ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁରୁ ଘାସିଦାସ ବାବାଙ୍କ ୨୬୫ତମ ଅବତରଣ ଦିବସ ଓ ଧ୍ୱଜାରୋହଣ

କୋକସରା,୨୮/୯ – (ମ ନି ସ)   କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଧନସରା ଠାରେ ସତନାମୀ ସମାଜ ପକ୍ଷରୁ ଗୁରୁ ଘାସିଦାସ ବାବାଙ୍କ ୨୬୫ତମ ଅବତରଣ ଦିବସ ଓ ସତନାମ ବାର୍ଷିକ ଦଶହରା, ଜୈତ ସ୍ତମ୍ବରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାମୁହିକ କଳଶ ଯାତ୍ରା କରାଯାଇଥିଲା, ପରେ ଜୈତ ସ୍ତମ୍ବରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଓ ମଙ୍ଗଳପନ୍ଥି ନୃତ୍ୟ, ଆଲତି କାର୍ଯ୍ୟକ୍ରମ ରହିଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ସମେତ ପଡୋସୀ ରାଜ୍ୟ ଛତିଶଗଡ ସମେତ ବିଭିନ୍ନ ସ୍ଥାନରୁ ଶହଶହ ସଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା । ଏହି ଅବସରରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ପରିବେଷଣ ଓ ଘୁମୁରା ପ୍ରତିଯୋଗୀତା ହୋଇଥିଲା । କ୍ରାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ସତନାମୀ ସେବା ସଂଘ ସଭାପତି ପଦ୍ମଲାଲ ସତନାମୀ, କଳାହାଣ୍ଡି ସତନାମୀ ସେବା ସଂଘ କୂଳପତି ଧରମ ସାଗର, କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳୀ ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ଚିନ୍ତାମଣି ସତନାମୀ ପ୍ରମୂଖ ଯୋଗ ଦେଇଥିଲେ । ଘମୁରା ପ୍ରତିଯୋଗୀତାରେ ୯ଗୋଟି ଘୁମୁରା ଦଳ ଯୋଗଦେଇଥିଲେ । ଏଥିରେ ମା’ ଲଙ୍କେଶ୍ୱରୀ କଳା ପରିଷଦ ଅନ୍ତର୍ଲା ଘୁମରା ଦଳ ପ୍ରଥମ ପୁରସ୍କାର ପାଇଥିଲେ । ଦ୍ୱିତୀୟ ପୁରସ୍କାର ମା’ ଠାକୁରାଣୀ କଳାପରିଷଦ ପଦ୍ମପୁର ଓ ତୃତୀୟ ପୁରସ୍କାର ମା’ ଠାକୁରାଣୀ କଳାପରିଷଦ ବାନେର ଘୁମୁରା ଦଳ ପାଇଥିଲେ । କର୍ଯ୍ୟକ୍ରମକୁ ଅଧ୍ୟାପକ ଶଙ୍କର ସତନାମୀ ଓ ଜଗତରାମ ସତନାମୀ ପରିଚାଳନା କରିଥିଲେ । ପୁଜା କମିଟି ସଭାପତି କେଶରୀ ସତନାମୀ, ସମ୍ପାଦକ ମୋତିଲାଲ ସତନାମୀ, ବଲରାମ ସତନାମୀ, ଲିଙ୍ଗରାଜ ସତନାମୀ, ପଦ୍ମ କିଶୋର ସତନାମୀ, ଆତ୍ମାରାମ ସତନାମୀ. ପ୍ରମାନନ୍ଦ ସତନାମୀ, ରାଜ କୁମାର ସତନାମୀ ସମେତ ଧନସରା ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related posts

ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ପ୍ରଥମ ବୈଠକ

Sunil Chandra Nayak

ଆସନ୍ତା ୭ତାରିଖ କୋଶଳ ମହାବନ୍ଦ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ବଡ଼ଦାଣ୍ଡ ଆଜି ଉଛୁଳେ ।।

Leave a Comment

error: Content is protected !!