ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କୁବୁଧି ନଆସୁ ମୋ ମନ ଭିତରେ
         ସୁବୁଧି ଦିଅ ଅନ୍ତରେ 
ପ୍ରାର୍ଥନା କରୁଛି ଜଣାଣ ଗାଉଛି
   ଭକ୍ତି ଦିଅ ମୋ ଠାକୁରେ।
ସବୁ ଆଶା ରଖି ତୁମ ପାଦ ତଳେ
        କରିଛି ଜୀବନ ସାହା
ବିପଦ ଆପଦେ ଠିଆ ହେଉ ଥିବୁ
     ତୁମେ ମୋର ପ୍ରାଣ ନାହା।
ଏତିକି କରୁଣା କର ନାହିଁ ଊଣା
     ଗୁହାରୀ ମୋ ନିବେଦନ
ସକଳ ଉଦ୍ଧାର କରିଛ ଆପଣ
      ଗଜକୁ ଦେଲ ପ୍ରମାଣ।
ତୁମ ଯଶ଼ଃ କୀର୍ତ୍ତି ବାନାତ ଉଡୁଛି
      ହରିବୋଲ ହରି ଧ୍ବନି
ଶ୍ରବଣ କରିଲେ ଦୁଃଖ ଦୂର ହୁଏ
    ଶାନ୍ତି ଆସେ ଆତ୍ମା ପୁଣି।
ସଭିଙ୍କ ଭିତରେ ଭକ୍ତି ଦିଅ ଭରି
      ସୁଖଦୁଃଖ ସର୍ବେ ମିଶ
ଅନ୍ତର ମଧ୍ୟରେ ପ୍ରଭୁଙ୍କୁ ଖୋଜିବା
     ମନ୍ତ୍ର ଜପ ଧ୍ୟାନେ ବସ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ସାମ୍ବାଦିକ ଆକ୍ରମଣ ଘଟଣା , ଖଡ଼ିଆଳ ପୋଲିସ ଥାନା ଘେରିଲେ ସାମ୍ବାଦିକ

ନେଟୱର୍କ ନଥିବା ଦୁର୍ଗମ ଅଂଚଳରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!