ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ନାରାୟଣ ସେନାପତିଙ୍କୁ ମିଳିଲା ନେସନ ବିଲ୍ଡର ଆୱାର୍ଡ

କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ଜମ୍ଭରା ଗ୍ରାମର ପିତା ୰ଚକ୍ରଧର ସେନାପତି ଓ ମାତା ସାବିତ୍ରୀ ସେନାପତିଙ୍କ ସୁପୁତ୍ର ତଥା ତେଲକୋଇ ବ୍ଲକ ସରକାରୀ ଉପ୍ରା ବିଦ୍ୟାଳୟ ଡିମିରିଆର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ରୋଟାରୀ କ୍ଳବ କେନ୍ଦୁଝର ତରଫରୁ ନେସନ ବିଲ୍ଡର ଆୱାର୍ଡ ମିଳିଛି।ଏହି କ୍ଲବର ସଭାପତି ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲ୍ଵଙ୍ଗ ମୁଖ୍ୟ ଅତିଥି,କେନ୍ଦୁଝର ଜିଲ୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ଓ ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଶିଷ୍ଟ ସମ୍ମାନିତ ଅତିଥି ଓ ଉକ୍ତ କ୍ଳବ ସମ୍ପାଦକ ବିଭୁତି ଭୂଷଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଜିଠାରୁ ନିଜର ଦାୟିତ୍ୱ ବଢ଼ାଇ ଦେଶ ଓ ଜାତି ନିର୍ମାଣ ଦିଗରେ ଶିକ୍ଷକ ମାନେ କାମ କରିବା ଉଚିତ ବୋଲି କହିଥିଲେ। ଉକ୍ତ ସଭାରେ କୃତି ଶିକ୍ଷକ ଭାବରେ ରାଷ୍ଟ୍ର ଗଠନରେ ବ୍ରତୀ ହୋଇଥିବା ଜିଲ୍ଲାର ୧୪ଜଣ ଶିକ୍ଷକଙ୍କୁ ଜିଲ୍ଲାସ୍ତରୀୟ ସରକାରୀ ସ୍ତରର ସହାୟତାରେ ମୂଲ୍ୟାୟନ ଓ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ତେଲକୋଇ ବ୍ଲକର ଜଣେ ଆଦର୍ଶ ଶିକ୍ଷକ କେନ୍ଦୁଝର ଜିଲ୍ଲା ତଥା ଓଡିଶା ରାଜ୍ୟର ଜଣେ ଅଭିନବ କୃତୀ ଆଦର୍ଶ ପ୍ରଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ଶିକ୍ଷାଦାନ ସମାଜ ସଂସ୍କାର ଓ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ପାଇଁ ନେସନ ବିଲ୍ଡର ଆୱାର୍ଡ ପ୍ରଦାନ କରାଯାଇଛି।ପ୍ରକାଶ ଥାଉ କି ନିଜର କୃତିତ୍ୱ ଓ ପାରଦର୍ଶିତା ପାଇଁ ଅଗଷ୍ଟ ୧୯ ରେ କଳ୍ପନା ସଂସଦ କଟକ ତରଫରୁ ଶ୍ରୀ ସେନାପତି ରାଜ୍ୟପାଳଙ୍କ ହାତରୁ ସମ୍ବର୍ଦ୍ଧିତ ହୋଇଥିଲା ବେଳେ ସେପ୍ଟେମ୍ବର-୫ ଗୁରୁ ଦିବସରେ ନନ୍ଦିଘୋଷ ଟିଭି ଓ ଦୈନିକ ସକାଳ ତରଫରୁ ମହାମହିମ ରାଜ୍ୟପାଳ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ଗୁରୁବ୍ରହ୍ମା ସମ୍ମାନ-୨୦୨୨ ହାସଲ କରି ଜିଲ୍ଲାର ଗୌରବ ବଢାଇଥିଲେ।ଏହି ପୁରସ୍କାର ପାଇଁ ଶ୍ରୀସେନାପତି ରୋଟାରୀ କ୍ଲବର ସମସ୍ତ କର୍ମକାର୍ତ୍ତା,ଡିଇଓ କେନ୍ଦୁଝର,ବିଇଓ,ଏବିଇଓ ତେଲକୋଇଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏହି ସଫଳତା ପାଇଁ ନିଜ ଗ୍ରାମବାସୀ ତେଲକୋଇ ଅଂଚଳବାସୀ ଶ୍ରୀ ସେନାପତିଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ଶିକ୍ଷା ବିଭାଗ ପାଇଁ ସାଂସଦ ପ୍ରତିନିଧି ଭାବେ ଜଗବନ୍ଧୁ ମିଶ୍ର ନିଯୁକ୍ତ

Sunil Chandra Nayak

ଦେଶର ସର୍ବୋଚ୍ଚ ଆସନ ପାଇଁ ଗଣତନ୍ତ୍ର ପ୍ରକ୍ରିୟା…

Sunil Chandra Nayak

ଅବିନାଶ ମହାପାତ୍ର  ଙ୍କ କବିତା ତୁମ ପାଦତଳେ ପ୍ରଭୁ

Sunil Chandra Nayak

Leave a Comment

error: Content is protected !!