ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ପୋଷଣ ମାସ ଓ ସ୍ଵଚ୍ଛତା ପକ୍ଷ ପାଳନ

ଡାବୁଗାଁ, ୨୮/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରାଷ୍ଟ୍ରୀୟ ପୋଷଣ ମାସ ଓ ସ୍ଵଚ୍ଛତା ପକ୍ଷ ବୁଧବାର ପାଳିତ ହୋଇଯାଇଛି |ପ୍ରଥମେ ବିଦ୍ୟାଳୟ ସଭାଗୃହରେ ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ଖାଦ୍ୟ ସାମଗ୍ରୀ ସୁନ୍ଦର ଭାବେ ସଜାଇ ରଖିଥିଲେ |  ପ୍ରଧାନ ଶିକ୍ଷକ ତଥା ଅଧ୍ୟକ୍ଷ ସୁକାନ୍ତ କୁମାର ସ୍ଵାଇଁ ଛାତ୍ରୀ ମାନଙ୍କୁ ପୋଷଣ ମାସ ପାଳନ ର ଉଦ୍ଦେଶ୍ୟ ଓ ବିଭିନ୍ନ ଖାଦ୍ୟସାର ସମ୍ବନ୍ଧରେ ବୁଝାଇଥିଲେ |ବିଜ୍ଞାନ ଶିକ୍ଷକ ମହେଶ୍ଵର ନାଥ ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଖଣିଜ ଲବଣ କେଉଁ ଖାଦ୍ୟରେ କେତେ ପରିମାଣର ଥାଏ ତାହା ବୁଝାଇଥିଲେ | ଛାତ୍ରୀ ମାନଙ୍କ ମଧ୍ୟରୁ ଚୁମୁକି ତନ୍ତୀ ଓ ସୀମା ନାୟକ ବିଭିନ୍ନ ଖାଦ୍ୟସାର ଅଭାବ ହେଲେ ଶରୀରର କଣ ଅସୁବିଧା ହୁଏ କହିବା ସହ ଆମ ଶରୀର ଗଠନରେ ବିଭିନ୍ନ ଖାଦ୍ୟର ଭୂମିକା ସମ୍ବନ୍ଧରେ କହିଥିଲେ | ପରେ କ୍ରିଡା ଶିକ୍ୟୟତ୍ରୀ ରଶ୍ମିରାଣୀ ପଣ୍ଡା ସ୍ଵଚ୍ଛତା ସମ୍ବନ୍ଧରେ ବୁଝାଇ ଘରଦ୍ଵାର, ପରିବେଶ ପରିଷ୍କାର ରହିଲେ କଣ ସୁଫଳ ମିଳେ ଛାତ୍ରୀ ମାନଙ୍କୁ ବୁଝାଇଥିଲେ | ସ୍ଵଚ୍ଛତା ପକ୍ଷ ସମ୍ବନ୍ଧରେ ଛାତ୍ରୀ ମାନଙ୍କ ମଧ୍ୟରେ ଭାଷଣ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା | ଶେଷରେ ସମସ୍ତ ଶିକ୍ଷୟତ୍ରୀ,ଶିକ୍ଷକ  ଓ ଛାତ୍ରୀ ମାନେ ବିଦ୍ୟାଳୟ ପରିବେଶ କୁ ସାଫା କରିଥିଲେ | ଏହି କାର୍ଯ୍ୟକ୍ରମରେ ସମସ୍ତ ୫୧୩ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ରବିବାର ଦିନ୧୨ଟା ପରେ ରୋଗୀ ସେବା ବନ୍ଦ

Sunil Chandra Nayak

ପ୍ରବନ୍ଧ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆଦର୍ଶବାଦ

Sunil Chandra Nayak

Leave a Comment

error: Content is protected !!