ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରମ୍ଭ ହେଲା ନର୍ଲାରୋଡ ରେ ଦୁର୍ଗାପୂଜା, ସନ୍ଧ୍ୟା ଆଳତି ପାଇଁ ଜମୁଛି ଶ୍ରଦ୍ଧାଳୁ ଙ୍କ ଭିଡ଼

ନର୍ଲା(ମ ନି ସ ) – କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ନର୍ଲାରୋଡ ଠାରେ ବହୁ ଆଡ଼ମ୍ବର ସହ ଦଶ ଭୁଜା ମା ଦୁର୍ଗା ଙ୍କ ନବରାତ୍ରି ପୂଜା ଆରମ୍ଭ ହୋଇ ଯାଇଛି l ନର୍ଲାରୋଡ଼ ପୂଜା କମିଟି ହମେଶ ଜୈନ ଙ୍କ ନେତୃତ୍ୱ ରେ କର୍ତ୍ତା ଜହର ଲାଲ ବିଶ୍ୱାଳଙ୍କ ଦମ୍ପତି ପୂଜା ନିମନ୍ତେ ରବିବାର ଦିନ ନିକଟସ୍ଥ ସାନ୍ଦୁଲ ନଦୀରୁ ଶତାଧିକ ମହିଳା ପାଣି କଳସୀ ଆଣି ମଣ୍ଡପରେ ସ୍ଥାପନ ପରେ ମା ଦୁର୍ଗା ଙ୍କ ଅଧିବାସ ଓ ବେଲବରଣ ପୂଜା କରାଯାଇ ସୋମବାର ଦିନଠୁ ରୀତି ନୀତି ରେ ନଅ ଦିନ ପୂଜା ଆରମ୍ଭ ହୋଇଛି l ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସନ୍ଧ୍ୟା ରେ ମା ଦୁର୍ଗାଙ୍କ ଆଳତୀ ଦେଖିବା ନିକଟସ୍ଥ ଅନେକ ଗ୍ରାମରୁ ବହୁ ସଂଖ୍ୟକ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳୁଛି l ଏହି ନଅ ଦିନ ପୂଜା ଶାନ୍ତି ଶୃଙ୍ଖଳା ରେ ସମାପନ କରିବା ପାଇଁ ପ୍ରସ୍ତୁତ ଥୁବା କମିଟି ର ସଭାପତି ହମେଶ ଜୈନ ଓ ସମ୍ପାଦକ ବିମଲ କୁମାର କେଡ଼ିଆ ମତ ବ୍ୟକ୍ତ କରିଥିବା ବେଳେ ପୂଜା ପରିଚାଳନା ରେ କୋଷାଧକ୍ଷ ବାବୁଲା ରାଉତ, ସଦସ୍ୟ ଅମର ରାଉତ ବିନାୟକ ମହନ୍ତ, ରାଜୀବ ସାହୁ ରାଜା ପରିଡା ପ୍ରମୁଖ ସହଯୋଗ କରୁଛନ୍ତି l

 ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ

Related posts

ଦଶପୁର ଠାରେ ହନୁମାନ ଜୟନ୍ତୀ ପାଳିତ

Sunil Chandra Nayak

ବିରିଘାଟ କୁ ସଂଯୋଗ କରୁଥିବା ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ କେବେ ?

Sunil Chandra Nayak

ଶୁଖିଲା ପଡିଛି କୁରୁଲୁମୁଡ଼ା ଜଳ ପ୍ରକଳ୍ପ , ଆନୁସାଙ୍ଗିକ ବିକାଶ ପାଇଁ ଦାବି

Leave a Comment

error: Content is protected !!