ପୁରସ୍କାର ମା’ ଠାକୁରାଣୀ କଳାପରିଷଦ ପଦ୍ମପୁର ଓ ତୃତୀୟ ପୁରସ୍କାର ମା’ ଠାକୁରାଣୀ କଳାପରିଷଦ ବାନେର ଘୁମୁରା ଦଳ ପାଇଥିଲେ । କର୍ଯ୍ୟକ୍ରମକୁ ଅଧ୍ୟାପକ ଶଙ୍କର ସତନାମୀ ଓ ଜଗତରାମ ସତନାମୀ ପରିଚାଳନା କରିଥିଲେ । ପୁଜା କମିଟି ସଭାପତି କେଶରୀ ସତନାମୀ, ସମ୍ପାଦକ ମୋତିଲାଲ ସତନାମୀ, ବଲରାମ ସତନାମୀ, ଲିଙ୍ଗରାଜ ସତନାମୀ, ପଦ୍ମ କିଶୋର ସତନାମୀ, ଆତ୍ମାରାମ ସତନାମୀ. ପ୍ରମାନନ୍ଦ ସତନାମୀ, ରାଜ କୁମାର ସତନାମୀ ସମେତ ଧନସରା ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
previous post