ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚେମ୍ବର୍ ଅଫ କମର୍ସ ର ବାର୍ଷିକ ବୈଠକ ଓ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଗଡ:୧୬/୧୦/୨୨:  ଧର୍ମଗଡ ଚେମ୍ବର ଅଫ କମର୍ସ ର ବାର୍ଷିକ ଉତ୍ସବ ଓ ନୂଆଖାଇ ଭେଟ ଘାଟ କାର୍ଯ୍ୟ କ୍ରମ ସ୍ଥାନୀୟ ଶ୍ରୀକୃଷ୍ଣ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ବାର୍ଷିକ ଉତ୍ସବ ବନ୍ଦ ରହିଥିବା ବେଳେ ଆଜି ଏହା ଅନୁଷ୍ଠିତ ହୋଇଛି । ସଂଘ ର ସଭାପତି ବିଦ୍ୟାଧର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପ ଖଣ୍ଡ ପୋଲିସ ଅଧିକାରୀ, ଧିରଜ ଚୋପଦାର, ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନିଷା ମୁଣ୍ଡ, ପ୍ରଫେସର ସତ୍ୟ ପଟ୍ଟନାୟକ, ମନ୍ଦିର ଟ୍ରଷ୍ଟ ସମ୍ପାଦକ ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସମ୍ପାଦକ ଅରୁଣ ତାୟାଲ ବାର୍ଷିକ ବିବରଣୀ ପାଠ କରିଥିଲେ । ଦିବଙ୍ଗତ ବ୍ୟବସାୟୀ ଙ୍କ ଉଦେଶ୍ୟ ରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବ୍ୟବସାୟୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଶ୍ରବଣ କୁମାର ଅଗ୍ରୱାଲ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଉପସଭାପତି ନରେଶ କୁମାର ଅଗ୍ରୱାଲ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ କୁ ଅତୁଲ୍ୟ ମେହେର, ଯଶୋବନ୍ତ ମେହେର ହରିଶ ଅଗ୍ରୱାଲ, ବିକାଶ ମେହେର ଓ ଅନ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଶୁକ୍ ଲାଲ ଅଗ୍ରୱାଲ, ଅନିରୁଦ୍ଧ ମେହେର, ସଜ୍ଜନ ଅଗ୍ରୱାଲ, ସୁରେନ୍ଦ୍ର ମୁନି, ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ନୂତନ ଭାବେ କାର୍ଯ୍ୟକାରୀ ସଦସ୍ୟ ଭାବେ ପଙ୍କଜ ଅଗ୍ରୱାଲ, ପ୍ରବୀଣ ଅଗ୍ରୱାଲ ଓ ମୁନ୍ନା ନାଏକ ଙ୍କୁ ମନୋନୀତ କରାଯାଇଥିଲା ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘର ଧାରଣା

Sunil Chandra Nayak

ଧରାପଡିଲେ ଚୋରଦଳ ମଟର ସାଇକେଲ ଉଦ୍ଧାର ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ବଙ୍ଗୋମୁଣ୍ଡା ଗ୍ରାମରେ ଜହ୍ନି ଓଷା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!